ମୁନିଋଷିମାନେ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା ନକରି ସମାଜର ଉପକାର ଓ ମଙ୍ଗଳ ପାଇଁ ଜୀବନ ଧାରଣ କରିଥାନ୍ତି ।
ଗାଈଗୋରୁଙ୍କ ଦାଉରୁ ଫୁଲ ଓ ଫଳ ଗଛକୁ ରକ୍ଷା କରିବା ପାଇଁ ହରି ଦଦେଇ ବଗିଚାର ଫାଟକଟିକୁ ବନ୍ଦ କରିଥିଲେ ।
ଆଚାର୍ଯ୍ୟ ହରିହର ୧୮୭୯ ମସିହା ମାର୍ଚ୍ଚ ୮ ତାରିଖରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ ।
ହରିହରଙ୍କ ପିତାଙ୍କ ନାମ ମହାଦେବ ବ୍ରହ୍ମା ଏବଂ ମାଆଙ୍କ ନାମ ଶ୍ରଦ୍ଧାଦେବୀ ଥିଲା ।
ପୁରୀ ସହରକୁ ମଶା ଓ ମଇଳା ଦାଉରୁ ରକ୍ଷା କରିବା ପାଇଁ ହରିହର ସାଥୀମାନଙ୍କ ସହ ମିଶି ପୋଖରୀରୁ ଦଳ ସଫା କରୁଥିଲେ ।
କଲେଜ ପଢ଼ିବା ସମୟରେ ପିତାଙ୍କ ଉପରେ ବୋଝ ନ ହୋଇ ସେ ଟିଉସନ୍ କରି ନିଜ ଖର୍ଚ୍ଚ ତୁଲାଉଥିଲେ ।
ଓକିଲାତି ବ୍ୟବସାୟରେ ମିଛ କହିବାକୁ ଓ ଶିଖାଇବାକୁ ପଡ଼ୁଥିବାରୁ ସେ ପରୀକ୍ଷା ନ ଦେଇ କଲିକତାରୁ ଫେରି ଆସିଥିଲେ ।
ନୀଳଗିରିରେ ଶିକ୍ଷକତା ବେଳେ ହରିହର ଜାତିଭେଦ ଭୁଲି ଜଣେ ଅଛୁଆଁ ବ୍ୟକ୍ତିର ଶବ ନେଇ ଶ୍ମଶାନରେ ସଂସ୍କାର କରିଥିଲେ ।
ହରିହର ନିଜ ଜୀବନର ଆଦର୍ଶ ଭାବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଗ୍ରହଣ କରିଥିଲେ ।
୧୯୧୨ ମସିହାରେ ହରିହର ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଇଥିଲେ ।
ସତ୍ୟବାଦୀ ବନବିଦ୍ୟାଳୟରେ ଅସୁସ୍ଥ ପିଲାମାନଙ୍କୁ ହରିହର ନିମ୍ବପତ୍ର ସିଝା ପାଣିରେ ସଫା କରି ସେବା କରୁଥିଲେ ।
ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ସହ ସେ ବନ୍ଦୀମାନଙ୍କୁ ପଢ଼ାଉଥିଲେ ।
ଦୃଷ୍ଟିହୀନ ବ୍ୟକ୍ତିଙ୍କ ସହାୟତା ପାଇଁ ସେ ନିଜ ଆଖିର ବାହ୍ୟ ପରଳ ଦାନ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।
ଇଂରାଜୀ ଶିଖୁଥିବା ପିଲାମାନଙ୍କ ପାଇଁ ହରିହର ‘Child’s easy first grammar’ ପୁସ୍ତକ ରଚନା କରିଥିଲେ ।
ଏହି ମହାନ ତ୍ୟାଗୀ ଓ କର୍ମଯୋଗୀ ଆଚାର୍ଯ୍ୟ ହରିହରଙ୍କ ଦେହାନ୍ତ ୧୯୭୧ ମସିହା ଫେବୃଆରୀ ୨୧ ତାରିଖରେ ହୋଇଥିଲା ।