ବଣର ବାଘ ମହାରାଜାଙ୍କୁ ପ୍ରବଳ ଜ୍ୱର ହୋଇଥିବାରୁ ସେ ଶଯ୍ୟାରେ ଶୋଇ ରହିଥିଲେ।
ବାଘ ମହାରାଜାଙ୍କ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଭାଲୁ ବୈଦ୍ୟ ରହିଥିଲେ।
ମହାରାଜା ଦୀର୍ଘ ଶ୍ୱାସ ଛାଡ଼ି ବଣର ସବୁ ପଶୁପକ୍ଷୀଙ୍କୁ ଏକାଠି ହେବା ପାଇଁ ଖବର ପଠାଇଲେ।
ମହାରାଜାଙ୍କ ଖବର ପାଇ ହାତୀ ପାଚିଲା ପଣସ ଏବଂ ହରିଣ ତରଭୁଜ ଧରି ଆସିଲେ।
ଗୟଳ ଲାଲି ଡାଳିମ୍ବ ଏବଂ ଠେକୁଆ କଳା ଅଙ୍ଗୁର ଧରି ମହାରାଜାଙ୍କ ପାଖକୁ ଆସିଲେ।
ମାଙ୍କଡ଼ ପାଚିଲା କେନ୍ଦୁ ଏବଂ ଶୁଆ ପାଚିଲା ପିଜୁଳି ଧରି ମହାରାଜାଙ୍କ ପାଖରେ ପହଞ୍ଚିଲେ।
ମୟୂର ଜାମୁକୋଳି ଏବଂ ପ୍ରଜାପତି ମହୁ ଆଣି ବାଘ ରାଜାଙ୍କୁ ଭେଟି ଦେଲେ।
ସବୁ ପଶୁପକ୍ଷୀ ନିଜେ ଆଣିଥିବା ବନଜାତ ଦ୍ରବ୍ୟ ଭେଟି ଦେଇ ରାଜାଙ୍କ ଆରୋଗ୍ୟ କାମନା କଲେ।
ବୈଦ୍ୟଙ୍କ ଦିଆ ଔଷଧ ଖାଇ ବାଘ ମହାରାଜାଙ୍କ ଜ୍ୱର ଧୀରେ ଧୀରେ ଭଲ ହୋଇଗଲା।
ଜ୍ୱର ଭଲ ହେବା ପରେ ମହାରାଜା ପଶୁପକ୍ଷୀମାନଙ୍କ ପାଇଁ ଏକ ବଡ଼ ଭୋଜିର ଆୟୋଜନ କଲେ।
ନାରଙ୍ଗୀ, ଧଳା ଓ ହଳଦିଆ ରଙ୍ଗର କପଡ଼ାରେ ଭୋଜିର ମଞ୍ଚ ସଜା ଯାଇଥିଲା।
ତୋରଣଟି ଲାଲ, ବାଇଗଣୀ ଓ ନୀଳ ରଙ୍ଗର ଫୁଲରେ ଅତି ସୁନ୍ଦର ଭାବେ ଶୋଭା ପାଉଥିଲା।
ଠେକୁଆଟି କଳା ଟୋପି ଓ ଧଳା ପ୍ୟାଣ୍ଟ ପିନ୍ଧି ସମସ୍ତଙ୍କୁ ଆଦରରେ ପାଛୋଟି ନେଇଥିଲା।
ସମସ୍ତ ପଶୁପକ୍ଷୀ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଆସି ଖୁସିରେ ଗୀତ ଗାଇଲେ ଓ ନାଚିଲେ।
ଏହି ପାଠରେ ଥିବା କବିତାରୁ ଆମେ ସୂର୍ଯ୍ୟଙ୍କର ସାତୋଟି ରଙ୍ଗ ବିଷୟରେ ଜାଣିବାକୁ ପାଉ।