1ଗାଣିତିକ କାର୍ଯ୍ୟକଳାପ ଓ ବ୍ୟବହାରିକ ସମସ୍ୟାଗୁଡ଼ିକର ଉତ୍ତର ଲେଖ:
(କ) ୦, ୧, ୨, ୩, ୪ ଓ ୫ ସଂଖ୍ୟା କାର୍ଡ଼ ବ୍ୟବହାର କରି ତିନି ଅଙ୍କ ବିଶିଷ୍ଟ ଦୁଇଟି ସଂଖ୍ୟା ଗଠନ କର । ସେମାନଙ୍କର ସର୍ବାଧିକ ଯୋଗଫଳ ଏବଂ ସର୍ବନିମ୍ନ ପାର୍ଥକ୍ୟ କିପରି ମିଳିବ ଉଦାହରଣ ସହ ଦର୍ଶାଅ ।
(ଖ) ପାଠ୍ୟପୁସ୍ତକର ନିମ୍ନ ସମସ୍ୟା ଦୁଇଟି ସମାଧାନ କର:
(i) ବିଦ୍ୟାଳୟରେ ୨୩୪ ଜଣ ବାଳିକା ଥିଲେ ଏବଂ ଆଉ ୧୫୬ ଜଣ ନୂତନ ବାଳିକା ନାମ ଲେଖାଇଲେ । ଏବେ ବିଦ୍ୟାଳୟରେ ମୋଟ ବାଳିକା ସଂଖ୍ୟା କେତେ ?
(ii) ପାଠାଗାରରେ ୩୫୭ଟି ପୁସ୍ତକ ଥିଲା । ସେଥିରୁ ୧୩୮ଟି ପୁସ୍ତକ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ଦିଆଗଲା । ଏବେ ପାଠାଗାରରେ ଆଉ କେତୋଟି ପୁସ୍ତକ ରହିଲା ?
10 marks