ଶରୀରରେ ନିର୍ଦ୍ଦିଷ୍ଟ ଗଠନ ଶୈଳୀ ବା ସଂରଚନା ଥିବା ଦୁଇଟି ଜୀବଜନ୍ତୁଙ୍କ ନାମ ଲେଖ।
ନିର୍ମାଣସ୍ଥଳୀରେ କାମ କରୁଥିବା ଲୋକମାନେ ମୁଣ୍ଡରେ ହେଲମେଟ୍ କାହିଁକି ପିନ୍ଧନ୍ତି ?
ଉଷ୍ମ ଅଞ୍ଚଳରେ ଲୋକମାନେ ମାଟି ଘର କାହିଁକି ତିଆରି କରନ୍ତି ?
ଇଟାକୁ ନିର୍ଦ୍ଦିଷ୍ଟ ଆକାର ଦେବା ପାଇଁ କ’ଣ ବ୍ୟବହାର କରାଯାଏ ?
କଳାକାରମାନେ ପାତ୍ର ଉପରେ ଚିତ୍ରାଙ୍କନ କରିବା ପାଇଁ କେଉଁଠାରୁ ଧାରଣା ପାଆନ୍ତି ?
ଭାଟିରେ କଞ୍ଚା ମାଟି ପାତ୍ରକୁ କାହିଁକି ରଖାଯାଏ ?
ମାଟି କାରିଗରଙ୍କ ବଡ଼ ଚୁଲାକୁ କ’ଣ କୁହାଯାଏ ?
ମାଟି ପାତ୍ର ବ୍ୟତୀତ ମାଟିରେ ଆଉ କେଉଁ ସବୁ ଜିନିଷ ତିଆରି କରାଯାଇପାରେ ?
କାମ କରିବା ସମୟରେ ରୋହନର ବାପା ନିଜ ସୁରକ୍ଷା ପାଇଁ କ’ଣ କ’ଣ ପିନ୍ଧନ୍ତି ?
ପାରମ୍ପରିକ ଘର ତିଆରି ପାଇଁ କେଉଁ କେଉଁ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଏ ?
ମାଟି ଘରର କାନ୍ଥ ଓ ଚଟାଣରେ ଗୋବର ଲେପ ଦେବାର ଦୁଇଟି ଉପକାରିତା ଲେଖ।
ଇଟା କେଉଁ କେଉଁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୁଏ ?
ପ୍ରକୃତିର ସଂରଚନାର ଦୁଇଟି ଉଦାହରଣ ଦିଅ।
ପାତ୍ର ତିଆରି କରିବା ପୂର୍ବରୁ ମାଟିକୁ କିପରି ପ୍ରସ୍ତୁତ କରାଯାଏ ?
ମିନିର ପ୍ରିୟ ମାଟି ଜିନିଷ କ’ଣ ଏବଂ ସେ ତାକୁ କେଉଁ କାମରେ ଲଗାଏ ?
ମାଟିରୁ ଆମେ କେଉଁ କେଉଁ ସବୁ ଜିନିଷ ତିଆରି କରିପାରିବା ? ମାଟି ଜିନିଷ ଆମ ଜୀବନରେ କିପରି ଉପଯୋଗୀ ହୋଇଥାଏ ? ଏକ ଉଦାହରଣ ଦେଇ ବୁଝାଅ।
ଉଷ୍ମ ଅଞ୍ଚଳରେ ଲୋକମାନେ କାହିଁକି ମାଟି ଘର ତିଆରି କରନ୍ତି ? ଏହି ଘର ନିର୍ମାଣର ବିଶେଷତ୍ୱ ଏବଂ ପରିବେଶ ପାଇଁ ଏହାର ଉପକାରିତା ବର୍ଣ୍ଣନା କର।
ପ୍ରକୃତିରେ ଦେଖାଯାଉଥିବା ସଂରଚନା କହିଲେ କ’ଣ ବୁଝ ? ପ୍ରକୃତିରୁ ଉଦାହରଣ ଦେଇ ଏହା କଳାକାରମାନଙ୍କୁ କିପରି ସାହାଯ୍ୟ କରେ ବୁଝାଅ।
ଇଟା କିପରି ତିଆରି କରାଯାଏ ଏବଂ କୋଠା ତିଆରିରେ ଏହା କିପରି ବ୍ୟବହୃତ ହୁଏ ଲେଖ।
ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ନିରାପତ୍ତା ନିୟମ ପାଳନ କରିବା କାହିଁକି ଜରୁରୀ ? ସେମାନେ କେଉଁ କେଉଁ ସୁରକ୍ଷା ଉପକରଣ ବ୍ୟବହାର କରନ୍ତି ? ସେହିପରି ତୁମେ ବିଦ୍ୟାଳୟ ଓ ଘରେ କେଉଁ କେଉଁ ସୁରକ୍ଷା ନିୟମ ପାଳନ କର ବୁଝାଇ ଲେଖ।
ମାଟିରୁ ପାତ୍ର କିପରି ତିଆରି କରାଯାଏ ? ଏହାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ବିସ୍ତୃତ ଭାବରେ ବୁଝାଅ।