ସଡ଼କ ନିୟମ ମାନି ଧାଡ଼ିରେ ଯାତାୟାତ କଲେ ରାସ୍ତାରେ ଟ୍ରାଫିକ୍ ଜାମ୍ ହୁଏ ନାହିଁ ।
ନିଜ ଇଚ୍ଛା ମୁତାବକ ଗତାଗତ କଲେ ଏବଂ ଦୁର୍ଘଟଣା ଘଟିଲେ ରାସ୍ତା ଯାତାୟାତ ଅଣାୟତ ହୋଇଯାଏ ।
ପିଲାମାନେ ନିଜ ବହି ବସ୍ତାନି ବାନ୍ଧି ଯାଦୁ ଦେଖିବା ପାଇଁ ଏକାଠି ହୋଇଥିଲେ ।
ଯାଦୁକର ଯାଦୁଖେଳ ଦେଖାଇବା ପାଇଁ କୋଠରି ଭିତରଟିକୁ ଅନ୍ଧାର କରାଯାଇଥିଲା ।
ଯାଦୁକର କୁହୁକ ପେଡ଼ି ଖୋଲିବା ମାତ୍ରେ ସେଥିରୁ ପ୍ରଥମେ ଏକ ରଙ୍ଗୀନ ଗୁଡ଼ି ବାହାରିଥିଲା ।
ରଙ୍ଗୀନ ଗୁଡ଼ିଟି ନୀଳ ଆକାଶରେ ଉଡ଼ିଯିବା ଦେଖି ପିଲାମାନେ ଆନନ୍ଦ ମନରେ ନାଚି ଉଠିଲେ ।
ଯାଦୁକର ତା’ର ପେଡ଼ିରୁ ଦଶଟି ବେଲୁନ୍ ବାହାର କରି ଅନ୍ଧାର ଘରେ ଉଡ଼ାଇ ଦେଇଥିଲା ।
କୁହୁକ ପେଡ଼ିକୁ ଯାଦୁ ବାଡ଼ି ଛୁଆଁଇବା ପରେ ସେଥିରୁ ଏକ ପେଣ୍ଡୁ ବାହାରି ଗଡ଼ିଗଲା ।
ଗଡ଼ିଯାଉଥିବା ପେଣ୍ଡୁଟି ଫୁଲର କଳି ପାଲଟିଯିବା ଦେଖି ପିଲାମାନେ ଖୁସିରେ ତାଳି ମାରିଲେ ।
ଯାଦୁକର କୁହୁକ ପେଡ଼ି ପୁଣି ଖୋଲିବାରୁ ସେଥିରୁ କାଗଜର ଡଙ୍ଗାସବୁ ବାହାରିଥିଲା ।
ପିଲାମାନେ ଗୋଟିଏ ଗୋଟିଏ କାଗଜ ଡଙ୍ଗା ଧରି ଝରଣା କୂଳକୁ ଧାଇଁଗଲେ ।
ପିଲାମାନେ ଯୋଡ଼ି ଯୋଡ଼ି କରି କାଗଜ ଡଙ୍ଗାଗୁଡ଼ିକୁ ପାଣିର ସୁଅରେ ଭସାଇ ଦେଇଥିଲେ ।
ପାଣିରେ ଡଙ୍ଗା ହଲିହଲିକା ଚାଲିବା ଦେଖି ପିଲାମାନେ ଖୁଲିଖୁଲିକା ହସୁଥିଲେ ।
କବିତାରେ ବର୍ଣ୍ଣିତ ଖେଳିଖେଳିକା, ହଲିହଲିକା ଓ ଖୁଲିଖୁଲିକା ଶବ୍ଦଗୁଡ଼ିକ ପଦ୍ୟକୁ ସୁନ୍ଦର କରିଛି ।
ଗୋଟିଏ ବସ୍ତୁରୁ ଅନେକ ବୁଝାଇବା ପାଇଁ ଶବ୍ଦ ଶେଷରେ ‘ଗୁଡ଼ିକ’ ଯୋଡ଼ି ବହୁବଚନ କରାଯାଏ ।