ଘରର କାମଗୁଡ଼ିକରେ ବାପା ଓ ମାଆ ପରସ୍ପରକୁ ସାହାଯ୍ୟ କରନ୍ତି ।
ସ୍ନେହାର ଜେଜେବାପା ବଗିଚା କାମ କରିବାକୁ ପସନ୍ଦ କରନ୍ତି ନାହିଁ ।
ରୁମାଲ ଚୋରି ଖେଳରେ ସ୍ନେହା ପ୍ରଥମେ ଚିନୁର ପଛପଟେ ରୁମାଲ ରଖିଥିଲା ।
ପଶୁପକ୍ଷୀମାନଙ୍କୁ ଚିଡ଼ାଇବା ଏବଂ ଆଘାତ ଦେବା ଭଲ ଅଭ୍ୟାସ ଅଟେ ।
ପରିବାରର ସମସ୍ତ ସଦସ୍ୟ ସବୁବେଳେ ଗୋଟିଏ ଘରେ ଏକାଠି ରହିବା ବାଧ୍ୟତାମୂଳକ ।
ଖେଳି ସାରି ଥକିଯିବା ପରେ ଜେଜେବାପା ପିଲାମାନଙ୍କୁ ସରବତ ପିଆଇଲେ ।
ପାର୍କରେ ସାଙ୍ଗମାନେ ମିଶି କବାଡ଼ି ଖେଳ ଖେଳୁଥିଲେ ।
ଶ୍ୟାମ ପନିପରିବା ଧୋଇ କାଟିବାରେ ମାଆଙ୍କୁ ସାହାଯ୍ୟ କରେ ।
ଜେଜେବାପା ସ୍ନେହାକୁ ସ୍କୁଲ ଯିବା ପୂର୍ବରୁ କେଶରେ ତେଲ ଲଗାଇ ବେଣୀ କରିଦିଅନ୍ତି ।
ମୁନି ଶୁଖିଲା ଫୁଲ ଓ ପତ୍ର ବ୍ୟବହାର କରି ସୁନ୍ଦର ରଙ୍ଗୋଲି ତିଆରି କରେ ।
କୁସୁମ ମାଉସୀ ସ୍ନେହାର ମା’ଙ୍କର ଜଣେ ଘନିଷ୍ଠ ସାଙ୍ଗ ଅଟନ୍ତି ।
କାଗଜ ଡଙ୍ଗା ଭସାଇବା କଥା ସ୍ନେହାଙ୍କୁ ତାଙ୍କ ମାଉସୀ ଶିଖାଇଥିଲେ ।
ବର୍ଷା ଦିନେ ସ୍ନେହାର ମା’ ଓ ଜେଜେମା’ ଗରମ ଗରମ ପକୁଡ଼ି ଓ ଚା’ ତିଆରି କରନ୍ତି ।
ସ୍ନେହା ଓ ତାଙ୍କ ଭାଇମାନେ ପୋଷା କୁକୁର ଟମିକୁ ସବୁବେଳେ ହଇରାଣ କରନ୍ତି ।
ସ୍ନେହାର ବଡ଼ଭାଇଙ୍କ ନାମ ଶ୍ୟାମ ଏବଂ ଛୋଟ ଭାଇର ନାମ ସୂରଜ ଅଟେ ।