ପରିବାରରେ ବାପା, ମାଆ, ଜେଜେବାପା, ଜେଜେମାଆ ଓ ଭାଇଭଉଣୀମାନେ ମିଶି ରହନ୍ତି । କେତେକ ପରିବାର ବଡ଼ ହୋଇଥାଏ ଏବଂ କେତେକ ପରିବାର ସାନ ହୋଇଥାଏ । ପରିବାର ଛୋଟ ହେଉ ବା ବଡ଼, ସମସ୍ତ ସଦସ୍ୟ ପରସ୍ପରକୁ ଭଲ ପାଆନ୍ତି ଓ ସ୍ନେହ ଆଦର କରନ୍ତି । ଆମ ପରିବାରର ସଦସ୍ୟଙ୍କ ବ୍ୟତୀତ ଆମ ଘର ଆଖପାଖରେ ରହୁଥିବା ପଡ଼ୋଶୀ, ବନ୍ଧୁ ଏବଂ ସମ୍ପର୍କୀୟମାନେ ମଧ୍ୟ ଆମ ସୁଖଦୁଃଖରେ ସାଥୀ ହୁଅନ୍ତି ।
ପରିବାରରେ ସମସ୍ତେ ମିଳିମିଶି କାମ କରନ୍ତି । ରୋଷେଇ କରିବା, ଘର ସଫା ରଖିବା, ବଗିଚାରେ ପାଣି ଦେବା ଏବଂ ପନିପରିବା କାଟିବାରେ ପିଲାମାନେ ନିଜ ବାପା, ମାଆ ଓ ଜେଜେବାପାଙ୍କୁ ସାହାଯ୍ୟ କରିଥାନ୍ତି । ଏହାଦ୍ୱାରା ଘରର କାମ ସହଜ ହୁଏ ଏବଂ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଥାଏ । ଆମେ ଆମର ବୟସ୍କ ବ୍ୟକ୍ତି ଯଥା ଜେଜେବାପା ଓ ଜେଜେମାଆଙ୍କଠାରୁ ବିଭିନ୍ନ ଗୀତ, ଗପ ଓ ପୁରୁଣା ଖେଳ ଶିଖିଥାଉ । ପରିବାରର କେହି ଅସୁସ୍ଥ ହେଲେ ସମସ୍ତେ ମିଶି ତାଙ୍କର ଯତ୍ନ ନିଅନ୍ତି ।
ପରିବାରରେ ମଣିଷମାନଙ୍କ ସହିତ ଗାଈ, କୁକୁର, ବିଲେଇ ଓ ଚଢ଼େଇ ଭଳି ପୋଷା ପଶୁପକ୍ଷୀମାନେ ମଧ୍ୟ ସଦସ୍ୟ ଭଳି ରହନ୍ତି । ଆମେ ସେମାନଙ୍କୁ ଆଦର କରିବା ସହ ଖାଦ୍ୟ ଦେଇ ସେମାନଙ୍କର ଯତ୍ନ ନେବା ଉଚିତ । ସେମାନଙ୍କୁ କେବେ ଚିଡ଼ାଇବା କିମ୍ବା ଆଘାତ ଦେବା ଉଚିତ ନୁହେଁ ।
ଛୁଟିଦିନରେ କିମ୍ବା ଖରାବେଳେ ପରିବାରର ସମସ୍ତେ ଏକାଠି ବସି ବର୍ଷା ଗୀତ ଗାଇବା, ଅନ୍ତାକ୍ଷରୀ, ଲୁଚକାଳି, ଲୁଡୁ ଓ ରୁମାଲ ଚୋରି ଭଳି ଖେଳ ଖେଳି ବହୁତ ମଜା କରନ୍ତି । ପର୍ବପର୍ବାଣିରେ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ ମିଶି ପିଠାପଣା ଖାଇବା ଏବଂ ରଙ୍ଗୋଲି ପକାଇବା ଦ୍ୱାରା ମନରେ ବହୁତ ଆନନ୍ଦ ମିଳେ । ଏହିପରି ଭାବେ ଏକାଠି ମିଳିମିଶି ଚଳିବା ଦ୍ୱାରା ପରିବାର ସୁନ୍ଦର ଓ ଖୁସିର ସ୍ଥାନ ପାଲଟିଥାଏ ।