‘ଇଦ୍’ ପର୍ବ କେବେ ପାଳନ କରାଯାଏ ?
ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଥିବା ଦୁଇଟି ପର୍ବର ନାମ ଲେଖ ।
ପ୍ରାଚୀନ କାଳରେ କାହାକୁ ଆଧାର କରି ସର୍ବ ପ୍ରଥମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଥିଲା ?
ତାରାପୁଞ୍ଜ କହିଲେ କ’ଣ ବୁଝ ?
କୋଣାର୍କ ସୂର୍ଯ୍ୟମନ୍ଦିରରେ ଦିନର ସମୟ କିପରି ମାପ କରାଯାଏ ?
ସୂର୍ଯ୍ୟଘଡ଼ି କାହାକୁ କୁହାଯାଏ ?
ବସ୍ତୁଟି ଆଲୋକର ଉତ୍ସ ପାଖରେ ରହିଲେ ତାର ଛାୟାର ଆକାର କିପରି ହୁଏ ?
ସକାଳ ସମୟରେ ଆକାଶ ଓ ସୂର୍ଯ୍ୟ କେଉଁ ରଙ୍ଗର ଦେଖାଯାଆନ୍ତି ?
ସୂର୍ଯ୍ୟୋଦୟ ସମୟରେ ପରିବେଶ ଓ ପଶୁପକ୍ଷୀଙ୍କ ମଧ୍ୟରେ କେଉଁ ପରିବର୍ତ୍ତନ ଦେଖାଯାଏ ?
ଭାରତର “ବିକ୍ରମ ଲ୍ୟାଣ୍ଡର” କେବେ ଏବଂ କେଉଁଠାରେ ସଫଳତାର ସହ ଅବତରଣ କରିଥିଲା ?
ପୂର୍ଣ୍ଣିମା ଓ ଅମାବାସ୍ୟା ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ କ’ଣ ?
ଭାରତର “ଚନ୍ଦ୍ରଯାନ ଅଭିଯାନ” ବିଷୟରେ ତୁମ ପାଠ୍ୟପୁସ୍ତକରେ କ’ଣ ବର୍ଣ୍ଣନା କରାଯାଇଛି ? ଏହାର ସଫଳତା ସମ୍ପର୍କରେ ଲେଖ ।
ଆକାଶରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଅବସ୍ଥିତିକୁ ଆଧାର କରି ଆମେ କେଉଁ କେଉଁ ପର୍ବପର୍ବାଣି ପାଳନ କରୁ ? ଉଦାହରଣ ସହ ବୁଝାଅ ।
ଦିନର ବିଭିନ୍ନ ସମୟରେ ଆକାଶର ରଙ୍ଗ, ସୂର୍ଯ୍ୟଙ୍କ ଦୃଶ୍ୟମାନ ଗତି ଏବଂ ପରିବେଶର ଜୀବଜଗତ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ଆଲୋଚନା କର ।
ଚନ୍ଦ୍ରର ଆକୃତିରେ କିପରି ପରିବର୍ତ୍ତନ ଘଟେ ? ପୂର୍ଣ୍ଣିମା, ଅମାବାସ୍ୟା ଓ ପ୍ରାଚୀନ ପଞ୍ଜିକା ଗଠନ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କର ।
ରାଜା ଜୟସିଂହ କେଉଁ କେଉଁ ସ୍ଥାନମାନଙ୍କରେ “ଜନ୍ତର ମନ୍ତର” ନିର୍ମାଣ କରିଥିଲେ ?
ଦିନର ବିଭିନ୍ନ ସମୟରେ ବସ୍ତୁର ଛାୟାର ଦୈର୍ଘ୍ୟରେ କି ପରିବର୍ତ୍ତନ ଘଟେ ?
ଆକାଶରେ ସୂର୍ଯ୍ୟଙ୍କର ଦୃଶ୍ୟମାନ ଗତି କିପରି ହୋଇଥାଏ ?
ଆକାଶରେ ଥିବା ସବୁଠାରୁ ଉଜ୍ଜ୍ୱଳତମ ବସ୍ତୁ କିଏ ଏବଂ ଏହା ଆମକୁ କ’ଣ ଦେଇଥାଏ ?
ସୂର୍ଯ୍ୟଘଡ଼ି କ’ଣ ? ପ୍ରାଚୀନ କାଳରେ ଛାଇକୁ ଦେଖି ସମୟ ମାପିବା ପାଇଁ ଭାରତ ଓ ଓଡ଼ିଶାରେ କି କି ବ୍ୟବସ୍ଥା ଥିଲା ?
ଦିନର ବିଭିନ୍ନ ସମୟରେ ବସ୍ତୁର ଛାୟାର ଦୈର୍ଘ୍ୟ ଓ ଦିଗ କିପରି ପରିବର୍ତ୍ତନ ହୁଏ ଏବଂ ଆଲୋକର ଉତ୍ସ ସହିତ ଏହାର ସମ୍ପର୍କ କ’ଣ, ପରୀକ୍ଷା ସହ ବୁଝାଇ ଲେଖ ।