‘ଓଡ଼ିଶା ମୋର ଦେଶ’ କବିତାଟି ପ୍ରସିଦ୍ଧ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ହୋଇଛି ।
ଧନ ନଥିଲେ ମଧ୍ୟ ମନର ଦୃଢ଼ ବଳ ଓ ସାହସ ସାହାଯ୍ୟରେ ଦୁନିଆକୁ ଟଳମଳ କରିହୁଏ ।
ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ସାଗର ସଙ୍ଗେ ମିଶିଛି ଏବଂ ଗଡ଼ଜାତର ପାହାଡ଼ମାଳା ପାଚେରି ପରି ଦିଶୁଛି ।
ପୁରୀର ପ୍ରସିଦ୍ଧ ବଡ଼ ଦେଉଳରେ ଜଗତର ନାଥ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି ।
କୋଣାର୍କର ସୂର୍ଯ୍ୟ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଓ କଳା ଦେଖି ଦେଶ-ବିଦେଶର ଲୋକେ ଝୁରି ମରନ୍ତି ।
ଚିଲିକା ହ୍ରଦ, ଭୁବନେଶ୍ୱର ଓ ପୁରୀ ଓଡ଼ିଶାର ପ୍ରମୁଖ ଦର୍ଶନୀୟ ତଥା ଐତିହାସିକ ସ୍ଥାନ ଅଟନ୍ତି ।
ଆମ ଜନ୍ମଭୂମି ଓଡ଼ିଶାର ହୃତ ଗୌରବ ଓ ପୂର୍ବର ସୁଖ ଶିରୀର ଦିନ ଫେରାଇ ଆଣିବା ଆମର କର୍ତ୍ତବ୍ୟ ।
ଏହି ଦେଶର ପାଣି-ପବନରେ ଆମ ଶରୀର ଗଢ଼ା ହୋଇଛି ଏବଂ ଚାଟଶାଳୀରେ ଆମେ ପାଠପଢ଼ା ଶିଖିଛୁ ।
ଜୀବନର ଶେଷ ପର୍ଯ୍ୟନ୍ତ ନିଜ ମାତୃଭୂମି ଓଡ଼ିଶାର ସେବା କରିବା ପ୍ରତ୍ୟେକ ଓଡ଼ିଆଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ ।
‘ବାସ’ ଶବ୍ଦର ପ୍ରତିଶବ୍ଦ ଘର, ‘ଶିରୀ’ର ପ୍ରତିଶବ୍ଦ ଶୋଭା ଏବଂ ‘ମନୋହର’ର ପ୍ରତିଶବ୍ଦ ସୁନ୍ଦର ଅଟେ ।
ପଦ୍ୟ ଶବ୍ଦ ‘ଜନମ’ର ଗଦ୍ୟରୂପ ଜନ୍ମ, ‘କୀରତି’ର ଗଦ୍ୟରୂପ କୀର୍ତ୍ତି ଏବଂ ‘କୋଣାରକ’ର ଗଦ୍ୟରୂପ କୋଣାର୍କ ଅଟେ ।
ଓଡ଼ିଶାରେ ବାସ କରୁଥିବା ଲୋକଙ୍କୁ ଓଡ଼ିଆ, ପଞ୍ଜାବର ଲୋକଙ୍କୁ ପଞ୍ଜାବୀ ଏବଂ ମହାରାଷ୍ଟ୍ରର ଲୋକଙ୍କୁ ମରାଠୀ କୁହାଯାଏ ।
ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରରେ, ସମଲେଶ୍ଵରୀ ମନ୍ଦିର ସମ୍ବଲପୁରରେ ଏବଂ ହରିଶଙ୍କର ମନ୍ଦିର ବଲାଙ୍ଗୀରରେ ଅବସ୍ଥିତ ।
ଦେଓମାଳି, ମହେନ୍ଦ୍ରଗିରି ଓ ମେଘାସନ ଓଡ଼ିଶାର ପ୍ରମୁଖ ପାହାଡ଼ ଏବଂ ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ପ୍ରସିଦ୍ଧ ନଦୀ ଅଟନ୍ତି ।
‘ଆମେ ଓଡ଼ିଆ – ଆମ ଖାଦ୍ୟ ବଢ଼ିଆ’ ପଦ୍ୟଟି ବିଦ୍ୟୁତଲତା ପଣ୍ଡାଙ୍କ ଦ୍ୱାରା ରଚିତ ଏବଂ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଖାଦ୍ୟ ବର୍ଣ୍ଣିତ ହୋଇଛି ।