ପ୍ରାଚୀନ କାଳରେ ସାଧବମାନେ ଜାଭା, ସୁମାତ୍ରା ଓ ବାଲିଦ୍ୱୀପ ଆଦି ସ୍ଥାନକୁ ବାଣିଜ୍ୟ ପାଇଁ ଯାଉଥିଲେ ।
ବାଲିଯାତ୍ରା କେବଳ ଗୋଟିଏ ପରିବାରର ଉତ୍ସବ, ଏହା ସାର୍ବଜନୀନ ପର୍ବ ନୁହେଁ ।
ଝୁଣା ଓ ମହୁ ଖଣିରୁ ମିଳୁଥିବା ଖଣିଜ ପଦାର୍ଥ ଅଟେ ।
ଡଙ୍ଗା ଭସାଇବା ସମୟରେ “ଆ–କା–ମା–ବୈ ପାନଗୁଆ ଥୋଇ...” ଗୀତ ବୋଲାଯାଏ ।
ଆଜିକାଲି ଲୋକମାନେ କେବଳ ଲୁହା ତିଆରି ଡଙ୍ଗା ପାଣିରେ ଭସାଉଛନ୍ତି ।
କଟକର ମହାନଦୀ କୂଳ ବାଲିଶଯ୍ୟା ଉପରେ ବୋଇତ ବନ୍ଦାଣ କରାଯାଉଥିବାରୁ ଏହାକୁ ବାଲିଯାତ୍ରା କୁହାଯାଏ ।
ସାଧବମାନେ କେବଳ ଧନରତ୍ନ ଆଣୁଥିଲେ, ବିଦେଶରେ ନିଜ ସଂସ୍କୃତିର ପ୍ରସାର କରୁନଥିଲେ ।
କାର୍ତ୍ତିକ ପୂର୍ଣ୍ଣିମା ଦିନ କୁଳବଧୂମାନେ ବୋଇତଗୁଡ଼ିକୁ ବନ୍ଦାପନା କରି ଶୁଭ ମେଲାଣି ଦେଉଥିଲେ ।
କାର୍ତ୍ତିକ ମାସରେ ଉତ୍ତରା ପବନ ବହୁଥିବାରୁ ପାଲଟଣା ବୋଇତ ଯାତ୍ରା ପାଇଁ ପାଗ ଅନୁକୂଳ ଥିଲା ।
ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲକ୍ଷ୍ମୀପୂଜା କରି ବୋଇତରେ ପଣ୍ୟଦ୍ରବ୍ୟ ସାଇତି ରଖୁଥିଲେ ।
ଇଂରେଜମାନେ କଳିଙ୍ଗ ସାଗରର ନାମକୁ ବଙ୍ଗୋପସାଗରରେ ପରିବର୍ତ୍ତନ କରିଥିଲେ ।
ପ୍ରାଚୀନ ଉତ୍କଳର ସାଧବମାନେ ବଙ୍ଗୋପସାଗରକୁ ‘ଭାରତ ମହାସାଗର’ ନାମରେ ନାମିତ କରିଥିଲେ ।
ପ୍ରାଚୀନ କାଳରେ କଳିଙ୍ଗ ବୟନ ଶିଳ୍ପରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ।
କଳିଙ୍ଗର ସାଧବପୁଅମାନେ କେବଳ ସ୍ଥଳପଥରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ।
ପ୍ରାଚୀନ କାଳରେ ଆମ ରାଜ୍ୟର ନାମ ଉତ୍କଳ ବା କଳିଙ୍ଗ ଥିଲା ।