ମାମୁନି ପିମ୍ପୁଡ଼ିକୁ ପାଖକୁ ଡାକି ତାର ଅମାପ ବୁଦ୍ଧି ଓ ଗୁଣର ପ୍ରଶଂସା କରିଛି ।
ପିମ୍ପୁଡ଼ି ଆକାରରେ ବହୁତ ଛୋଟ ହୋଇଥିଲେ ମଧ୍ୟ ବୁଦ୍ଧିରେ ତାର କେହି ସରି ନୁହନ୍ତି ।
ପିମ୍ପୁଡ଼ି ନିଜର ବନ୍ଧୁ ପରିଜନଙ୍କୁ ସାଥିରେ ନେଇ ଆହାର ସଂଗ୍ରହ କରିବାକୁ ଧାଇଁଥାଏ ।
ପିମ୍ପୁଡ଼ି ବଳକା ଖାଦ୍ୟ ସାଇତି ରଖି ଝଡ଼ି ବର୍ଷା ସମୟରେ ବସି ଆନନ୍ଦରେ ଖାଇଥାଏ ।
ପିମ୍ପୁଡ଼ି ନିକଟରେ ଆଦୌ ଅଳସପଣ ନଥାଏ ଏବଂ ସେ ଏକ ବଡ଼ ପରିଶ୍ରମୀ ଜୀବ ଅଟେ ।
ପିମ୍ପୁଡ଼ି ନିଜର କଳା କୌଶଳରେ ସୁନ୍ଦର ଘର ତିଆରି କରୁଥିବାରୁ ଜଗତ ତାକୁ କାରିଗର ବୋଲି କହେ ।
ପିମ୍ପୁଡ଼ି ସବୁବେଳେ ଶୃଙ୍ଖଳାର ସହିତ ଏକାଠି ମିଶି ନିଜର ସମସ୍ତ କାମ କରିଥାଏ ।
ପିମ୍ପୁଡ଼ି ନିଜ ଦଳପତିଙ୍କ ଆଦେଶକୁ ମଥାପାତି ମାନିଥାଏ ଏବଂ ସେ ଏକ ବଡ଼ ଆଜ୍ଞାକାରୀ ପ୍ରାଣୀ ।
ସାରା ସଂସାରରେ ପିମ୍ପୁଡ଼ି ପରି ଆଜ୍ଞାକାରୀ ଓ ନିଷ୍ଠାପର ପ୍ରାଣୀ ଆଉ କେହି ନାହାନ୍ତି ।
ସମୟ ଥାଉ ଥାଉ ଆଗରୁ ସଜାଗ ରହିଲେ ଜୀବନରେ କୌଣସି ବିପଦ ପାଖକୁ ଆସି ନଥାଏ ।
ପିମ୍ପୁଡ଼ିର ଟିକି ମୁଣ୍ଡରେ ଥିବା ଅମାପ ବୁଦ୍ଧି ବିଷୟରେ ଭାବିଲେ ମାମୁନିର ମଥା ଘୂରିଯାଏ ।
ଖାଦ୍ୟ ଟିକିଏ ପାଇବା ପାଇଁ ପିମ୍ପୁଡ଼ିମାନେ ରେଳଗାଡ଼ି ଭଳି ଧାଡ଼ି ବାନ୍ଧି ଆଗକୁ ମାଡ଼ି ଚାଲନ୍ତି ।
ପିମ୍ପୁଡ଼ିମାନେ ମିଳିମିଶି କାଠ ଗଣ୍ଡି ଓ ବଡ଼ ବଡ଼ ଫଳ ନିଜ ବାସସ୍ଥାନକୁ ବୋହି ନିଅନ୍ତି ।
ଏକତା ଓ ସହଯୋଗ ବଳରେ ପକ୍ଷୀମାନେ ମିଳିମିଶି ଗଛ ହାଣିବାକୁ ଆସିଥିବା ଯୁବକକୁ ଘଉଡ଼ାଇ ଦେଇଥିଲେ ।
ପିମ୍ପୁଡ଼ିଠାରୁ ଆମେ ପରିଶ୍ରମ, ଶୃଙ୍ଖଳା, ଆଜ୍ଞାକାରିତା ଓ ସମୟାନୁବର୍ତ୍ତିତା ପରି ଉତ୍ତମ ଗୁଣ ଶିଖିବା ଉଚିତ ।