ସକାଳେ ପୂର୍ବ ଦିଗରେ ସୂର୍ଯ୍ୟ ଉଇଁବା ବେଳେ କିଏ ରାବେ ?
ଶୀତ ଋତୁ ଆସିଲେ ଉତ୍ତର ପଟରୁ କ’ଣ ହୁଏ ?
ପଶ୍ଚିମ ଦିଗରେ ସଞ୍ଜ ହେଲେ କିପରି ବାଆ ବହେ ?
ଦିନ ଶେଷରେ ସୂର୍ଯ୍ୟ କେଉଁ ଦିଗରେ ବୁଡ଼ିଯାଆନ୍ତି ?
ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଠିଆ ହେଲେ ଆମ ଶରୀରର ପଛ ପାଖଟି କେଉଁ ଦିଗ ହୁଏ ?
ସୂର୍ଯ୍ୟ କେଉଁ ଦିଗରେ ଉଦୟ ହୁଅନ୍ତି ?
ବୁଲିବା ସାରି ଜେଜେବାପା ଘରେ କ’ଣ କରନ୍ତି ?
ସକାଳୁ ଉଠି ଜେଜେମା’ କ’ଣ ସାରନ୍ତି ?
ଚାରିଗୋଟି ଦିଗର ନାମ କ’ଣ ?
ଦୌଡ଼ ପ୍ରତିଯୋଗିତାରେ କଇଁଛ କିପରି ବିଜୟୀ ହେଲା ?
ମାନଚିତ୍ରରେ ଉପର ପାଖ ଓ ତଳ ପାଖ କେଉଁ କେଉଁ ଦିଗକୁ ସୂଚାଇଥାଏ ?
‘ଜ୍ଞ’ ଯୁକ୍ତାକ୍ଷର ଯୋଡ଼ି ଦୁଇଟି ନୂଆ ଶବ୍ଦ ଗଠନ କର।
‘ଜ୍ଞ’ ଯୁକ୍ତାକ୍ଷର ଯୋଡ଼ି ତିନୋଟି ଶବ୍ଦ ଗଠନ କର ଏବଂ ପ୍ରତ୍ୟେକ ଶବ୍ଦକୁ ନେଇ ଗୋଟିଏ ଲେଖାଏଁ ସରଳ ବାକ୍ୟ ଗଢ଼।
‘ଆସ ଗାଇବା’ ପଦ୍ୟାଂଶରେ ଚାରୋଟି ଦିଗର କେଉଁ କେଉଁ ବିଶେଷତା ବର୍ଣ୍ଣନା କରାଯାଇଛି?
ପାଠରେ ଥିବା ଚିତ୍ରକୁ ଦେଖି ବିଦ୍ୟାଳୟର ଚାରିପାଖରେ କ’ଣ କ’ଣ ଅବସ୍ଥିତ ଲେଖ ଏବଂ ସେଗୁଡ଼ିକ ଆମର କି ଉପକାରରେ ଆସେ ବୁଝାଅ।
ପାଠ୍ୟପୁସ୍ତକରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖି ‘ଠେକୁଆ ଓ କଇଁଛ’ ଗପଟିକୁ ନିଜ ଭାଷାରେ ଲେଖ ଏବଂ ଏଥିରୁ କ’ଣ ଶିକ୍ଷା ମିଳେ ଜଣାଅ।
କବିତା ଅନୁସାରେ ପିଲାମାନେ ବଡ଼ ହେଲେ କ’ଣ ସବୁ ଜାଣିପାରିବେ ?
ସକାଳେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଦୁଇହାତ ମେଲାଇଲେ କେଉଁ ହାତ କେଉଁ ଦିଗକୁ ବୁଝାଏ ?
ଜେଜେବାପା ଟୁନୁ ଓ ମୁନୁଙ୍କୁ ପାଖକୁ ଡାକି କ’ଣ କହିଲେ ?
‘ଚାରିଦିଗ’ ପାଠ ଅନୁସାରେ ଜେଜେମା’ ଓ ଜେଜେବାପା ସକାଳୁ ଉଠି କ’ଣ କରନ୍ତି ଏବଂ ଯୋଗ କରିବା ଦ୍ୱାରା ଶରୀରକୁ କି ଲାଭ ମିଳେ?
ସୂର୍ଯ୍ୟଙ୍କ ସାହାଯ୍ୟରେ ଆମେ ଚାରିଗୋଟି ଦିଗ କିପରି ଚିହ୍ନିପାରିବା, ତାହା ବୁଝାଇ ଲେଖ।