ରବିବାର ଦିନ ଦିପୁନ୍ ବଗିଚାରେ ଖେଳୁଥିବା ସମୟରେ ଘର ଭିତରୁ ବାପା ତାକୁ ଡାକିଥିଲେ ।
ପାଠ ପଢ଼ିବା ପାଇଁ ବାପା ଡାକୁଛନ୍ତି ଭାବି ଦିପୁନ୍ ମନଦୁଃଖରେ ଗଛ ତଳେ ବସିପଡ଼ିଥିଲା ।
ପାଠ ପଢ଼ିବାକୁ ପଡ଼ିବ ନାହିଁ ଭାବି ଦିପୁନ୍ ମନେ ମନେ ଏକ ମହୁମାଛି ହେବାକୁ ଇଚ୍ଛା କରିଥିଲା ।
ମହୁମାଛି ଫୁଲରୁ ଫୁଲ ବୁଲି ମହୁ ସଂଗ୍ରହ କରେ ଏବଂ ତାହା ଲୋକମାନଙ୍କ କାମରେ ଲାଗେ ।
କୁକୁର ରାତିସାରା ଘର ଜଗି ଅଜଣା ଲୋକଙ୍କୁ ଘରେ ପୂରାଇ ନ ଦେଇ ସମସ୍ତଙ୍କ ସୁରକ୍ଷା କରେ ।
ଘର ଜଗିବା କାମ ବଦଳରେ ପରିବାରର ଲୋକମାନେ କୁକୁରକୁ ଖାଇବାକୁ ଦିଅନ୍ତି ଓ ତାର ଯତ୍ନ ନିଅନ୍ତି ।
ଦିପୁନ୍ ଭାବିଥିଲା ଯେ ଗାଈର କିଛି କାମ ନ ଥାଇ ସେ ଭାରି ଖୁସିରେ ଅଛି ।
ଗାଈ ଦିନସାରା ଘାସ ଚରି ଘରକୁ ଫେରିବା ପରେ କ୍ଷୀର ଦେଇ ମାଲିକର ପରିବାର ଚଳାଏ ।
ସଂସାରରେ ସମସ୍ତେ ନିଜ କାମ ଠିକ୍ ଭାବରେ କଲେ ହିଁ ଖୁସିରେ ରହିପାରିବେ ବୋଲି ଗାଈ କହିଥିଲା ।
ଦିପୁନ୍ ଘର ଭିତରକୁ ଯାଇ ଦେଖିଲା ଯେ ଚିଙ୍କି ଦିଦି ହୁଇଲ୍ ଚେୟାରରେ ବସି ଚିତ୍ରରେ ରଙ୍ଗ କରୁଛି ।
ବାପା ଦିପୁନ୍କୁ ପାଠ ପଢ଼ିବା ପାଇଁ ନୁହେଁ, ବରଂ ଦହିବରା ଖାଇବା ପାଇଁ ଡାକିଥିଲେ ।
ବାପାମାଆ କେବଳ ପାଠ ନୁହେଁ, ପିଲାଙ୍କ ଖାଦ୍ୟପେୟ ତଥା ସବୁ ଦିଗ ପ୍ରତି ଯତ୍ନବାନ ହୁଅନ୍ତି ।
ଦିପୁନ୍ ଦହିବରା ଖାଇସାରି ନିଜ ଥାଳିଟିକୁ ନିଜେ ଧୋଇ ବାସନ ରଖିବା ଜାଗାରେ ରଖିଦେଇଥିଲା ।
ଦିପୁନ୍ ଠିକ୍ ସମୟରେ ନିଜ ଗୃହକାର୍ଯ୍ୟ କରିବା, ପାଠ ପଢ଼ିବା ଓ ଖେଳିବା ପାଇଁ ମନ ବଦଳାଇଲା ।
ଦିପୁନ୍ର ଏପରି ପରିବର୍ତ୍ତନ ଦେଖି ବାପା ତା’ ପିଠି ଥାପୁଡ଼େଇ ତାକୁ ସୁନାପିଲା ବୋଲି କହିଲେ ।