ଚାଉଳ, ଆଳୁ, ଗହମ, ମକା ଓ ମହୁ ଶକ୍ତିରେ ଭରପୂର ଖାଦ୍ୟ ଅଟନ୍ତି ।
ପ୍ୟାକେଟ ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ତା’ର ବ୍ୟବହାର ଶେଷ ତାରିଖ ଯାଞ୍ଚ କରିବା ଆବଶ୍ୟକ ନୁହେଁ ।
ଫ୍ରେଞ୍ଚ ଭାଷାରେ 'ସେଫ୍' ଶବ୍ଦର ଅର୍ଥ ହେଉଛି ନିର୍ଦ୍ଦେଶକ ବା ପାକଶାଳାର ମୁଖ୍ୟ ।
ସୌରଚୁଲା ସାହାଯ୍ୟରେ ରୋଷେଇ କଲେ କୌଣସି ଧୂଆଁ କିମ୍ବା ପାଉଁଶ ସୃଷ୍ଟି ହୁଏ ନାହିଁ ।
ଇଡ୍ଲିକୁ ତେଲରେ ଛାଣି ପ୍ରସ୍ତୁତ କରାଯାଏ ।
ତରଭୁଜ ଓ କାକୁଡ଼ି ପରି ଫଳରେ ଅଧିକ ପରିମାଣରେ ଜଳ ରହିଥାଏ ।
ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ଏବଂ ହଜମ କ୍ରିୟାରେ ଜଳ ସାହାଯ୍ୟ କରେ ନାହିଁ ।
ଏକ ସନ୍ତୁଳିତ ଖାଦ୍ୟ ଥାଳିରେ ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ ଓ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ଉପଯୁକ୍ତ ପରିମାଣରେ ଥାଏ ।
ଗୋଟିଏ ପ୍ରକାର ଖାଦ୍ୟରୁ ଆମ ଶରୀର ସମସ୍ତ ପ୍ରକାର ପୋଷକତତ୍ତ୍ୱ ପାଇଥାଏ ।
ଗାଜର, କମଳା, ଲେମ୍ବୁ ଓ ପାଳଙ୍ଗ ଶାଗ ପରି ଖାଦ୍ୟ ଆମକୁ ରୋଗରୁ ରକ୍ଷା କରିଥାଏ ।
ଯଅ (ଜଓ୍ବାର), ବାଜରା ଓ ମାଣ୍ଡିଆ ପରି ପୁଷ୍ଟିଶସ୍ୟଗୁଡ଼ିକ ପୋଷକ ତତ୍ତ୍ୱର ଉତ୍ସ ଅଟନ୍ତି ।
ଡାଲି, ଅଣ୍ଡା, ମାଛ ଓ କ୍ଷୀର କେବଳ ଶକ୍ତି ପ୍ରଦାନକାରୀ ଖାଦ୍ୟ ଅଟନ୍ତି ।
ଆୟୁର୍ବେଦରେ ମିଠା, ଖଟା, ଲୁଣିଆ, ରାଗ, ପିତା ଓ କଷା ସ୍ୱାଦକୁ “ଷଡ଼ରସ” କୁହାଯାଏ ।
ଚିପ୍ସ ଓ ବର୍ଗର ପରି ଜଙ୍କ୍ଫୁଡ୍ ନିୟମିତ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।
ଉଗାଦି ପଚଡ଼ିରେ ମିଠା, ଖଟା, ଲୁଣିଆ, ରାଗ, କଷା ଓ ପିତା- ଏହି ଛଅ ପ୍ରକାର ସ୍ୱାଦ ଥାଏ ।