ଗଣିତ ମେଳା · Code MTH
Learning outcomes for ଗଣିତ ମେଳା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
21 learning outcomes for this subject.
ଦୈନନ୍ଦିନ ଜୀବନରେ ସଂଖ୍ୟାରେ ଗାଣିତିକ ପ୍ରକ୍ରିୟାର ପ୍ରୟୋଗ କରିବେ
ଦୁଇ ଓ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଗୁଣନ କରିବେ ବିଭିନ୍ନ ଉପାୟରେ ଗୋଟିଏ ସଂଖ୍ୟାକୁ ଅନ୍ୟ ସଂଖ୍ୟା ଦ୍ବାରା ହରଣ କରିବେ, ଯେପରି ଚିତ୍ର ମାଧ୍ଯମରେ (ବିନ୍ଦୁ ତିଆରି କରିବେ), ସମାନ ସମାନ ସମୂହ ସୃଷ୍ଟି କରି କିମ୍ବା ବାରମ୍ଵାର ଫେଡାଣ କରି ଏବଂ ଗୁଣନ ଓ ହରଣ ମଧ୍ୟରେ ସମ୍ୱନ୍ଧ ସ୍ଥାପନ କରି
ଦୈନନ୍ଦିନ ଜୀବନ ଆଧାରିତ ସରଳ ସମସ୍ୟା, ତିଆରି କରିବେ ଓ ସମାଧାନ କରିବେ ଯାହା ଟଙ୍କା, ପଇସା, ଦୈର୍ଘ୍ୟ, ଓଜନ ଓ ଧାରକତ୍ଵ ର ଚାରି ଗାଣିତିକ ପ୍ରକ୍ରିୟା ସହ ସମ୍ପର୍କିତ ହୋଇଥିବେ।
ଭଗ୍ନ ସଂଖ୍ୟା କୁ ନେଇ କାର୍ଯ୍ୟ କରିବେ ଅଧା, ଏକ-ଚତୁର୍ଥାଂଶ (ଚଉଠ), ତିନି-ଚତୁର୍ଥାଂଶକୁ ଚିହ୍ନଟ କରିବେ (କାଗଜ ଭାଙ୍ଗି ଓ ସଂଗୃହୀତ ବସ୍ତୁକୁ ନେଇ କାର୍ଯ୍ୟ କରିବେ)
ସଂଖ୍ୟା / ସଂଖ୍ୟାସୂଚକ ବ୍ୟବହାର କରି ଅଧା, ଏକ-ଚତୁର୍ଥାଂଶ, ତିନି -ଚତୁର୍ଥାଂଶକୁ ଭଗ୍ନ ସଂଖ୍ୟାରେ ସୁଚାଇବେ
କୌଣସି ଭଗ୍ନ ସଂଖ୍ୟାର ସମ ଭଗ୍ନସଂଖ୍ୟାକୁ ପ୍ରଦର୍ଶନ କରିବେ
ଚାରି ପାଖରେ ଥିବା ଆକୃତି ସମ୍ପର୍କରେ ବୁଝିବେ ବୃତ୍ତର କେନ୍ଦ୍ର, ବ୍ୟାସାର୍ଦ୍ଧ ଓ ବ୍ୟାସ କୁ ଚିହ୍ନାଇବେ
କେଉଁ କ୍ଷେତ୍ରଗୁଡିକୁ ଏକ ନିର୍ଦ୍ଦିଷ୍ଟ ଆକୃତି ଦ୍ବାରା ସଂପୂର୍ଣ ରୂପେ ଘୋଡାଯାଇ ପାରିବ ତାହା ସ୍ଥିର କରିବେ
ତାର / କାଠି ବ୍ୟବହାର କରି ସମଘନ ଓ ଆୟତଘନ ତିଆରି କରିବେ।
