ଆମ ବିଚିତ୍ର ପୃଥିବୀ (ପରିବେଶ ବିଜ୍ଞାନ) · Code SST
Learning outcomes for ଆମ ବିଚିତ୍ର ପୃଥିବୀ (ପରିବେଶ ବିଜ୍ଞାନ) cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
15 learning outcomes for this subject.
ନିଜ ଚତୁପାର୍ଶ୍ବସ୍ଥ ପରିବେଶରେ ଥିବା ଉଭିଦର ପତ୍ର, କାଣ୍ଡ ଏବଂ ବକ୍କଳର ଲକ୍ଷଣ (ଯଥା – ଆକୃତି, ରଙ୍ଗ, ଗନ୍ଧ, ଖଦଡା, ଚିକ୍କଣ) କୁ ଚିହ୍ନଟ କରିବେ।
ନିଜ ଚତୁପାର୍ଶ୍ଵର ପରିବେଶରେ ଥିବା ପଶୁପକ୍ଷୀମାନଙ୍କର ସାଧାରଣ ଲକ୍ଷଣ (ଯଥା – ଚଳନ, କେଉଁଠାରେ ଦେଖା ଯାନ୍ତି, ଖାଦ୍ୟାଭ୍ୟାସ, ସ୍ବର) କୁ ଚିହ୍ନଟ କରିବେ।
ପରିବାର ସଦସ୍ୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସହ ସମ୍ପର୍କ ଚିହ୍ନଟ କରିବେ।
ଘରେ, ବିଦ୍ୟାଳୟରେ ଏବଂ ଆଖ ପାଖରେ ଥିବା ବିଭିନ୍ନ ବସ୍ତୁ(ପାତ୍ର, ଚୁଲି, ପରିବହନ) ଓ ଯୋଗାଯୋଗର ମାଧ୍ୟମ (ସଙ୍କେତ, ସଙ୍କେତ ବୋର୍ଡ), ସ୍ଥାନ (ବିଭିନ୍ନ ପ୍ରକାର ବାସସ୍ଥାନ, ବସଷ୍ଟାଣ୍ଡ, ପେଟ୍ରୋଲପମ୍ପ ଇତ୍ୟାଦି), କାର୍ଯ୍ୟ (ଲୋକ ମାନଙ୍କର ବୃତ୍ତି, ରୋଷେଇ କାର୍ଯ୍ୟ ଇତ୍ୟାଦି) କୁ ଚିହ୍ନଟ କରିବେ।
ବିଭିନ୍ନ ବୟସର ବ୍ୟକ୍ତିମାନଙ୍କର, ପଶୁ, ପକ୍ଷୀମାନଙ୍କର ଖାଦ୍ୟର ଆବଶ୍ୟକତା, ଖାଦ୍ୟ ଓ ପାନୀୟ ଜଳର ପ୍ରାପ୍ତି ସ୍ଥାନ ଏବଂ ଘରେ ଓ ଆଖ ପାଖରେ ଜଳର ବ୍ୟବହାରକୁ ବର୍ଣ୍ଣନା କରିବେ।
ପରିବାର ସଦସ୍ୟମାନଙ୍କର ଭୂମିକା, ପରିବାରର ପ୍ରତିପରି (ବିଶେଷତ୍ବ/ ଲକ୍ଷଣ/ଅଭ୍ୟାସ/ପ୍ରଥା) ଏକାଠି ରହିବାର ଆବଶ୍ୟକତାକୁ ମୌଖିକ, ଲିଖିତ ଓ ଅନ୍ୟାନ୍ୟ ଉପାୟରେ ବର୍ଣ୍ଣନା କରିବେ।
ବିଭିନ୍ନ ଇନ୍ଦ୍ରିୟାନୁଭୂତି ଆଧାରରେ ବସ୍ତୁ, ପଶୁପକ୍ଷୀ, ଲକ୍ଷଣ, କାର୍ଯ୍ୟକୁ ସାମଞ୍ଜସ୍ୟ / ପାର୍ଥକ୍ୟ ଆଧାରରେ (ଆକୃତି/ ବାସସ୍ଥାନ/ ଖାଦ୍ୟ/ ଚଳନ/ ପସନ୍ଦ / ଅପସନ୍ଦ ଇତ୍ୟାଦି) ବର୍ଗୀକରଣ କରିବେ।
