ଠେକୁଆର ବୁଦ୍ଧି ଯୋଗୁଁ ଜଙ୍ଗଲର ସବୁ ପଶୁମାନେ ସିଂହ କବଳରୁ ମୁକ୍ତି ପାଇ ଆରାମରେ ରହିଲେ ।
ଏକାଙ୍କିକାରେ ଭାଲୁ ସିଂହ ପାଖକୁ ଯାଇ ତା’ ସହିତ ଯୁଦ୍ଧ କରିବାକୁ ପ୍ରସ୍ତାବ ଦେଇଥିଲା ।
ପଥର ଉପରେ ବସି ଚିନ୍ତା କରିବା ପରେ ଠେକୁଆକୁ ଏକ ଉପାୟ ମିଳିଥିଲା ।
ଠେକୁଆଟି ନିଜର ବଳ ପ୍ରୟୋଗ କରି ସିଂହକୁ କୂଅ ଭିତରକୁ ଠେଲି ଦେଇଥିଲା ।
ସିଂହଟି କ୍ରୋଧରେ ଆକ୍ରମଣ କରିବା ପାଇଁ କୂଅ ଭିତରକୁ ଡେଇଁ ପଡ଼ିଲା ।
ପଶୁମାନଙ୍କ ପ୍ରସ୍ତାବ ଶୁଣି ସିଂହଟି ରାଗିଯାଇ ସେମାନଙ୍କ ଉପରେ ଆକ୍ରମଣ କଲା ।
କୂଅ ଭିତରୁ ନିଜ ଗର୍ଜନର ପ୍ରତିଧ୍ୱନି ଶୁଣି ସିଂହଟି ତାହାକୁ ଅନ୍ୟ ସିଂହର ସ୍ୱର ବୋଲି ଭାବିଲା ।
ସିଂହଟି କୂଅ ଭିତରେ ପ୍ରକୃତରେ ଅନ୍ୟ ଏକ ଦୁଷ୍ଟ ସିଂହକୁ ଦେଖିବାକୁ ପାଇଲା ।
ଠେକୁଆଟି ସିଂହକୁ କହିଲା ଯେ ତା'ର ଚାରିଜଣ ସାଙ୍ଗଙ୍କୁ ବାଟରେ ଅନ୍ୟ ଏକ ସିଂହ ଖାଇଦେଇଛି ।
ଠେକୁଆଟି ଡରି ଡରି ଦୌଡ଼ି ଦୌଡ଼ି ଖୁବ୍ ଶୀଘ୍ର ସିଂହ ପାଖରେ ପହଞ୍ଚିଗଲା ।
ଜିରାଫ୍ ସିଂହକୁ କହିଥିଲା ଯେ ଏହାଦ୍ୱାରା ତାଙ୍କୁ ଆଉ ଶିକାର ପାଇଁ ପରିଶ୍ରମ କରିବାକୁ ପଡ଼ିବ ନାହିଁ ।
ସିଂହ ପାଖକୁ ଯିବା ପାଇଁ ପ୍ରଥମେ ବିଲୁଆର ପାଳି ପଡ଼ିଥିଲା ।
ହରିଣଟି ନିଜର ଛୋଟ ଛୋଟ ପିଲାମାନଙ୍କ କଥା କହି ସିଂହ ଆଗରେ ଜୀବନ ଭିକ୍ଷା କରିଥିଲା ।
ସିଂହ ପାଖକୁ ପ୍ରତିଦିନ ଦୁଇଟି ଲେଖାଏଁ ପଶୁ ଯିବା ପାଇଁ ସ୍ଥିର ହୋଇଥିଲା ।
ଜଙ୍ଗଲର ପଶୁମାନଙ୍କ ଦଳପତି ହାତୀ ଥିଲେ ।