ନିଦାଘ ବା ଖରାଦିନ ଶେଷ ହେବା ପରେ ବରଷାରାଣୀ ଆକାଶରୁ ଧରାପୃଷ୍ଠକୁ ଆସିଥାଏ ।
ବରଷାରାଣୀ ରିମ୍ ଝିମ୍ ହୋଇ ନାଚି ନାଚି ବରଷି ସମସ୍ତଙ୍କ ମନକୁ ମୋହି ନିଏ ।
ଘଡ଼ଘଡ଼ି ବରଷାରାଣୀର ସାଥୀ ଅଟେ ଏବଂ ବର୍ଷା ସମୟରେ ଆକାଶରେ ବିଜୁଳି ଚମକିଥାଏ ।
ପବନ ସହିତ ବର୍ଷା ବରଷିଲେ ମନରେ ଡର ସାଙ୍ଗକୁ ବହୁତ ଖୁସି ମଧ୍ୟ ଲାଗିଥାଏ ।
ବର୍ଷା ହେବା ଫଳରେ ଗାଁର ଗାଡ଼ିଆ ଓ ପୋଖରୀ ସବୁ ପାଣିରେ ପରିପୂର୍ଣ୍ଣ ହୋଇଯାଏ ।
ବର୍ଷା ସମୟରେ ବେଙ୍ଗୁଲୀ କେଁ କଟର ଏବଂ ଝିଙ୍କାରି ଝିଁ ଝିଁ କରି ରାବିଥାଏ ।
ଆକାଶରେ ମେଘ ଦେଖି ମୟୂର ନିଜର ସୁନ୍ଦର ପୁଚ୍ଛ ମେଲାଇ ଆନନ୍ଦରେ ନାଚିଥାଏ ।
ବର୍ଷା ଜଳ ପାଇ ବାଡ଼ି ବଗିଚାର ସବୁଜ ଘାସ ଏକ ସୁନ୍ଦର ଗାଲିଚା ପରି ଦିଶେ ।
ବର୍ଷା ଛାଡ଼ିବା ପରେ ସବୁଜ ଘାସ ଉପରେ ସାଧବ ବୋହୂ ପୋକଟି ଧୀରେ ଧୀରେ ଚାଲିଥାଏ ।
ସମଗ୍ର ଜଗତର ହିତ ସାଧନ କରିବା ପାଇଁ ବରଷାରାଣୀ ଆକାଶରୁ ହସି ହସି ଓହ୍ଲାଇ ଆସେ ।
ବାଡ଼ି ବଗିଚାକୁ ସତେଜ କରୁଥିବା ବରଷାରାଣୀ ହେଉଛି ବୃକ୍ଷଲତାମାନଙ୍କର ପ୍ରକୃତ ବନ୍ଧୁ ।
ଚମ୍ପା, କମ୍ପ, ସମ୍ପର୍କ, ପିମ୍ପୁଡ଼ି ଓ ଭୂମିକମ୍ପ ଆଦି ଶବ୍ଦଗୁଡ଼ିକରେ ‘ମ୍ପ’ ଯୁକ୍ତାକ୍ଷର ବ୍ୟବହାର ହୋଇଛି ।
ଡେମ୍ଫ, ବାମ୍ଫ, ଗୁମ୍ଫା ଏବଂ ବାମ୍ଫୀ ଆଦି ଶବ୍ଦଗୁଡ଼ିକରେ ‘ମ୍ଫ’ ଯୁକ୍ତାକ୍ଷର ବ୍ୟବହାର ହୋଇଛି ।
ବାମ୍ଫୀର ଜଳ ସବୁ ସମୟରେ ଅତ୍ୟନ୍ତ ଶୀତଳ ବା ଥଣ୍ଡା ହୋଇ ରହିଥାଏ ।
ସମ୍ପଦ କାଳରେ ସମସ୍ତେ ସାଙ୍ଗ ହୁଅନ୍ତି, ମାତ୍ର ବିପଦ ସମୟରେ କେହି ସାହାଯ୍ୟ କରିବାକୁ ଆସନ୍ତି ନାହିଁ ।