1ଗାଣିତିକ ଉକ୍ତିଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କର। ନିମ୍ନଲିଖିତ ପ୍ରତ୍ୟେକ ଉକ୍ତି 'ସର୍ବଦା ସତ୍ୟ', 'ଆଦୌ ସତ୍ୟ ନୁହେଁ' କିମ୍ବା 'ବେଳେବେଳେ ସତ୍ୟ' କ୍ରମରେ ଚିହ୍ନଟ କରି ଉପଯୁକ୍ତ କାରଣ ଓ ଗାଣିତିକ ଉଦାହରଣ ସହ ବୁଝାଅ:
(କ) ୧୦ ଦ୍ଵାରା କୌଣସି ସଂଖ୍ୟାକୁ ଗୁଣନ କଲେ ଗୁଣଫଳର ଏକକ ସ୍ଥାନ ଅଙ୍କ '୦' ହୋଇଥାଏ।
(ଖ) କୌଣସି ସଂଖ୍ୟାକୁ ୨ ଦ୍ଵାରା ଗୁଣନ କଲେ ଫଳ ଏକ ଅଯୁଗ୍ମ ସଂଖ୍ୟା ହୋଇଥାଏ।
(ଗ) କୌଣସି ସଂଖ୍ୟାକୁ ୫ ଦ୍ଵାରା ଗୁଣନ କଲେ ଗୁଣଫଳର ଏକକ ସ୍ଥାନ ଅଙ୍କ ୫ ହୋଇଥାଏ।
(ଘ) ଗୋଟିଏ ଅଯୁଗ୍ମ ସଂଖ୍ୟାର ଠିକ୍ ପର ସଂଖ୍ୟାଟି ଯୁଗ୍ମ ସଂଖ୍ୟା ଅଟେ।
(ଙ) ଗୋଟିଏ ସଂଖ୍ୟାରେ '୦' ଯୋଗ କଲେ ସଂଖ୍ୟାରେ ୧ ବୃଦ୍ଧି ହୁଏ।
10 marks