ମାର୍ବଲ ପାଣିରେ ବୁଡ଼ିଯାଉଥିବା ବେଳେ ଥର୍ମୋକୋଲ ପାଣିରେ ଭାସିଥାଏ ।
ନଡ଼ିଆ ସଢ଼େଇ ଏବଂ ଆଇସକ୍ରିମ୍ କାଠି ସାହାଯ୍ୟରେ କୌଣସି ଭାସମାନ ଡଙ୍ଗା ତିଆରି କରାଯାଇପାରିବ ନାହିଁ ।
ବସ୍ତୁର ଆକୃତି ପରିବର୍ତ୍ତନ କରି ଆମେ ଏହାକୁ ପାଣିରେ ଭସାଇ କିମ୍ବା ବୁଡ଼ାଇ ପାରିବା ।
ଆଲୁମିନିୟମ୍ ପାତକୁ କପ୍ ଭଳି ଆକାର ଦେଇ ପାଣିରେ ରଖିଲେ ତାହା ବୁଡ଼ିଯାଏ ।
ଆଲୁମିନିୟମ୍ ପାତକୁ ଜୋରରେ ଚାପି ବଲ୍ ଆକୃତି କଲେ ତାହା ପାଣିରେ ବୁଡ଼ିଯାଏ ।
ଠିପି ଲାଗିଥିବା ଖାଲି ପ୍ଲାଷ୍ଟିକ ବୋତଲ ପାଣିରେ ବୁଡ଼ିଯାଏ ।
ଲୁହାକଣ୍ଟା ପାଣିରେ ବୁଡ଼ିଯାଉଥିବା ବେଳେ ଗଛର ପତ୍ର ପାଣିରେ ଭାସିଥାଏ ।
ସବୁ ଓଜନିଆ ବସ୍ତୁ ସବୁବେଳେ ପାଣିରେ ବୁଡ଼ିଯାଏ ଏବଂ ସବୁ ହାଲୁକା ବସ୍ତୁ ସବୁବେଳେ ପାଣିରେ ଭାସେ ।
କୁମ୍ଭାର ଚକ ଏବଂ ଛାତ ପଙ୍ଖା ହେଉଛି ଆମ ଚାରିପାଖରେ ଥିବା ଘୂର୍ଣ୍ଣାୟମାନ ବସ୍ତୁର ଉଦାହରଣ ।
ପୁରାତନ କାଳରେ ଆମ ଦେଶରେ ନଟୁ କେବଳ ପ୍ଲାଷ୍ଟିକରେ ତିଆରି ହେଉଥିଲା ।
ଚରଖା ସାହାଯ୍ୟରେ ତୁଳାରୁ ସୂତା ତିଆରି କରାଯାଏ ।
ଏକ ବର୍ଗାକାର କାର୍ଡ଼ବୋର୍ଡ଼ ଚକ୍ରି ଘୂରିବା ବେଳେ ତ୍ରିଭୁଜାକାର ଦେଖାଯାଏ ।
କାର୍ଡ଼ବୋର୍ଡ଼ର ଠିକ୍ କେନ୍ଦ୍ରରେ ଦାନ୍ତଖୁଣ୍ଟା ଲଗାଇଲେ ଚକ୍ରିଟି ସିଧା ଭାବରେ ଘୂରିଥାଏ ।
ଦାଗଲିଭା ରବର ମୁଦ୍ରା ଓ ନଟୁ ଭଳି ବହୁତ ସହଜରେ ଓ ସିଧା ଭାବରେ ଘୂରିଥାଏ ।
ମୁଦ୍ରାର ଘୂର୍ଣ୍ଣନ ଗତି ଧୀର ହୋଇଗଲେ ଏହା ହଲିବାକୁ ଲାଗେ ।