କୁନି ଝିଅ କଳ୍ପନା କମ୍ କଥା କହେ ଏବଂ ଗଳ୍ପ ଶୁଣିବାକୁ ବହୁତ ଭଲ ପାଏ।
କଳ୍ପନା ସବୁବେଳେ ସତ କଥା କହୁଥିବା ଏକ ଶାନ୍ତ ଓ ଭଲ ଝିଅ ଥିଲା।
ଜନ୍ମଦିନରେ କିଛି ଗୋଟିଏ ଭଲ କାମ କରିବା ପାଇଁ କଳ୍ପନା ବାପାଙ୍କ ଆଗରେ ସଂକଳ୍ପ କରିଥିଲା।
କଳ୍ପନା ନିଜ ଜନ୍ମଦିନରେ ବେଲୁନ, କେକ୍ ଓ ମହମବତୀ ବଦଳରେ ଫଳଗଛଟିଏ ଆଣିବାକୁ କହିଥିଲା।
କଳ୍ପନା ଓ ତା’ର ବାପା ଉଭୟ ମିଶି ପାଖ ଚାରା ଉଦ୍ୟାନକୁ ଗଲେ।
ସେମାନେ ପରସ୍ପର ମଧ୍ୟରେ କଥା ହୋଇ ବାଡ଼ିରେ ଲଗାଇବା ପାଇଁ ପିଜୁଳି ଗଛଟିଏ କିଣି ଆଣିଲେ।
ଘର ବାଡ଼ିରେ ବାପା ଗାତଟିଏ ଖୋଳିଲେ ଏବଂ କଳ୍ପନା ସେଥିରେ ଖତ ଦେଇ ଗଛଟିକୁ ପୋତିଲା।
ଗଛଟିକୁ ମାଟିରେ ଭଲ ଭାବରେ ପୋତିବା ପରେ କଳ୍ପନା ସେଥିରେ ପାଣି ଦେଇଥିଲା।
ଜନ୍ମଦିନରେ ଏକ ଭଲ କାମ କରିଥିବାରୁ ଗଛଟି ହସି କଳ୍ପନାକୁ ‘ସାବାସ୍’ କହୁଥିଲା।
କଳ୍ପନା ସବୁବେଳେ ଘର ବାଡ଼ିକୁ ଯାଇ ପିଜୁଳି ଗଛର ଭଲ ଭାବରେ ଯତ୍ନ ନେଉଥିଲା।
କଳ୍ପନାର ହାତର ସ୍ପର୍ଶ ପାଇ ଛୋଟ ପିଜୁଳି ଗଛଟି ଧୀରେ ଧୀରେ ବଡ଼ ହେଲା।
କିଛି ଦିନ ପରେ ଗଛଟି ଅନେକ ସୁଆଦିଆ ମିଠା ପିଜୁଳି ଫଳରେ ପୂରି ଉଠିଲା।
କଳ୍ପନା ଗଛରୁ ପିଜୁଳି ତୋଳି ନିଜେ ଖାଉଥିଲା ଏବଂ ତା’ର ସାଙ୍ଗମାନଙ୍କୁ ମଧ୍ୟ ବାଣ୍ଟୁଥିଲା।
କଳ୍ପନାର ଏହି ଗଛ ଲଗାଇବା କାର୍ଯ୍ୟକୁ ଦେଖି ଘର ତଥା ପାଖପଡ଼ିଶାର ସମସ୍ତେ ପ୍ରଶଂସା କଲେ।
ଗଛ ଲଗାଇବା ଏକ ମହତ କାମ ଜାଣି ସାଙ୍ଗମାନେ ନିଜ ଜନ୍ମଦିନରେ ଗଛ ଲଗାଇବାକୁ ଶପଥ ନେଲେ।