ସୌର ପ୍ୟାନେଲ ସାହାଯ୍ୟରେ ସୂର୍ଯ୍ୟାଲୋକରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ଗାଁକୁ ଆଲୋକିତ କରାଯାଇପାରେ ।
ପଳାଶ ଗଛରେ ଉଜ୍ଜ୍ୱଳ ଲୋହିତ-କମଳା ରଙ୍ଗର ଫୁଲ ଫୁଟୁଥିବାରୁ ଏହାକୁ ‘ଜଙ୍ଗଲର ଅଗ୍ନିଶିଖା’ କୁହାଯାଏ ।
ଗୁଜୁରାଟ ରାଜ୍ୟରେ ଲୋକମାନେ ପଳାଶ ଫୁଲକୁ ସ୍ଥାନୀୟ ଭାଷାରେ ‘କେଶୁଡ଼ା’ ବୋଲି କହିଥାନ୍ତି ।
ଗ୍ରାମାଞ୍ଚଳର ପାରମ୍ପରିକ ମାଟି ଘରଗୁଡ଼ିକ ମାଟି, ନଡ଼ା, କାଠଖଣ୍ଡ ଏବଂ ଗୋବର ଭଳି ପ୍ରାକୃତିକ ପଦାର୍ଥରେ ତିଆରି ହୋଇଥାଏ ।
ଚାଉଳ ଚୂନାକୁ ପାଣିରେ ମିଶାଇ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ଘର କାନ୍ଥରେ ସୁନ୍ଦର ଚିତ୍ର ଅଙ୍କନ କରାଯାଏ ।
ଗଣ୍ଡ କଳା ହେଉଛି ଏକ ପାରମ୍ପରିକ ଚିତ୍ରକଳା ଯେଉଁଥିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଗଛ, ପଶୁପକ୍ଷୀ ଓ ମଣିଷର ଚିତ୍ର ଅଙ୍କାଯାଏ ।
ବିଟ୍ମୂଳ, ମନ୍ଦାର ଫୁଲ ଓ ଗେଣ୍ଡୁଫୁଲକୁ ପାଣିରେ ଫୁଟାଇ ଛାଣିବା ଦ୍ୱାରା ସୁନ୍ଦର ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଏ ।
ମାଟିପାତ୍ର ଭିତରେ ନିମ୍ବପତ୍ର ରଖି ଶସ୍ୟ ସାଇତି ରଖିଲେ ତାହା କୀଟପତଙ୍ଗଙ୍କ ଦାଉରୁ ସୁରକ୍ଷିତ ରହିଥାଏ ।
ବାଉଁଶ ଟୋକେଇର ବାହାର ପଟେ ଗୋବର ଲେପ ଦେଇ ଶସ୍ୟ ସଂରକ୍ଷଣ କଲେ ତାହା ପୋକମାନଙ୍କଠାରୁ ନିରାପଦ ରହେ ।
କର୍ଣ୍ଣାଟକର ‘ଜେନୁ କୁରୁବା’ ଜନଜାତି ମହୁ ସଂଗ୍ରହ କରିବା ସମୟରେ ମହୁମାଛିଙ୍କୁ କୃତଜ୍ଞତା ଜଣାଇ ଗୀତ ଗାଇଥାନ୍ତି ।
କନ୍ଧମାଳ ଜିଲ୍ଲାର କୁଇ ଆଦିବାସୀମାନେ ଭଲ ହଳଦୀ ଅମଳ ପାଇଁ ଧରଣୀ ପେନୁ ବା ମାଟି ମାଆଙ୍କୁ ପୂଜା କରନ୍ତି ।
ଉତ୍ତରାଖଣ୍ଡରେ ଶସ୍ୟ ସଂରକ୍ଷଣ ପାଇଁ ଶୁଖିଲା ଗୋଲ ବା ଅଣ୍ଡାକୃତି ଲାଉରେ ତିଆରି ‘ତୁମୁରି’ ପାତ୍ର ବ୍ୟବହାର କରାଯାଏ ।
ନିମ୍ବ ତେଲରେ ତିଆରି ମିଶ୍ରଣ ହାତ ଓ ପାଦରେ ଲଗାଇଲେ ମଶା କାମୁଡ଼ାରୁ ସହଜରେ ରକ୍ଷା ମିଳିଥାଏ ।
ସ୍ଥାନୀୟ ଲୋକଙ୍କ ଦ୍ୱାରା ସୁରକ୍ଷିତ ରଖାଯାଇଥିବା ଗଛ ଓ ବନ୍ୟପ୍ରାଣୀ ଥିବା ଜଙ୍ଗଲ ଅଂଶକୁ ପବିତ୍ର ଗଛର ବଗିଚା କୁହାଯାଏ ।
ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ କରିବା, ବୃକ୍ଷରୋପଣ କରିବା ଏବଂ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାଣି ରଖିବା ଉଚିତ ।