କୋରାପୁଟ ଜୟପୁର ରାଜ୍ୟର ବୃଦ୍ଧ ରାଜା ନିଜର ଏକମାତ୍ର ପୁତ୍ର ପାଇଁ ଜଣେ ଯୋଗ୍ୟ ପରାମର୍ଶଦାତା ଖୋଜୁଥିଲେ ।
ରାଜା ଚାହୁଁଥିଲେ ଯେ ତାଙ୍କ ପରେ ତାଙ୍କ ପୁଅ ଜଣେ ଲୋକପ୍ରିୟ ଶାସକ ଭାବରେ ଖ୍ୟାତି ଅର୍ଜନ କରୁ ।
ରାଜା ଦରବାରରେ ଉପସ୍ଥିତ ପାରିଷଦମାନଙ୍କୁ ସେ ଜଣେ ଜ୍ଞାନୀ ଓ ଶ୍ରେଷ୍ଠ ରାଜା କି ବୋଲି ପ୍ରଶ୍ନ ପଚାରିଥିଲେ ।
ପାରିଷଦମାନେ ରାଜାଙ୍କୁ ଖୁସି କରିବା ପାଇଁ ତାଙ୍କ ପରି ବୁଦ୍ଧିମାନ ଓ ସଚ୍ଚୋଟ ରାଜା ଆଉ କେହି ନାହାଁନ୍ତି ବୋଲି କହିଲେ ।
ପାରିଷଦମାନଙ୍କ ଉତ୍ତର ଶୁଣି ରାଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ହୀରା ମୋହର ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
ସବୁ ପାରିଷଦ ଚାଲିଗଲା ପରେ ଜଣେ ସଚ୍ଚୋଟ ଯୁବକ ଦରବାରରେ ଚୁପ୍ଚାପ୍ ଗୋଟିଏ ପାଖରେ ଠିଆ ହୋଇ ରହିଥିଲା ।
ଯୁବକ କହିଲା ଯେ ରାଜା ବୁଦ୍ଧିମାନ ହେଲେ ମଧ୍ୟ ତାଙ୍କଠାରୁ ଅଧିକ ବୁଦ୍ଧିମାନ ଓ ଶ୍ରେଷ୍ଠ ରାଜା ମଧ୍ୟ ଅଛନ୍ତି ।
ଯୁବକର ସତ୍ୟବାଦୀ ତଥା ନିର୍ଭୀକ ଉତ୍ତରରେ ସନ୍ତୁଷ୍ଟ ହୋଇ ରାଜା ତାଙ୍କୁ ମଧ୍ୟ ହୀରା ପ୍ରଦାନ କଲେ ।
ପାରିଷଦମାନେ ଦୋକାନୀ ପାଖରେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ସେମାନଙ୍କ ହୀରାଗୁଡ଼ିକ ନକଲି ଥିଲା ।
ମିଛ କହି ତୋଷାମଦ କରିଥିବାରୁ ରାଜା ପାରିଷଦମାନଙ୍କୁ ନକଲି ହୀରା ଏବଂ ସତ କହିଥିବା ଯୁବକଙ୍କୁ ଅସଲି ହୀରା ଦେଇଥିଲେ ।
ରାଜା ସେହି ନିର୍ଭୀକ ଓ ସତ୍ୟବାଦୀ ଯୁବକଙ୍କୁ ନିଜ ପୁତ୍ରର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ ।
ନିଜ ଭୁଲ୍ ବୁଝିପାରି ଅନୁତପ୍ତ ପାରିଷଦମାନେ ରାଜାଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରିଥିଲେ ।
କର୍ମ ହିଁ ଭଗବାନ ଏବଂ ସତ୍କର୍ମ ତଥା ସତ୍ଚିନ୍ତା ହିଁ ମାନବ ଉନ୍ନତିର ପ୍ରକୃତ ମୂଳ ଆଧାର ଅଟେ ।
ଶାସକ ଓ ପାରିଷଦମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସର୍ବଦା ପ୍ରଜାମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ ହେବା ଉଚିତ ।
'ଶପଥ' କବିତାଟି କବି ଶାରଦା ପ୍ରସାଦ ମିଶ୍ରଙ୍କ ଦ୍ୱାରା ରଚିତ ଏବଂ ଏଥିରେ ସତ କହିବା ଓ ଦେଶରକ୍ଷା କରିବା ପାଇଁ ଶିକ୍ଷା ଦିଆଯାଇଛି ।