Tap an option to check your answer instantly.
ଗୋଟିଏ ୫୦୦ ଟଙ୍କିଆ ନୋଟ୍ ବଦଳରେ କେତୋଟି ୫୦ ଟଙ୍କିଆ ନୋଟ୍ ମିଳିବ ?
ଧ୍ରୁବ ପାଖରେ ୧୧୨ଟି ଶାମୁକା ଅଛି । ଗୋଟିଏ ହାର ପାଇଁ ୨୮ଟି ଶାମୁକା ଲାଗିଲେ ସେ ସମୁଦାୟ କେତୋଟି ହାର ତିଆରି କରିପାରିବ ?
ଗୋଟିଏ କାନ୍ଥ ଝୁଲାର ମୂଲ୍ୟ ୪୨ ଟଙ୍କା ହେଲେ, ଦୁଇଟି କାନ୍ଥ ଝୁଲାର ମୂଲ୍ୟ କେତେ ଟଙ୍କା ହେବ ?
ଗୋଟିଏ ଗାଈ ଗୁହାଳରେ ମୂଷା ୪୮ଟି ଗୋଡ଼ ଦେଖିଲା । ଗୋଟିଏ ଗାଈର ୪ଟି ଗୋଡ଼ ଥିଲେ ଗୁହାଳରେ କେତୋଟି ଗାଈ ଅଛନ୍ତି ?
ଗୋଟିଏ ବୁଢ଼ିଆଣୀର ୮ଟି ଗୋଡ଼ ଥାଏ । ୧୫ଟି ବୁଢ଼ିଆଣୀର ମୋଟ କେତୋଟି ଗୋଡ଼ ହେବ ?
ରାମ ପାଖରେ ୪୫ଟି ଅର ଅଛି । ଗୋଟିଏ ଚକ ପାଇଁ ୫ଟି ଅର ଦରକାର ହେଲେ ସେ କେତୋଟି ଚକ ତିଆରି କରିପାରିବ ?
ରଥର ୨୦ଟି ଚକ ତିଆରି କରିବା ପାଇଁ ପ୍ରତି ଚକରେ ୫ଟି ଲେଖାଏଁ ଅର ଲାଗିଲେ ମୋଟ କେତୋଟି ଅର ଆବଶ୍ୟକ ?
ମେରୀ ପାଖରେ ୬୩ଟି ଶାମୁକା ଥିଲା । ସେ ତାଙ୍କର ୫ ଜଣ ସାଙ୍ଗଙ୍କୁ ୭ଟି ଲେଖାଏଁ ଶାମୁକା ଦେବା ପରେ ତାଙ୍କ ପାଖରେ କେତୋଟି ଶାମୁକା ବଳକା ରହିବ ?
ରେଣୁ ପ୍ରତିଦିନ ୮ ଟଙ୍କା ସଞ୍ଚୟ କରନ୍ତି । ସେ କେତେ ଦିନରେ ୫୬ ଟଙ୍କା ସଞ୍ଚୟ କରିପାରିବେ ?
ରହିମ୍ ‘୦’ରୁ ଆରମ୍ଭ କରି ସମାନ ଦୂରତାରେ ୬ ଥର ଡେଇଁ ୧୮ ରେ ପହଞ୍ଚିଲା । ତା’ର ଗୋଟିଏ ଡିଆଁର ଦୂରତା କେତେ ?
୩୦ଟି ବିସ୍କୁଟକୁ ୫ ଜଣ ପିଲାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଲେ ପ୍ରତ୍ୟେକ ପିଲା କେତୋଟି ଲେଖାଏଁ ବିସ୍କୁଟ୍ ପାଇବେ ?
ପ୍ରତ୍ୟେକ ଡବାରେ ୪ଟି ଲେଖାଏଁ ଚକୋଲେଟ୍ ଥିବା ୫ଟି ଡବାରେ ମୋଟ କେତୋଟି ଚକୋଲେଟ୍ ରହିଛି ?
