ଭାଷା ମହକ · Code MIL
Learning outcomes for ଭାଷା ମହକ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
13 learning outcomes for this subject.
କହିଥିବା କଥା, ଗପ, କବିତା, ଇତ୍ୟାଦିକୁ ମନଦେଇ ଶୁଣି ବୁଝି ନିଜ ପ୍ରତିକ୍ରିୟା ରଖିବେ।
ସ୍ବରର ଉପଯୁକ୍ତ ଉତ୍ଥାନ ପତନ, ଗତି, ଲୟ, ଠିକ ଉଚ୍ଚାରଣ ସହିତ ଗପ, କବିତା ଇତ୍ୟାଦିକୁ କହିବେ।
ଶୁଣିଥିବା ବିଷୟବସ୍ତୁ, ଘଟଣା, ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ, ପ୍ରଶ୍ନ ପଚାରିବେ, ନିଜ ପ୍ରତିକ୍ରିୟା ରଖିବେ, ମତାମତ ଦେବେ, ନିଜ ଶୈଳୀ ଓ ଭାଷାରେ ଗପ ଓ କବିତାକୁ କହିବେ।
ଆଖପାଖରେ ଘଟୁଥିବା କାର୍ଯ୍ୟାବଳୀ/ ଘଟଣାବଳୀ ଓ ବିଭିନ୍ନ ପରିସ୍ଥିତିରେ ନିଜ ଅନୁଭୂତି ବିଷୟରେ କହିବେ, ଆଲୋଚନା କରିବେ ଓ ପ୍ରଶ୍ନ ପଚାରିବେ।
ଗପ, କବିତା କିମ୍ବା ଅନ୍ୟ ସାମଗ୍ରୀକୁ ବୁଝିବେ ଓ ସେଥିରେ ନିଜ ଗପ ଓ କଥାକୁ ଯୋଡିବେ।
ଭିନ୍ନଭିନ୍ନ ପ୍ରକାର ପ୍ରବନ୍ଧ / ସାମଗ୍ରୀକୁ ( ଖବର କାଗଜ, ଶିଶୁ ପତ୍ରିକା ଆଦି) ପଢି ବୁଝିବା ସହିତ ସେହି ସମ୍ପର୍କିତ ପ୍ରଶ୍ନ ପଚାରିବେ, ନିଜ ମତ ଦେବେ, ଶିକ୍ଷକ ଓ ଅନ୍ୟ ସହପାଠୀଙ୍କ ସହ ଆଲୋଚନା କରିବେ। ପଚାରିଥିବା ପ୍ରଶ୍ନର ଉତ୍ତର ( ମୌଖିକ / ଲିଖିତ ଭାବରେ) ଦେବେ।
ଭିନ୍ନଭିନ୍ନ ପ୍ରକାର ବିଷୟବସ୍ତୁରେ ଆସୁଥିବା ନୂଆ ଶବ୍ଦକୁ ବୁଝି ସେଗୁଡିକର ଅର୍ଥ ବାହାର କରିବେ।
ଭିନ୍ନଭିନ୍ନ ଗପ/ କବିତା/ ପ୍ରବନ୍ଧ ରେ ଭାଷାର ସ୍ବତନ୍ତ୍ରତା (ଯେପରି - ଶବ୍ଦର ପୁନରାବୃତ୍ତି, ସଂଜ୍ଞା, ସର୍ବନାମ, ବିଭିନ୍ନ ବିରାମ ଚିହ୍ନର ବ୍ୟବହାର ଆଦି ) କୁ ଚିହ୍ନଟ କରିବେ ଓ ବ୍ୟବହାର କରିବେ।
ଭିନ୍ନଭିନ୍ନ ପ୍ରକାର ସାମଗ୍ରୀ ( ଖବର କାଗଜ, ଶିଶୁ ପତ୍ରିକା, ପୋଷ୍ଟର ଆଦି) କୁ ପଢି ବୁଝିବା ସହିତ ସେହି ସମ୍ପର୍କିତ ପ୍ରଶ୍ନ ପଚାରିବେ/ ନିଜ ମତ ଦେବେ/ ଶିକ୍ଷକ ଓ ସହପାଠୀଙ୍କ ସହିତ ଆଲୋଚନା କରିବେ।
ନିଜ ଇଚ୍ଛାରେ କିମ୍ବା ଶିକ୍ଷକଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ପ୍ରତି ସଚେତନ ହୋଇ ସ୍ବନିୟନ୍ତ୍ରିତ ଭାବେ ଲେଖିବେ।
ବିଭିନ୍ନ ଉଦ୍ଦେଶ୍ୟ ଲେଖିବା ସମୟରେ ଶବ୍ଦ ଚୟନ / ବାକ୍ୟ ସଂରଚନା ଓ ବିଭିନ୍ନ ପ୍ରକାର ଲେଖାପାଇଁ ( ଯେପରି - ସାଙ୍ଗକୁ ଚିଠି ଲେଖିବା, ପତ୍ରିକା ସମ୍ପାଦକକୁ ପତ୍ର ଲେଖିବା) ନିଜେ ସିଦ୍ଧାନ୍ତ ଗ୍ରହଣ କରିବେ।
ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଲେଖୁଥିବା ନିଜ ଲେଖାରେ ବିରାମ ଚିହ୍ନ, ଯେପରି ପୂର୍ଣ୍ଣଛେଦ, କମା, ପ୍ରଶ୍ନବାଚୀ ଚିହ୍ନକୁ ଉପଯୁକ୍ତ ଭାବେ ବ୍ୟବହାର କରିବେ।
ଭିନ୍ନଭିନ୍ନ ସାମଗ୍ରୀକୁ (ଖବର କାଗଜ, ଶିଶୁ ପତ୍ରିକା, ପୋଷ୍ଟର ଆଦି) ପଢି ବୁଝିବେ ଓ ସେଥିରେ ନିଜ ପ୍ରତିକ୍ରିୟା ଲେଖିବେ, ପଚାରିଯାଇଥିବା ପ୍ରଶ୍ନର ଉତ୍ତର ଲେଖିବେ (ବ୍ରେଲ୍ ଲିପି ବ୍ୟବହାର କରିପାରନ୍ତି)।