ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପବିତ୍ର ରଥଯାତ୍ରା ପାଳନ କରାଯାଏ ।
ପୁରୀ ବଡ଼ଦାଣ୍ଡରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟେ ।
ରଥଯାତ୍ରା ଦିନ ଜାତିଧର୍ମ ନିର୍ବିଶେଷରେ ସମସ୍ତ ଭକ୍ତ ବଡ଼ଦାଣ୍ଡରେ ଠାକୁରଙ୍କୁ ଦର୍ଶନ କରନ୍ତି ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶ ପୂଜା ଉତ୍ସବ ପାଳିତ ହୁଏ ।
ଗଣେଶ ଭଗବାନଙ୍କୁ ସମସ୍ତେ ବୁଦ୍ଧିଦାତା ଠାକୁର ବୋଲି କହିଥାନ୍ତି ।
କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଉତ୍ସବକୁ ଛତର ଯାତ୍ରା କୁହାଯାଏ ।
ଛତର ଯାତ୍ରାରେ କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି ।
ଦୁର୍ଗାପୂଜାର ମହାଅଷ୍ଟମୀ ଦିନ ଛତର ଯାତ୍ରା ପର୍ବ ପାଳନ କରାଯାଇଥାଏ ।
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ ।
ଦୀପାବଳି ଦିନ ଆମେ ଶ୍ରଦ୍ଧାର ସହିତ ଆମ ପୂର୍ବପୁରୁଷମାନଙ୍କୁ ମନେ ପକାଇଥାଉ ।
ଦୀପାବଳି ପର୍ବରେ ଘରେ ଘରେ ଦୀପ ଜଳାଇ ପିଠାପଣା ଖାଇ ସମସ୍ତେ ଆନନ୍ଦ ପାଆନ୍ତି ।
ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ହୁଏ ବୋଲି ଲୋକକଥା ରହିଛି ।
ରଜ, ମକର ସଂକ୍ରାନ୍ତି, ଅକ୍ଷୟ ତୃତୀୟା, କାର୍ତ୍ତିକ ପୂର୍ଣ୍ଣିମା ଓ ପ୍ରଥମାଷ୍ଟମୀ ଓଡ଼ିଶାର ପ୍ରମୁଖ ପର୍ବ ଅଟେ ।
ପର୍ବପର୍ବାଣିରେ ମୃଦଙ୍ଗ, ଘଣ୍ଟ, ଢୋଲକ, ତୁରୀ ଓ ମହୁରୀ ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ବଜାଯାଏ ।
ଏହି ପାଠ ମାଧ୍ୟମରେ ଆମେ ‘ସ୍ଥ’ ଓ ‘ଷ୍ଣ’ ଯୁକ୍ତାକ୍ଷର ଥିବା ନୂଆ ଶବ୍ଦଗୁଡ଼ିକ ଶିଖିପାରିବା ।