ଜିତେନ୍ଦ୍ର ତାର ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପାଖକୁ ଖରାଛୁଟି କଟାଇବା ବିଷୟରେ ଏହି ପତ୍ରଟି ଲେଖିଛି।
ଜିତେନ୍ଦ୍ର ଓ ତାର ବୋଉ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ରେଳଗାଡ଼ିରେ ବସି ପୁରୀ ମାମୁଘରକୁ ଯାଇଥିଲେ।
ଜେଜେମା’ଙ୍କ ଦେହ ଭଲ ନ ଥିବାରୁ ବାପା ଘରେ ରହି ତାଙ୍କର ଯତ୍ନ ନେଇଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହର ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି।
ବିଦେଶ ଓ ଅନ୍ୟ ରାଜ୍ୟର ଲୋକମାନେ ଉଡ଼ାଜାହାଜରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାନ୍ତି।
ଚନ୍ଦ୍ରଭାଗା ନଦୀର ମୁହାଣରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଅବସ୍ଥିତ।
ରାଜା ନରସିଂହଦେବ ବାରଶହ ବଢ଼େଇଙ୍କୁ ଲଗାଇ କୋଣାର୍କ ମନ୍ଦିର ତିଆରି କରାଇଥିଲେ।
କୋଣାର୍କ ମନ୍ଦିରରେ ପ୍ରତ୍ୟକ୍ଷ ଦେବତା ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ।
କୋଣାର୍କ ମନ୍ଦିରଟି ଗୋଟିଏ ବିଶାଳ ରଥ ପରି, ଯେଉଁଥିରେ ସାତୋଟି ଘୋଡ଼ା ଓ ଚବିଶଟି ଚକ ରହିଛି।
ବାର ବର୍ଷର କୁନି ବାଳକ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା।
ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଚାଲିବା, ପହଁରିବା ଏବଂ ଶାରୀରିକ ବ୍ୟାୟାମ ନିତାନ୍ତ ଜରୁରୀ।
ପ୍ରତିଦିନ ସକାଳେ ଯୋଗ ଓ ବ୍ୟାୟାମ କରିବା ଦ୍ୱାରା କାମ କରିବାକୁ ମନରେ ଆଗ୍ରହ ଆସିଥାଏ।
ଜିତେନ୍ଦ୍ର ତାର ସାଙ୍ଗସାଥୀଙ୍କ ସହିତ ମିଶି କ୍ରିକେଟ୍, କବାଡ଼ି ଓ ଖୋ-ଖୋ ପରି ଖେଳ ଖେଳୁଥିବା କଥା ଲେଖିଛି।
ପତ୍ର ପ୍ରେରକ ଜିତେନ୍ଦ୍ର ସାହୁଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ଖମାରବେଲରପା ଗ୍ରାମରେ ଅଟେ।
ପତ୍ର ପାଉଥିବା ବନ୍ଧୁ ସିଦ୍ଧାର୍ଥ ରାଉତଙ୍କ ଘର ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଗ୍ରାମରେ ଅଟେ।