ଭାଷା ମହକ · Code ODI
Learning outcomes for ଭାଷା ମହକ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
18 learning outcomes for this subject.
ଅନ୍ୟମାନଙ୍କ କଥାକୁ ମନଦେଇ ଶୁଣି, ନିଜ ପ୍ରତିକ୍ରିୟା ପ୍ରକାଶ କରିବେ ( ଗଛର ଉପକାରିତା) ଓ ପ୍ରଶ୍ନ ପଚାରିବେ।
ଶୁଣିଥିବା ବିଷୟବସ୍ତୁ, ଘଟଣାବଳୀ, ଚିତ୍ର, ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ, ପ୍ରଶ୍ନ ପଚାରିବେ,ମତାମତ ଦେବେ ଓ ମତ ପାଇଁ ତର୍କ କରିବେ।
ଗପ, କବିତା କିମ୍ବା ଅନ୍ୟ ସାମଗ୍ରୀ କୁ ନିଜ ଶୈଳୀରେ ନିଜ ଭାଷାରେ କହିବା ସହିତ ସେଥିରେ ନିଜ ଗପ କୁ ମଧ୍ୟ ଯୋଡିବେ।
ଭାଷାର ଗୁଣାତ୍ମକତା ଦୃଷ୍ଟିରେ ରଖି ନିଜ ଭାଷା ତିଆରି କରିବେ ଏବଂ ବ୍ୟବହାର କରିବେ
ବିଭିନ୍ନ ପ୍ରକାର ସାମଗ୍ରୀ ( ଯେପରି - ଖବରକାଗଜର ମୁଖ୍ୟ ସମ୍ବାଦ, ଶିଶୁପତ୍ରିକା ଆଦି ) ରେ ଲେଖାଥିବା ପ୍ରାକୃତିକ, ସାମାଜିକ ଓ ଅନ୍ୟ ସମ୍ବେଦନଶୀଳ ବିଷୟକୁ ବୁଝିବେ ଓ ସେହି ସମ୍ପର୍କରେ ଆଲୋଚନା କରିବେ।
ପଢିଥିବା ସାମଗ୍ରୀ ସହିତ ନିଜ ଅନୁଭୂତିକୁ ଯୋଡିବେ ଓ ବିଚାରକୁ ମୌଖିକ / ଲିଖିତ ଭାବରେ ପ୍ରକାଶ କରିବେ
ନିଜ ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ସାମଗ୍ରୀ ( ଶିଶୁ ସାହିତ୍ୟ,ଖବରକାଗଜର ମୁଖ୍ୟ ସମ୍ବାଦ, ଶିଶୁ ପତ୍ରିକା, ପୋଷ୍ଟର ଆଦି ) କୁ ପଢି ବୁଝିବେ।
ଭିନ୍ନ -ଭିନ୍ନ ପ୍ରକାର ବିଷୟବସ୍ତୁରେ ଆସୁଥିବା ନୂଆ ଶବ୍ଦ କୁ ବୁଝି ତାହାର ଅର୍ଥ ବାହାର କରିବେ
ପଢିବା ପ୍ରତି ଆଗ୍ରହୀ ହେବେ ଓ ପଠନକୋଣ/ପାଠାଗାରରୁ ନିଜ ପସନ୍ଦର ( ମହାପୁରୁଷଙ୍କ ଜୀବନୀ ଆଦି) ବହି ବାଛି ପଢିବେ।
ପଢିଥିବା ବିଷୟବସ୍ତୁ ଘଟଣା, ଚିତ୍ର, ଚରିତ୍ର ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ, ପ୍ରଶ୍ନ ପଚାରିବେ, ନିଜ ମତ ଦେବେ, ନିଜ ମତ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବେ।
ସ୍ତର ଅନୁସାରେ ଅନ୍ୟ ବିଷୟ, ବୃତ୍ତି, କଳା ଆଦି ( ଯେପରି ଗଣିତ, ବିଜ୍ଞାନ, ସାମାଜିକ ପାଠ, ନୃତ୍ୟ କଳା, ଚିକିତ୍ସା ଆଦି ) ରେ ବ୍ୟବହାର ହେଉଥିବା ଶବ୍ଦାବଳୀ କୁ ବୁଝିବେ।
ଭାଷାର ଗୁଣାତ୍ମକତା ଯେପରି ଶବ୍ଦର ପୁନରାବୃତ୍ତି, ସର୍ବନାମ, ବିଶେଷଣ, ବଚନ ଆଦିପ୍ରତି ସଚେତନ ହୋଇ ଲେଖିବେ।
କୌଣସି ବିଷୟ ରେ ଲେଖା ହୋଇଥିବା ଶବ୍ଦଗୁଡିକ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝି ଓ ଶବ୍ଦ କୁ ଉପଯୁକ୍ତ ବ୍ୟବହାର କରି ଲେଖିବେ।
ବିଭିନ୍ନ ପରିସ୍ଥିତି ଓ ଉଦ୍ଦେଶ୍ୟ ( ବୁଲେଟିନ ଓ ବୋର୍ଡ ରେ ଲେଖା ଯାଉଥିବା ସୂଚନା,ଜିନିଷର ତାଲିକା,କବିତା, ଗପ, ଚିଠି, ଆଦି ଅନୁଯାୟୀ ଲେଖିବେ
ନିଜେ କିମ୍ବା ଶିକ୍ଷକଙ୍କ ନିର୍ଦ୍ଦେଶିତ ଲିଖନ ପ୍ରକ୍ରିୟାକୁ ଭଲ ଭାବରେ ବୁଝି ନିଜଲେଖା ଲେଖା କୁ ପରଖିବେ ଓ ଲିଖନ ଉଦ୍ଦେଶ୍ୟ ଓ ପାଠକଙ୍କ ରୁଚି ଅନୁଯାୟୀ ଲେଖାକୁ ବଦଳାଇବେ।
ଭିନ୍ନଭିନ୍ନ ବିଷୟବସ୍ତୁରେ। ଆସୁଥିବା ନୂଆ ଶବ୍ଦଗୁଡିକୁ ବୁଝି ସେଗୁଡିକୁ ଲେଖାରେ ବ୍ୟବହାର କରିବେ
ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଲେଖୁବାବେଳେ ନିଜ ଲେଖାରେ ବିରାମ ଚିହ୍ନ,ଯେପରି - ପୂର୍ଣ୍ଣଛେଦ,କମା, ପ୍ରଶ୍ନବାଚୀ ଚିହ୍ନ ଇତ୍ୟାଦିର ଉପଯୁକ୍ତ ବ୍ୟବହାର କରିବେ
ନିଜ କଳ୍ପନାରୁ ଗପ, କବିତା, ବର୍ଣ୍ଣନା, ଆଦି ଲେଖି ଭାଷାର ସୃଜନାତ୍ମକ ପ୍ରୟୋଗ କରିବେ