ନଈକୂଳରେ କେତୋଟି ଛୋଟ ଚାରାଗଛ ଲାଗିଥିଲା।
ଟାଣ ଖରା ଯୋଗୁଁ ଚାରାଗଛଗୁଡ଼ିକ ଝାଉଁଳି ପଡ଼ିଥିଲେ।
ଚାରାଗଛଗୁଡ଼ିକ ଟୋପାଏ ପାଣି ପାଇଁ ଚାହିଁ ରହିଥିଲେ।
ଝାଉଁଳି ପଡ଼ିଥିବା ଗଛଗୁଡ଼ିକୁ ଦେଖି କୁନି କାଉର ମନ ଦୁଃଖ ହେଲା।
କୁନି କାଉ ତା' ଥଣ୍ଟରେ ନଈରୁ ପାଣି ଆଣି ଗଛମୂଳରେ ଦେଲା।
ଦୂରରୁ କାଉର ଏପରି କାମ ଦେଖି ହାତୀ ପେଁ କରି ହସିଦେଲା।
ଗଛମାନେ ଆମର ସାଙ୍ଗସାଥୀ ବୋଲି କୁନି କାଉ ହାତୀକୁ କହିଲା।
ଗଛ ନଥିଲେ ଚଢ଼େଇ ବସା ବାନ୍ଧିପାରିବ ନାହିଁ ଏବଂ ହାତୀ ଖାଇବାକୁ ପାଇବ ନାହିଁ।
କୁନି କାଉର ବୁଦ୍ଧିମାନ କଥା ଶୁଣି ହାତୀର ମନ ବେଶ୍ ପାଇଲା।
ହାତୀ ନଈରୁ ନିଜ ଶୁଣ୍ଢରେ ପାଣି ଆଣି ଚାରାଗଛ ମୂଳରେ ଢାଳିଲା।
କାଉ ଏବଂ ହାତୀ ମିଶି ପାଣି ଦେବାରୁ ଗଛଗୁଡ଼ିକ ବଢ଼ିବାକୁ ଲାଗିଲେ।
ବଡ଼ ଗଛ ସମସ୍ତଙ୍କୁ ଫୁଲ, ଫଳ, ଛାଇ ଏବଂ ବସା ବାନ୍ଧିବାକୁ ଜାଗା ଦିଏ।
ଗଛ ଆମ ସମସ୍ତଙ୍କର ପରମ ବନ୍ଧୁ।
ମୁନି ତା' ବଗିଚାରେ ବାଇଗଣ ଗଛ ଲଗାଇ ତହିଁରେ ସବୁଦିନ ପାଣି ଦେଲା।
ଯତ୍ନ ନେବା ଯୋଗୁଁ ବାଇଗଣ ଫଳିଲା ଏବଂ ମାଆ ତାହାକୁ ଭଜା କଲେ।