ବର୍ତ୍ତମାନର ଓ ପୂର୍ବର (ବୟସ୍କମାନଙ୍କ ସମୟର) ବସ୍ତୁ ଓ କାର୍ଯ୍ୟ (ଉଦାହରଣସ୍ବରୂପ - ପୋଷାକ, ପାତ୍ର, ଖେଳ, ବ୍ୟକ୍ତି ମାନେ କରୁଥିବା କାମ) ଗୁଡିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ।
ମୌଖିକ ଭାବରେ ବିଭିନ୍ନ ଚିହ୍ନ ସଙ୍କେତ ବ୍ୟବହାର କରି ସରଳ ମାନଚିତ୍ରରେ (ଘର, ବିଦ୍ୟାଳୟ, ଶ୍ରେଣୀରେ) ବିଭିନ୍ନ ବସ୍ତୁ ଓ ବିଭିନ୍ନ ସ୍ଥାନର ଅବସ୍ଥିତି ଓ ଦିଗ ନିର୍ଣ୍ଣୟ କରିବେ।
ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ/ କାର୍ଯ୍ୟ ଅନୁମାନ କରିବେ ଓ ପରିମାଣ ଆକଳନ କରିବେ ଏବଂ ଚିହ୍ନ ଓ ଅଣମାନକ ଏକକ (ଯଥା - ହାତ, ଚାଖଣ୍ଡ/ ଚାମଚ/ ମଗ ଇତ୍ୟାଦି) ବ୍ୟବହାର କରି ଯାଞ୍ଚ କରିବେ।
ବିଭିନ୍ନ ଉପାୟରେ ବସ୍ତୁ /କାର୍ଯ୍ୟ/ ପରିଭ୍ରମଣ ସ୍ଥାନ ବିଷୟରେ ତଥ୍ୟ ସଂଗ୍ରହ, ପର୍ଯ୍ୟବେକ୍ଷଣ, ପରୀକ୍ଷଣ ଲିପିବଦ୍ଧ କରିବେ ଏବଂ ବିଭିନ୍ନ କ୍ରମ (ଉଦାହରଣ – ଚନ୍ଦ୍ରର ଆକୃତି, ଋତୁ ଗୁଡିକ)ର ପୂର୍ବାନୁମାନ କରିବେ।
ବିଭିନ୍ନ ଚିତ୍ର, ନକ୍ସା, ମଡେଲ, ବସ୍ତୁର ସମ୍ମୁଖ, ଉପର, ପାର୍ଶ୍ଵ ଭାଗର ଦୃଶ୍ୟ, ଘର ଓ ବିଦ୍ୟାଳୟର ବିଭିନ୍ନ ବଖରା, ଶ୍ରେଣୀଗୃହ ଇତ୍ୟାଦିର ସରଳ ମାନଚିତ୍ର ଅଙ୍କନ, ସ୍ଲୋଗାନ ଏବଂ କବିତା ସୃଷ୍ଟି କରିବେ।
ବିଭିନ୍ନ ପ୍ରକାର ଖେଳ (ଆଞ୍ଚଳିକ, ଘର ଭିତରେ ଓ ବାହାରେ ଖେଳା ଯାଉଥିବା)ର ନିୟମ ଓ ଅନ୍ୟାନ୍ୟ ମିଳିତ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବେ।
ଭଲ / ମନ୍ଦ ସ୍ପର୍ଶ / ଧରାବନ୍ଧା କାର୍ଯ୍ୟ/ଖେଳ/ ପରିବାରରେ ଖାଦ୍ୟ, ଲିଙ୍ଗଗତ ଭେଦଭାବ, ବିଦ୍ୟାଳୟରେ ଓ ଘରେ ଖାଦ୍ୟ ଓ ଜଳର ଅପବ୍ୟବହାର/ ଅପଚୟ ବିଷୟରେ ମତାମତ ଦେବେ।
ନିଜ ଚତୁପାର୍ଶ୍ଵରେ ଥିବା ଉଦ୍ଭିଦ, ପ୍ରାଣୀ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଭଗ୍ନ ପରିବାର ପ୍ରତି ସଂବେଦନ ଶୀଳ ହେବେ। ଶାରୀରିକ ଗଠନ, ସାମର୍ଥ୍ୟ, ପସନ୍ଦ – ଅପସନ୍ଦ ଏବଂ ମୌଳିକ ଆବଶ୍ୟକ ପୂରଣ ଯଥା ଖାଦ୍ୟ, ବାସସ୍ଥାନ ଇତ୍ୟାଦି କ୍ଷେତ୍ରରେ ଭିନ୍ନତା ପାଇଁ।