ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାର ପାରମ୍ପରିକ ଖାଦ୍ୟ ‘ଉଗାଦି ପଚଡ଼ି’ରେ ମିଠା, ଖଟା, ଲୁଣିଆ, ରାଗ, କଷା ଓ ପିତା ପରି ଛଅ ପ୍ରକାର ସ୍ୱାଦ ଥାଏ ।
ମିଠା, ଖଟା, ଲୁଣିଆ, ରାଗ, ପିତା ଓ କଷା- ଏହି ଛଅଟି ସ୍ୱାଦକୁ ଆୟୁର୍ବେଦରେ ‘ଷଡ଼ରସ’ ବୋଲି କୁହାଯାଏ ।
ଯଅ (ଜଓ୍ବାର), ବାଜରା ଓ ମାଣ୍ଡିଆ ପରି ପୁଷ୍ଟିଶସ୍ୟ ବା ମିଲେଟ୍ ଜାତୀୟ ଖାଦ୍ୟଗୁଡ଼ିକ ଶରୀର ପାଇଁ ଉତ୍କୃଷ୍ଟ ପୋଷକ ତତ୍ତ୍ୱର ଉତ୍ସ ଅଟନ୍ତି ।
ଆମ ଶରୀରର ସନ୍ତୁଳିତ ଅଭିବୃଦ୍ଧି ତଥା ସୁସ୍ଥ ଓ ନିରୋଗ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ ।
ଚାଉଳ, ଗହମ, ଆଳୁ, ମକା, ମହୁ, ତେଲ ଓ ଘିଅ ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ ।
ଡାଲି, ସୋୟାବିନ, ଛେନା, କ୍ଷୀର, ବାଦାମ, ଅଣ୍ଡା ଓ ମାଛ ଆମ ଶରୀରର ବୃଦ୍ଧି ତଥା ମାଂସପେଷୀ ଗଠନରେ ସାହାଯ୍ୟ କରନ୍ତି ।
ଫଳ ଓ ସବୁଜ ପନିପରିବା ଶରୀରକୁ ରୋଗ ପ୍ରତିରୋଧୀ କରିବା ସହିତ ବିଭିନ୍ନ ରୋଗ କବଳରୁ ସୁରକ୍ଷା ପ୍ରଦାନ କରନ୍ତି ।
ଅଧିକ ତେଲ, ଲୁଣ ଓ ଚିନି ଥିବା ପ୍ରକ୍ରିୟାକୃତ ପ୍ୟାକେଟ୍ ଜଙ୍କ୍ଫୁଡ୍ ନିୟମିତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।
ପ୍ୟାକେଟ୍ ଜଙ୍କ୍ଫୁଡ୍ ଅପେକ୍ଷା ଘରେ ପ୍ରସ୍ତୁତ ସଦ୍ୟ ରନ୍ଧାଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ।
ଏକ ସନ୍ତୁଳିତ ଖାଦ୍ୟ ଥାଳିରେ ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ ଓ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ଉପଯୁକ୍ତ ପରିମାଣରେ ଥାଏ ।
ଜଳ ଖାଦ୍ୟ ହଜମ କରିବା ସହିତ ପରିସ୍ରା, ଝାଳ ଓ ମଳ ମାଧ୍ୟମରେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ ।
ତରଭୁଜ ଓ କାକୁଡ଼ି ପରି ଅଧିକ ଜଳ ଧାରଣ କରିଥିବା ଫଳ ଖାଇବା ଦ୍ୱାରା ଆମ ଶରୀରରେ ଜଳର ପରିମାଣ ବୃଦ୍ଧି ପାଏ ।
ଇଡ୍ଲି ଓ ମଣ୍ଡାପିଠାକୁ ବାଷ୍ପ ବା ବାମ୍ଫ ଦ୍ୱାରା ସିଝାଇବା ପ୍ରଣାଳୀରେ ପ୍ରସ୍ତୁତ କରାଯାଏ ।
ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବାରେ ଦକ୍ଷ ଥିବା ମୁଖ୍ୟ ରୋଷେଇଆଙ୍କୁ ‘ସେଫ୍’ କୁହାଯାଏ ।
ସୌରଚୁଲା ସୂର୍ଯ୍ୟକିରଣ ବ୍ୟବହାର କରି ବିନା ଧୂଆଁ ଓ ବିନା ପାଉଁଶରେ ପରିବେଶକୁ ପ୍ରଦୂଷଣମୁକ୍ତ ରଖି ରୋଷେଇ କରିଥାଏ ।