ପିଲାଟି ନିଜ ଜୀବନ ଥାଉ ଥାଉ କାଠୁରିଆକୁ ଗଛ କାଟିବାକୁ ଦେବ ନାହିଁ ବୋଲି ପ୍ରତିଜ୍ଞା କରିଛି ।
‘ସେନେହ’ ଶବ୍ଦର ପ୍ରକୃତ ଗଦ୍ୟରୂପ ହେଉଛି ‘ସେବା’ ।
ଗଙ୍ଗଶିଉଳୀ ଗଛର ଫୁଲ ରାତିରେ ଫୁଟି ସକାଳୁ ଝଡ଼ିପଡ଼େ ।
ମଞ୍ଜୁଆତୀ ଗଛର ପତ୍ରକୁ ବାଟି ଦେହ ଧୋଇବା ପାଇଁ ସାବୁନ ତିଆରି ହୁଏ ।
ନିମ ଗଛର ପତ୍ର ସ୍ୱାଦରେ ପିତା ଲାଗେ ।
‘ମଧୁମକ୍ଷିକା’ ଶବ୍ଦର ଅର୍ଥ ହେଉଛି ପ୍ରଜାପତି ।
ପ୍ରଭାତରେ ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ଗଛ ଡାଳରେ ପକ୍ଷୀମାନେ ରାବନ୍ତି ।
ପିଲାଟି କାଠୁରିଆକୁ ଶୀଘ୍ର ଗଛ କାଟିବା ପାଇଁ ଉତ୍ସାହିତ କଲା ।
ଗଛଟି ପରିବାରର ଅନେକ ସୁଖଦୁଃଖ ଓ ବିଭାଘର ଘଟଣା ଦେଖିଛି ।
ନବ ମଧୁକାଳରେ ମୟୂର ଗଛ ଡାଳରେ ବସି କୁହୁକୁହୁ ତାନରେ ଗାଏ ।
ପିଲାଟି ବାଲ୍ୟକାଳରେ ଗଛ ଛାଇ ତଳେ ବସି ପୋଥି ପଢ଼ୁଥିଲା ।
ଗଛଟିକୁ ଗାଁର ସରପଞ୍ଚ ଲଗାଇଥିଲେ ।
ଖରାବେଳେ ବାଟୋଇ ଗଛର ଶୀତଳ ଛାଇ ତଳେ ବସି ବିଶ୍ରାମ ନିଏ ।
କାଠୁରିଆଟି ଗଛରେ ପାଣି ଦେବା ପାଇଁ ଆସିଥିଲା ।
‘ଗଛ ଓ କାଠୁରିଆ’ କବିତାଟି କବି ନନ୍ଦ କିଶୋର ବଳଙ୍କ ଦ୍ୱାରା ରଚିତ ।