୨ର ଗୁଣନ ଖନ୍ଦା ଏବଂ ୩ର ଗୁଣନ ଖନ୍ଦାର ଅନୁରୂପ ଗୁଣଫଳକୁ ଯୋଗ କଲେ କେଉଁ ସଂଖ୍ୟାର ଗୁଣନ ଖନ୍ଦା ମିଳିବ ?
୫ର ଗୁଣନ ଖନ୍ଦାରେ ଯେକୌଣସି ସଂଖ୍ୟାକୁ ୫ ଦ୍ୱାରା ଗୁଣିଲେ ଗୁଣଫଳର ଶେଷ ଅଙ୍କଟି କେଉଁଟି ହୋଇଥାଏ ?
ପିଉସୀ ‘୧୨’ ସଂଖ୍ୟା ଉପରେ ଏକ ଫୁଲ ରଖିଛନ୍ତି । ସମାନ ଦୂରତା ଡେଇଁ ସବୁଠାରୁ କମ୍ ଡିଆଁରେ ଫୁଲ ପାଖରେ ପହଞ୍ଚିବାକୁ ହେଲେ ପ୍ରତି ଡିଆଁର ଦୂରତା କେତେ ହେବା ଉଚିତ ?
କ୍ରମଟିକୁ ଲକ୍ଷ୍ୟ କରି ଖାଲି ସ୍ଥାନ ପୂରଣ କର : ୮, ୧୬, ୨୪, [ ... ], ୪୦, ୪୮ ।
ଲୀନା ‘୦’ରୁ ଆରମ୍ଭ କରି ପ୍ରତିଥର ୩ ପାହାଚ ଲେଖାଏଁ ଡେଉଁଛି । ସେ ୬ ଡିଆଁ ପରେ କେଉଁ ସଂଖ୍ୟାରେ ପହଞ୍ଚିବ ?
କୁକୁଡ଼ା ଫାର୍ମରେ ୨ଟି ଲେଖାଏଁ କୁକୁଡ଼ା ୭ ଥର ଗଣିଲେ ସମୁଦାୟ କେତୋଟି କୁକୁଡ଼ା ହେବେ ?
ଫୁଲ ବଗିଚାରେ ୨ଟି ଲେଖାଏଁ ଗଛ ୮ଟି ଧାଡ଼ିରେ ରହିଛି । ଏହାକୁ ଗୁଣନ ରୂପରେ କିପରି ଲେଖାଯିବ ?
ଘରେ ୯ ଜଣ ସଦସ୍ୟ ଅଛନ୍ତି । ସମସ୍ତଙ୍କୁ ୪ଟି ଲେଖାଏଁ ଜିଲାପି ଦେବା ପାଇଁ ମୋଟ କେତୋଟି ଜିଲାପି ଦରକାର ?
୪ଟି ଲେଖାଏଁ ଜିଲାପି ଥିବା ୬ଟି ଥାଳିରେ ସମୁଦାୟ କେତୋଟି ଜିଲାପି ରହିଛି ?
ପ୍ରତ୍ୟେକ ସାଇକେଲ୍ ପାଇଁ ୨ଟି ଚକ ଦରକାର । ୧୨ଟି ଚକଦ୍ୱାରା କେତୋଟି ସାଇକେଲ୍ ତିଆରି ହୋଇପାରିବ ?
୧୫ଟି ପେଡ଼ାକୁ ୫ ଜଣଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କଲେ ଜଣେ କେତୋଟି ପେଡ଼ା ପାଇବେ ?
୧୨ଟି କାଜୁ ବର୍ଫିକୁ ୪ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ଜଣକା କେତୋଟି ପାଇବେ ?
୨୦ଟି କାଜୁ ବର୍ଫିକୁ ୫ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ କେତୋଟି ଲେଖାଏଁ ପାଇବେ ?