ଜୟପୁର ଷ୍ଟେସନରେ ଟ୍ରେନ୍ରେ ୫୦୦ ଜଣ ଯାତ୍ରୀ ଚଢ଼ିଥିଲେ।
ଦୈନିକ ଚାଲୁଥିବା ଟ୍ରେନ୍ଟି ଜୟପୁର ଓ ରାୟଗଡ଼ା ମଧ୍ୟରେ ୧୩୧ କିଲୋମିଟର ଯାତ୍ରା କରେ।
'ଜହ୍ନମାମୁଁ' ବହିଟିର ପୃଷ୍ଠା ସଂଖ୍ୟା ୯୦ ଅଟେ।
ଫକୀରମୋହନ ପାଠାଗାରରେ ଥିବା 'ପଞ୍ଚତନ୍ତ୍ର କାହାଣୀ' ବହିର ପୃଷ୍ଠା ସଂଖ୍ୟା ୨୩୭।
ବାଟରେ ୮୩ ଜଣ ଛାତ୍ରଛାତ୍ରୀ ମୁଢ଼ିମୁଆଁ କିଣିଥିଲେ।
ପରିଭ୍ରମଣରେ ଦୁଇଟି ବିଦ୍ୟାଳୟରୁ ମୋଟ ୯୧୪ ଜଣ ଛାତ୍ରଛାତ୍ରୀ ବୋବେଇକୋଚ଼ା ଯାଇଥିଲେ।
ଲିଟୁ ଓ ମିଟୁଙ୍କ ବିଦ୍ୟାଳୟରୁ ୫୦୦ ଜଣ ଛାତ୍ରଛାତ୍ରୀ ପରିଭ୍ରମଣରେ ଯାଇଥିଲେ।
ଦୁଇଟି ବିଦ୍ୟାଳୟରୁ ସମୁଦାୟ ୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପରିଭ୍ରମଣରେ ଯାଇଥିଲେ।
କୃଷ୍ଣ, ସୁଦାମା, ମାଳା ଓ ନିଳିମା ପ୍ରତ୍ୟେକେ ତିନୋଟି ଲେଖାଏଁ କମଳା କିଣିଥିଲେ।
ଗୋଟିଏ କମଳାର ଦାମ୍ ୫୦ ଟଙ୍କା ଥିଲା।
ଦର ତାଲିକା ଅନୁଯାୟୀ ଆଳୁ ଏବଂ ପିଆଜ ଉଭୟଙ୍କର ପ୍ରତି କିଲୋଗ୍ରାମ ଦର ସମାନ।
ଦର ତାଲିକା ଅନୁସାରେ ୧ କିଲୋଗ୍ରାମ ବିନ୍ସର ଦାମ୍ ୯୫ ଟଙ୍କା।
ବୋବେଇକୋଚ଼ା ଗ୍ରାମରେ ଆଦିବାସୀ ଜାତିର ୮୦ଟି ପରିବାରର ୫୦୦ ଲୋକ ବାସ କରନ୍ତି।
ବୋବେଇକୋଚ଼ା ଗ୍ରାମଟି ବାରିପଦାଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ।
ଲିଟୁ ଓ ମିଟୁ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି।