ଗଣିତ ମେଳା · Code MTH
Learning outcomes for ଗଣିତ ମେଳା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
19 learning outcomes for this subject.
ତିନିଅଙ୍କ ବିଶିଷ୍ଟ ସଂଖ୍ୟା ସହ କାର୍ଯ୍ୟ କରିବେ, ୯୯୯ ପର୍ଯ୍ୟନ୍ତ ସଂଖ୍ୟା ପଢିବେ ଓ ଲେଖିବେ।
ସ୍ଥାନୀୟମାନ ଧାରଣା ବ୍ୟବହାର କରି ୯୯୯ ପର୍ଯ୍ୟନ୍ତ ସଂଖ୍ୟାଗୁଡିକ ମଧ୍ୟରେ ତୁଳନା କରିବେ।
ତିନିଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ଓ ବିୟୋଗ ପ୍ରକ୍ରିୟା ବ୍ୟବହାର କରି ଦୈନନ୍ଦିନ ଜୀବନର ସରଳ ସମସ୍ୟାର ସମାଧାନ କରିବେ (ଗୋଟିଏ ଘରୁ ଅନ୍ୟ ଘରକୁ ସଂଖ୍ୟା ନ ନେଇ ଓ ନେଇ ଯୋଗଫଳ ନିର୍ଣ୍ଣୟ କରିବେ, ଯୋଗଫଳ ୯୯୯ ମଧ୍ୟରେ ହେଉଥିବ)।
୨, ୩, ୪, ୫ ଓ ୧୦ ଖନ୍ଦା ପ୍ରସ୍ତୁତ କରି ବ୍ୟବହାର କରିବେ ଓ ଦୈନନ୍ଦିନ ପରିସ୍ଥିତିରେ ତହିଁର ବ୍ୟବହାର କରିବେ।
ବିଭିନ୍ନ ପ୍ରସଙ୍ଗ / ପରିସ୍ଥିତିରେ ଉପଯୁକ୍ତ ଗାଣିତିକ ପ୍ରକ୍ରିୟାର ପ୍ରୟୋଗ କରିବେ ଓ ବିଶ୍ଳେଷଣ କରିବେ।
ସମାନ ଦଳରେ ଭାଗକରି / ସମୂହ ସୃଷ୍ଟି କରି ହରଣର ଅର୍ଥ ବୁଝିବେ ଓ ବୁଝାଇବେ, ବାରମ୍ବାର ବିୟୋଗ ପ୍ରକ୍ରିୟାରେ ଭାଗଫଳ ସ୍ଥିର କରିବେ, ଉଦାହରଣ ସ୍ବରୂପ: ୧୨ ÷ ୩ ନିର୍ଣ୍ଣୟ କରିବା ପାଇଁ ୩ଟି ଲେଖାଏଁ ଜିନିଷ ନେଇ ୪ ଟି ଦଳ କରି ୧୨ ପାଇବେ। ୧୨ରୁ ୩ କୁ କ୍ରମାନ୍ୱୟରେ ବିୟୋଗ କରି ୪ ପାଇବେ।
ଅଳ୍ପ ପରିମାଣର ଟଙ୍କା ପଇସାର ଯୋଗ ଓ ଫେଡାଣ କରିବେ (ଟଙ୍କାକୁ ପଇସାରେ ପରିଣିତ କରି ଓ ନ କରି)।
ଦର ତାଲିକା ଓ ସରଳ ଚିଠା ପ୍ରସ୍ତୁତ କରିବେ।
ଦ୍ବି-ମାତ୍ରିକ ଆକୃତି ସମ୍ପର୍କରେ ବୁଝିବେ: କାଗଜ ଭାଙ୍ଗି, ବିନ୍ଦୁଗ୍ରୀଡରେ କାଗଜ କାଟି, ସରଳରେଖା ଇତ୍ୟାଦି ବ୍ୟବହାର କରି ଦ୍ବି-ମାତ୍ରିକ ଆକୃତି ପ୍ରସ୍ତୁତ କରିବେ ଓ ସେଗୁଡିକୁ ଚିହ୍ନିବେ।
ଦ୍ବି-ମାତ୍ରିକ ଆକୃତିର ଧାର, ଶୀର୍ଷ ଓ କର୍ଣ୍ଣ ସଂଖ୍ୟାକୁ ବୁଝାଇବେ, ଉଦାହରଣ ସ୍ବରୂପ, ଗୋଟିଏ ବହିର ଉପର ପାଖ (ମଲାଟ) ର ୪ ଟି ଧାର, ୪ ଟି ଶୀର୍ଷ ଓ ୨ ଟି କର୍ଣ୍ଣ ଅଛି।
କୌଣସି କ୍ଷେତ୍ରକୁ ଦିଆଯାଇଥିବା ଟାଇଲ ଆକୃତିରେ ସଜାଇବେ ଯେପରି କୌଣସି ସ୍ଥାନ ବଳି ନ ପଡେ।
ଲମ୍ବ ବା ଦୂରତାକୁ ମାନକ ଏକକ (ଯଥା - ସେଣ୍ଟି ମିଟର ବା ମିଟର) ରେ ଅନୁମାନ କରିବେ କିମ୍ବା ମାପିବେ ଓ ଦୈର୍ଘ୍ୟ ମାପ ଏକକ ମାନଙ୍କ ମଧ୍ୟରେ ସମ୍ପର୍କ ବୁଝିବେ।
ମାନକ ଏକକ ଗ୍ରାମ ଓ କିଲୋଗ୍ରାମ ବ୍ୟବହାର କରି ବସ୍ତୁର ଓଜନ ସ୍ଥିର କରିବେ।
ବିଭିନ୍ନ ପାତ୍ରର ଧାରକତ୍ବକୁ ଅଣମାନକ ଏକକରେ ତୁଳନା କରିବେ।
ଦୈନନ୍ଦିନ ଜୀବନ ସମ୍ପୃକ୍ତ ଘଟଣାବଳୀରେ ଗ୍ରାମ ଓ କିଲୋଗ୍ରାମ ଏକକରେ ପ୍ରକାଶିତ ମାପମାନଙ୍କର ଯୋଗ ଓ ବିୟୋଗ କରିବେ।
ଏକ କ୍ୟାଲେଣ୍ଡରରୁ ନିର୍ଦ୍ଦିଷ୍ଟ ଦିବସ ଓ ତାରିଖ ଚିହ୍ନାଇବେ।
ଘଣ୍ଟାକୁ ଦେଖି ଠିକ୍ ଭାବରେ ସମୟକୁ ଚିହ୍ନଟ କରିବେ।
ସଂଖ୍ୟା ଓ ସରଳ ଆକୃତିରେ ଥିବା ସଂରଚନାକୁ ଆଗକୁ ବଢାଇବେ।
ଟାଲି ଚିହ୍ନ ବ୍ୟବହାର କରି ତଥ୍ୟକୁ ଲିପିବଦ୍ଧ କରିବେ, ଚିତ୍ର ଲେଖରେ ଦର୍ଶାଇବେ ଓ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ନିର୍ଣ୍ଣୟ କରିବେ।