ଝୁଲଣା-୨ · Code ODIA
Learning outcomes for ଝୁଲଣା-୨ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
17 learning outcomes for this subject.
ବିଭିନ୍ନ ଉଦ୍ଦେଶ୍ୟ ପାଇଁ ନିଜ ଭାଷା କିମ୍ବା ବିଦ୍ୟାଳୟର ଭାଷାକୁ ବ୍ୟବହାର କରି କଥାବାର୍ତ୍ତା କରିବେ, କବିତା ବୋଲିବେ, ଗପ କହିବେ, ଜାଣିବା ପାଇଁ ପ୍ରଶ୍ନ ପଚାରିବେ, ନିଜ ଅନୁଭୂତିକୁ କହିବେ, ନିଜ ବିଚାର ରଖିବେ
କୁହାଯାଇଥିବା କଥା, ଗପ, କବିତା ଆଦିକୁ ମନ ଦେଇ ଶୁଣି ନିଜ ଭାଷାରେ କହିବେ।
ଦେଖିଥିବା, ଶୁଣିଥିବା କଥା, ଗପ କବିତା ଆଦି ବିଷୟରେ କଥାବାର୍ତ୍ତା କରିବେ ଓ ନିଜ ପ୍ରତିକ୍ରିୟା ରଖିବେ।
ନିଜ ଜୀବନ ଓ ପରିବେଶ ସମ୍ପର୍କିତ ଅନୁଭୂତିକୁ କବିତା, ଗପ, ପୋଷ୍ଟର, ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ପ୍ରକାଶ କରିବେ।
ଭାଷାରେ ନିହିତ ଶବ୍ଦ ଓ ଧ୍ୱନି ସହିତ ଖେଳି ମଜା ନେବେ, ଯେପରି – ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ।
ନିଜ କଳ୍ପନାରୁ ଗପ, କବିତା ଆଦି କହିବେ / ଶୁଣାଇବେ / ଆଗକୁ ନେବେ।
ନିଜ ସ୍ତର ଓ ପସନ୍ଦ ଅନୁସାରେ ଗପ, କବିତା, ଚିତ୍ର, ପୋଷ୍ଟର ଇତ୍ୟାଦିକୁ ଆନନ୍ଦର ସହିତ ପଢି ନିଜ ପ୍ରତିକ୍ରିୟା ରଖିବେ ଓ ପ୍ରଶ୍ନ ପଚାରିବେ।
ଚିତ୍ରର ସୂକ୍ଷ୍ମତାକୁ ନିରୀକ୍ଷଣ କରିବେ।
ଚିତ୍ରରେ ବା କ୍ରମରେ ସଜାଯାଇଥିବା ଚିତ୍ରଗୁଡିକରେ ଘଟିଥିବା ଭିନ୍ନ ଭିନ୍ନ ଘଟଣାବଳୀ, କାର୍ଯ୍ୟ ଓ ଚରିତ୍ରକୁ ଏକ ବିଷୟବସ୍ତୁ ଭାବରେ ବା ଗପ ଭାବରେ ବୁଝିବେ ଓ ପ୍ରଶଂସା କରିବେ।
ପରିଚିତ / ଅପରିଚିତ ଲିଖିତ ସାମଗ୍ରୀରେ ଆଗ୍ରହ ଦେଖାଇବେ ଓ ଅର୍ଥ ଖୋଜିବା ପାଇଁ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରିବେ। ଯେପରି – ଚିତ୍ର ବା ପ୍ରିଣ୍ଟ ସାହାଯ୍ୟରେ ଅନୁମାନ କରିବେ, ଶବ୍ଦକୁ ଚିହ୍ନିବେ, ପୂର୍ବ ଅନୁଭୂତି ଆଧାରରେ ଅନୁମାନ କରିବେ।
ପ୍ରିଣ୍ଟ (ଲେଖା ଓ ଛପା) ରେ ଥିବା ଅକ୍ଷର, ଶବ୍ଦ ଏବଂ ବାକ୍ୟକୁ ଭାଗଭାଗ କରି ଚିହ୍ନିବେ, ଯେପରି – ‘ମୋର ନାମ ସରିତା’। କୁହ, ଏ ବାକ୍ୟରେ କେତୋଟି ଅକ୍ଷର ଅଛି? ‘ନାମ’ ଶବ୍ଦରେ କେତୋଟି ଅକ୍ଷର ଅଛି? ‘ନାମ’ ଶବ୍ଦରେ କ’ଣ କ’ଣ ଅକ୍ଷର ଅଛି?
ଓଡ଼ିଆ ବର୍ଣ୍ଣମାଳାର ଅକ୍ଷରର ଆକୃତି ଓ ଧ୍ୱନିକୁ ଚିହ୍ନିବେ।
ବିଦ୍ୟାଳୟ ବାହାରେ ଓ ଭିତରେ (ପଠନ କୋଣ / ପାଠାଗାର) ନିଜ ପସନ୍ଦର ବହି ଖୋଜି ପଢିବାକୁ ଚେଷ୍ଟା କରିବେ।
ନିଜ ଇଚ୍ଛାରେ ବା ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଅନ୍ତର୍ଗତ ଚିତ୍ର, ସିଧା, ତେରେଛା ରେଖା, ଅକ୍ଷର ଆକୃତି, ସହିତ ଆଗକୁ ବଢିବେ, ପ୍ରଚଳିତ ଲେଖା ଶୈଳୀରେ ଲେଖିବେ।
ଶୁଣିଥିବା କଥା କିମ୍ବା ନିଜ ମନ କଥାକୁ ନିଜ ଶୈଳୀରେ ଭିନ୍ନ ଭିନ୍ନ ଚିତ୍ର / ଶବ୍ଦ / ବାକ୍ୟ ଦ୍ୱାରା (ଲିଖିତ ରୂପରେ) ଅଭିବ୍ୟକ୍ତି କରିବେ।
ନିଜ ଜୀବନର ଅନୁଭୂତି ଓ ପରିବେଶ ଆଧାରିତ ଅନୁଭୂତିକୁ ଲେଖିବେ।
କଳ୍ପନା ଆଧାରରେ କବିତା, ଗପ ଇତ୍ୟାଦିକୁ ଆଗକୁ ନେବେ।