ହାତକୁ ସବୁବେଳେ ସଫା ରଖିବା କାହିଁକି ଜରୁରୀ?
‘ପରାଣ’ ଓ ‘ସରଗ’ ଶବ୍ଦ ଦୁଇଟିର ପ୍ରକୃତ ଗଦ୍ୟରୂପ ଲେଖ ।
‘ଚମ୍ପାଫୁଲର ବାସ ଭାରି ମଧୁର’— ଏଠାରେ ‘ବାସ’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି?
ପ୍ରଭାତରେ ସୂର୍ଯ୍ୟ ଉଦୟ ହେବା ବେଳେ ଗଛ ଡାଳରେ କ’ଣ ଘଟେ?
‘ପିତୃପିତାମହ’ ଶବ୍ଦର ଅର୍ଥ କ’ଣ?
ମିଠା ଫଳ ନ ଫଳିଲେ ମଧ୍ୟ ଗଛଟି କାହା ପାଇଁ ଉପକାରୀ ହୋଇଥାଏ?
‘ଗଛ ଓ କାଠୁରିଆ’ କବିତାର କବିଙ୍କ ନାମ କ’ଣ?
‘ଦୁଇଟି ହାତ କାମ ବହୁତ’ କବିତାରେ ହାତ ଦ୍ୱାରା କି କି କାମ କରାଯାଏ ବୋଲି କୁହାଯାଇଛି?
ରାସ୍ତାକଡ଼ରେ ଗଛ ଲଗାଇବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ?
‘ପୂରୁବ’ ଓ ‘ସେନେହ’ ଶବ୍ଦ ଦୁଇଟିର ଗଦ୍ୟରୂପ କ’ଣ ହେବ?
‘ମଧୁମକ୍ଷିକା’ ଓ ‘ନିଶ୍ଚଳ’ ଶବ୍ଦ ଦୁଇଟିର ଅର୍ଥ ଲେଖ ।
କାଠୁରିଆ ଆଗରେ ପିଲାଟି କି ଦୃଢ଼ ବାଣୀ ପ୍ରକାଶ କଲା?
କବିତା ଅନୁସାରେ ଗଛଟି ପରିବାରର କେଉଁ କେଉଁ ଘଟଣା ସବୁ ଦେଖିଛି?
ଗଛମୂଳେ ବସି ପିଲାଟି ବାଲ୍ୟକାଳରେ କ’ଣ କରୁଥିଲା?
କାଠୁରିଆକୁ ଗଛ ନ ହାଣିବା ପାଇଁ ପିଲାଟି କାହିଁକି ମନାକଲା?
‘ବାସ’ ଶବ୍ଦଟି କିପରି ଭିନ୍ନ ଭିନ୍ନ ବାକ୍ୟରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ, ଉଦାହରଣ ସହ ବୁଝାଇ ଲେଖ ।
ସରଳାର୍ଥ ଲେଖ: “କେତେ ଦୁଃଖସୁଖ ସେ ଯେ ଦେଖିଛି ଆମ୍ଭର, କେତେ ଝିଅପୁଅ କେତେ ଯାତ ବିଭାଘର ।”
ସରଳାର୍ଥ ଲେଖ: “ଛାଡ଼ି ଯାଅ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।”
କାଠୁରିଆକୁ ଗଛ ନ କାଟିବା ପାଇଁ ପିଲାଟି କି କି କାରଣ ଦର୍ଶାଇ ଅନୁରୋଧ କରିଛି?
‘ଗଛର ଉପକାରିତା’ ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା କର ।
‘ଗଛ ଓ କାଠୁରିଆ’ କବିତାର ମୂଳଭାବ ବା ସାରାଂଶ ନିଜ ଭାଷାରେ ବର୍ଣ୍ଣନା କର ।