1ନିମ୍ନଲିଖିତ ଗାଣିତିକ ସମସ୍ୟାଗୁଡ଼ିକର ପର୍ଯ୍ୟାୟକ୍ରମେ ସମାଧାନ କର:
(କ) ରାଜା ସକାଳ ୮:୨୦ am ରେ କ୍ଷୀର ଆଣିବା ପାଇଁ ବଜାର ଗଲା ଏବଂ ୮:୩୫ am ରେ ଘରକୁ ଫେରିଲା। ସେ କ୍ଷୀର ଆଣିବା ପାଇଁ କେତେ ସମୟ ନେଲା?
(ଖ) ରାନୀ ଅପରାହ୍ନ ୪:୧୫ pm ରେ ଏକ କାହାଣୀ ବହି ପଢ଼ିବା ଆରମ୍ଭ କଲା। ସେ ୪୫ ମିନିଟ୍ ପରେ ପଢ଼ା ଶେଷ କଲା। ତେବେ ସେ କେଉଁ ସମୟରେ ପଢ଼ା ସମାପ୍ତ କଲା?
(ଗ) ଚାନ୍ଦିନୀ ସକାଳ ୮:୦୦ am ରେ ଘରୁ ବାହାରି ୧୫ ମିନିଟ୍ରେ ବିଦ୍ୟାଳୟରେ ପହଞ୍ଚିଲା। ୧୫ ମିନିଟ୍ ପରେ ପ୍ରାର୍ଥନା ସଭା ସରିଲା ଏବଂ ତା'ର ୨୦ ମିନିଟ୍ ପରେ ନୃତ୍ୟ ଅଭ୍ୟାସ ଶେଷ ହେଲା। ତେବେ ବିଦ୍ୟାଳୟରେ ପହଞ୍ଚିବା ସମୟ, ପ୍ରାର୍ଥନା ସମାପ୍ତି ସମୟ ଓ ନୃତ୍ୟ ଅଭ୍ୟାସ ଶେଷ ହେବାର ସମୟ ନିର୍ଣ୍ଣୟ କର।
10 marks