କାଗଜ ଭାଙ୍ଗି / କାଗଜ କାଟି କାଗଜରେ କାଳି ଥାପି ପ୍ରତିସମ ଚିତ୍ରର ଧାରଣାକୁ ପ୍ରଦର୍ଶନ କରିବେ
ସରଳ ବସ୍ତୁ ଉପରୁ ଦେଖିଲେ, ସାମ୍ନାରୁ ଦେଖିଲେ ଓ ପାର୍ଶ୍ବରୁ ଦେଖିଲେ ମିଳୁଥିବା ଆକୃତିର ଚିତ୍ର ଆଙ୍କିବା
ସରଳ ଜ୍ୟାମିତିକ ଆକୃତି (ତ୍ରିଭୁଜ, ଆୟତଚିତ୍ର ଓ ବର୍ଗଚିତ୍ରର) କ୍ଷେତ୍ରଫଳ ଓ ପରିସୀମା ନିର୍ଣ୍ଣୟ କରିବେ, ଏକ ନିର୍ଦ୍ଦିଷ୍ଟ ଆକୃତିକୁ ଏକକ ଭାବେ ନେଇ। ଉଦାହରଣ ସ୍ବରୂପ – ଟେବୁଲର ଉପରିଭାଗକୁ ଘୋଡେଇବା ପାଇଁ କେତୋଟି ବହି ଦରକାର।
ମିଟରକୁ ସେଣ୍ଟିମିଟର ଓ ସେଣ୍ଟିମିଟରକୁ ମିଟରରେ ପରିବର୍ତ୍ତନ କରିବେ
ଦୁଇଟି ସ୍ଥାନ/ ବସ୍ତୁ ମଧ୍ୟରେ ଦୂରତା, ବିଭିନ୍ନ ବସ୍ତୁର ଓଜନ ଓ ତରଳ ପଦାର୍ଥର ଆୟତନର ମାପକୁ ଅନୁମାନ କରିବେ ଓ ପ୍ରକୃତ ମାପ ସହ ତୁଳନା କରିବେ।
ମୌଳିକ ଗାଣିତିକ ପ୍ରକ୍ରିୟା ଆଧାରିତ ଦୈନନ୍ଦିନ ଜୀବନ ଘଟଣାବଳୀର ସମସ୍ୟାକୁ ସମାଧାନ କରିବେ, ଯେଉଁଗୁଡିକ ଦୈର୍ଘ୍ୟ, ଦୂରତା, ଓଜନ, ଆୟତନ ଓ ସମୟର ଧାରଣା ଉପରେ ପର୍ଯ୍ୟବେସିତ ହୋଇଥୁବ।
ଘଣ୍ଟାରୁ ସମୟ (ଘଣ୍ଟା ଓ ମିନିଟ୍ ରେ ଥିବ) କୁ ଚିହ୍ନିବେ ଓ ସମୟକୁ a.m. p.m ରେ ପ୍ରକାଶ କରିବେ
୨୪ ଘଣ୍ଟା ସମୟକୁ ୧୨ ଘଣ୍ଟିଆ ସମୟ ସହିତ ସମ୍ପର୍କିତ କରିବେ
ଦୁଇଟି ଘଟଣା ମଧ୍ଯରେ ସମୟ ଅବଧୂକୁ ହିସାବ କରିବେ
ଆଗକୁ – ଆଗକୁ, ପଛକୁ – ପଛକୁ ଗଣି ଯୋଗ ଓ ବିୟୋଗ କରିବେ ଗୁଣନ ଓ ହରଣରେ ଥିବା ସଂରଚନାକୁ ଚିହ୍ନଟ କରିବେ (୯ର ଗୁଣିତକ ପର୍ଯ୍ୟନ୍ତ)।
ପ୍ରତିସମତା ଆଧାରିତ ଜ୍ୟାମିତିକ ସଂରଚନାଗୁଡିକୁ ଲକ୍ଷ୍ୟ କରିବେ, ଚିହ୍ନଟ କରିବେ ଓ ଆଗକୁ ବଢାଇବେ
ସଂଗୃହିତ ତଥ୍ୟକୁ ସାରଣୀରେ ଓ ସ୍ତମ୍ଭ ଲେଖରେ ପ୍ରକାଶ କରିବେ ଓ ସେଗୁଡିକୁ ବାଖ୍ୟା କରିବେ।