ମେଳାକୁ ଯିବା ସମୟରେ ଘରୁ ପାଣି ବୋତଲ ସାଙ୍ଗରେ ନେବା ଉଚିତ।
ରାସ୍ତାରେ ଚାଲିବା ବେଳେ ଉଭୟ ପାର୍ଶ୍ୱରୁ ଆସୁଥିବା ଗାଡ଼ି ପ୍ରତି ସତର୍କ ରହିବା ଆବଶ୍ୟକ।
ବୟସ୍କ ବ୍ୟକ୍ତିମାନଙ୍କ ସୁବିଧା ପାଇଁ ବସ୍ରେ ସିଟ୍ ସଂରକ୍ଷିତ ରହିଥାଏ।
ବସ୍ରେ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ ଅନୁସାରେ ଟିକେଟ୍ କିଣିବା ଦରକାର।
ଚଳନ୍ତା ବସ୍ରେ ଡିଆଁଡେଇଁ ନ କରି ନିଜ ସିଟ୍ରେ ସ୍ଥିର ହୋଇ ବସିବା ଉଚିତ।
ସୁରକ୍ଷା ଦୃଷ୍ଟିରୁ ଗାଡ଼ିର ଝରକା ବାହାରକୁ ହାତ କିମ୍ବା ମୁଣ୍ଡ କାଢ଼ିବା ଅନୁଚିତ।
ମେଳା ପ୍ରବେଶ ଦ୍ୱାରରେ ଥିବା ନକ୍ସା ସାହାଯ୍ୟରେ ବିଭିନ୍ନ ଷ୍ଟଲ୍ଗୁଡ଼ିକର ସ୍ଥାନ ଜାଣିହୁଏ।
ଜରୁରୀକାଳୀନ ଚିକିତ୍ସା ଓ ନିରାପତ୍ତା ପାଇଁ ମେଳାରେ ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ମୁତୟନ ଥାଆନ୍ତି।
ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମେଳାରେ ସହାୟତା କେନ୍ଦ୍ର ରହିଥାଏ।
ଗୋଡ଼ରେ ଯନ୍ତ୍ରଣା ଥିବା କିମ୍ବା ଚାଲିପାରୁ ନ ଥିବା ବୟସ୍କ ଲୋକଙ୍କ ପାଇଁ ହୁଇଲ୍ଚେୟାର୍ ବ୍ୟବହାର କରାଯାଏ।
ଖାଦ୍ୟ ଖାଇବା ପୂର୍ବରୁ ସାବୁନ କିମ୍ବା ସଫା ପାଣିରେ ଭଲ ଭାବରେ ହାତ ଧୋଇବା ଉଚିତ।
ଖାଇସାରିବା ପରେ ଅଇଁଠା ଏବଂ ଅଦରକାରୀ ଜିନିଷଗୁଡ଼ିକୁ କେବଳ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ।
ମେଳା ତଥା ସାଧାରଣ ସ୍ଥାନରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ରକ୍ଷା କରିବାରେ ତାଲିମପ୍ରାପ୍ତ ପୋଲିସ କୁକୁର ସାହାଯ୍ୟ କରେ।
କୁମ୍ଭ ମେଳା ହେଉଛି ପୃଥିବୀର ସବୁଠାରୁ ବଡ଼ ମେଳା ତଥା ମାନବ ଜାତିର ସର୍ବବୃହତ ସମାବେଶ।
ପ୍ରତି ବାର ବର୍ଷରେ ଥରେ ହରିଦ୍ୱାର, ପ୍ରୟାଗରାଜ, ନାସିକ ଏବଂ ଉଜ୍ଜୟିନୀରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ।