‘ଉତ୍କଳ’ ଶବ୍ଦରେ ‘ତ୍କ’ ଏବଂ ‘ଉତ୍ପନ୍ନ’ ଶବ୍ଦରେ ‘ତ୍ପ’ ଯୁକ୍ତାକ୍ଷର ରହିଛି ।
ଭଲ କାମ କରି ଆମେ ଉତ୍କଳ ମାତାର ମାନ ରଖିବା ।
ଛୋଟ ଗଛର ଡାଳ ଓ ପତ୍ର ଛିଣ୍ଡାଇବା ଏକ ଭଲ ଅଭ୍ୟାସ ।
ଟ୍ୟାପ୍ରୁ ପାଣି ବୋହି ନଷ୍ଟ ହେଉଥିଲେ ତାହାକୁ ବନ୍ଦ ନ କରି ଚାଲିଯିବା ଉଚିତ ।
ପକ୍ଷୀମାନଙ୍କ ପିଇବା ପାଇଁ ପାତ୍ରରେ ପାଣି ଦେବା ଏକ ଉତ୍ତମ କାର୍ଯ୍ୟ ।
ଫୁଲକୁଣ୍ଡରେ ଗଛ ଲଗାଇବା ପାଇଁ ପ୍ରଥମେ ମଞ୍ଜି ପୋତି ତା' ଉପରେ କୁଣ୍ଡ ରଖାଯାଏ ।
ଗୋବର ଖତ ହେଉଛି ଏକ ଉତ୍କୃଷ୍ଟ ସାର ।
ଜମିରେ ଗୋବର ଖତ ପକାଇଲେ ଜମିର ଉତ୍ପାଦନ ଶକ୍ତି କମିଯାଏ ।
ଯତ୍ନର ସହିତ ଗଛ ଲଗାଇଲେ ଆମେ ଧରାଧାମରେ ବଞ୍ଚି ରହିପାରିବା ।
ପରିବେଶ ବଦଳି ଯାଇଥିଲେ ମଧ୍ୟ ଚନ୍ଦ୍ର ଓ ତାରାମାନେ ବହୁତ ଉଜ୍ଜ୍ୱଳ ଦିଶୁଛନ୍ତି ।
ଟାଣ ଖରା ଯୋଗୁଁ ଅତ୍ୟଧିକ ଗରମ ସହି ହେଉନାହିଁ ।
ବାଦଲ ପ୍ରଚୁର ପାଣି ଦେଉଥିବାରୁ ପୂର୍ବ ଅପେକ୍ଷା ଅଧିକ ଶସ୍ୟ ଉତ୍ପନ୍ନ ହେଉଛି ।
ଆକାଶରେ ଧୂଳି ଓ ଧୂଆଁ ଜମି ରହିଥିବାରୁ ତାହା ଆଉ ନିର୍ମଳ ଦିଶୁନାହିଁ ।
ଜଳର ଉତ୍କଟ ଅଭାବ ସତ୍ତ୍ୱେ ଜୀବଜଗତ ବହୁତ ଖୁସିରେ ଅଛନ୍ତି ।
ଆକାଶରେ ମେଘ ନ ବରଷିବାରୁ ଚାତକ ପକ୍ଷୀ ପାଣି ପାଇଁ ଚାହିଁ ରହିଛି ।