‘ବାଇଚଢ଼େଇ ଓ ହାତୀ’ ଗଳ୍ପଟି ‘ପଞ୍ଚତନ୍ତ୍ର’ରୁ ସଂଗୃହୀତ ହୋଇଛି।
ହାତୀଟି ପୋଖରୀରୁ ପାଣି ପିଇ ସୁସ୍ଥ ହୋଇ ଜଙ୍ଗଲକୁ ଫେରିଗଲା।
ବେଙ୍ଗର ଶବ୍ଦ ଶୁଣି ସେଠାରେ ପୋଖରୀ ଅଛି ବୋଲି ହାତୀ ଭାବିଲା।
ବେଙ୍ଗଟି ଏକ ନଈ ଭିତରେ ଥାଇ ଶବ୍ଦ କରୁଥିଲା।
ପ୍ରଖର ଖରା ଯୋଗୁଁ ଅନ୍ଧ ହାତୀକୁ ଭାରି ଶୋଷ ଲାଗୁଥିଲା।
ବାଇ ଚଢ଼େଇ ନିଜ ଥଣ୍ଟରେ ହାତୀର ଆଖିକୁ ଖୁମ୍ପି ଅନ୍ଧ କରିଦେଲା।
ମହୁମାଛିର ଗୀତ ଶୁଣି ହାତୀ ଆନନ୍ଦରେ ବିଭୋର ହୋଇ ଆଖି ବନ୍ଦ କରି ଝୁଲିଲା।
ମହୁମାଛିଟି ହାତୀକୁ ନିଜ ଶୁଣ୍ଢରେ ଦଂଶନ କରିଥିଲା।
ମେଘନାଦ ନାମକ ବେଙ୍ଗ ହାତୀକୁ ଶିକ୍ଷା ଦେବା ପାଇଁ ଯୋଜନା ବତାଇଥିଲା।
ବୀଣାରବା ନାମକ ବେଙ୍ଗଟି କାଠହଣା ଚଢ଼େଇର ବନ୍ଧୁ ଥିଲା।
କାଠହଣା ଚଢ଼େଇ ବାଇ ଚଢ଼େଇର ଜଣେ ଭଲ ସାଙ୍ଗ ଥିଲା।
ହାତୀ ଆକ୍ରମଣରେ ବାଇ ଚଢ଼େଇ ଦୁଇଟି ମଧ୍ୟ ମରିଗଲେ।
ହାତୀ ଡାଳ ଭାଙ୍ଗିଦେବାରୁ ବାଇ ଚଢ଼େଇର ଅଣ୍ଡାଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଗଲା।
ହାତୀଟି ବରଗଛ ଛାଇରେ ବିଶ୍ରାମ ନେଉଥିଲା।
ବାଇ ଚଢ଼େଇ ଓ ତା’ର ସ୍ତ୍ରୀ ଏକ ତମାଳ ଗଛରେ ବସା କରି ରହୁଥିଲେ।