ଆମ ବିଚିତ୍ର ବିଶ୍ବ · Code EVS
Learning outcomes for ଆମ ବିଚିତ୍ର ବିଶ୍ବ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
13 learning outcomes for this subject.
ପ୍ରାଣୀମାନଙ୍କର ଇନ୍ଦ୍ରିୟଗୁଡିକର ଚମତ୍କାରିତା ଓ ଅସାଧାରଣ ବୈଶିଷ୍ଟ୍ୟ (ଯଥା – ଦୃଷ୍ଟିଶକ୍ତି, ଆଘ୍ରାଣ, ଶ୍ରବଣ, ଶୟନ, ଶବ୍ଦ ଇତ୍ୟାଦି) ଏବଂ ଆଲୋକ, ଶବ୍ଦ, ଖାଦ୍ୟ ଇତ୍ୟାଦି ପ୍ରତି ସେମାନଙ୍କର ପ୍ରତିକ୍ରିୟା ସମ୍ପର୍କରେ ବର୍ଣ୍ଣନା କରିବେ।
ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଖାଦ୍ୟ ଓ ଜଳ ପରି ମୌଳିକ ଆବଶ୍ୟକତା ପର୍ଯ୍ୟନ୍ତ ପହଞ୍ଚିବା ପ୍ରକ୍ରିୟା ଯଥା କୃଷିକ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ରୋଷେଇଘର ପର୍ଯ୍ୟନ୍ତ, ଶସ୍ୟରୁ ରୁଟି ପ୍ରସ୍ତୁତି କରିବା, ବିଭିନ୍ନ କୌଶଳର ସଂରକ୍ଷଣ, ଜଳ ଉତ୍ସଗୁଡିକୁ ସନ୍ଧାନ ଓ ରକ୍ଷଣାବେକ୍ଷଣ କୌଶଳର ବର୍ଣ୍ଣନା କରିବେ।
ପ୍ରାଣୀ, ଉଭିଦ ଓ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ବର୍ଣ୍ଣନା କରିବେ( ଉଦାହରଣ – ପଶୁପାଳନ, ଚାରା ରୋପଣ ରୁ ଗୋଷ୍ଠୀ ରୋଜଗାର)
ଦୈନନ୍ଦିନ ଜୀବନ ସହ ସଂଶ୍ଳିଷ୍ଟ ବିଭିନ୍ନ ଅନୁଷ୍ଠାନ ଯଥା (ବ୍ୟାଙ୍କ, ପଞ୍ଚାୟତ, ସମବାୟ, ଥାନା ଇତ୍ୟାଦିର) ଭୂମିକା ଓ କାର୍ଯ୍ୟଗୁଡିକୁ ବର୍ଣ୍ଣନା କରିବେ।
ବିଭିନ୍ନ ଭୌଗଳିକ ବୈଶିଷ୍ଟ୍ୟ ଥିବା ଭୂ-ଭାଗ, ଜଳବାୟୁ, ବିଭିନ୍ନ ସମ୍ବଳ, ଯଥା – ଖାଦ୍ୟ, ଜଳ, ଆଶ୍ରୟ ସ୍ଥଳୀ, ଓ ଜୀବିକା ଏବଂ ସାଂସ୍କୃତିକ ଜୀବନ (ଯଥା – ଉଷ୍ମ/ ଶୀତଳ ମରୁଭୁମି ପରି କଷ୍ଟସାଧ୍ଯ ଅଞ୍ଚଳରେ ଜୀବନଯାପନ ପ୍ରଣାଳୀ) ମଧ୍ୟରେ ସଂଯୋଗ ସ୍ଥାପନ କରିବେ।
ବିଭିନ୍ନ ବସ୍ତୁ ଓ ପଦାର୍ଥ ଗୁଡିକର ବୈଶିଷ୍ଟ୍ୟ ଓ ବିଭିନ୍ନ ଗୁଣ ଯଥା – ଆକାର, ସ୍ବାଦ, ରଙ୍ଗ, ସ୍ପର୍ଶ ଶବ୍ଦ ଓ ବିଶେଷଗୁଣ ଅନୁଯାୟୀ ଶ୍ରେଣୀ ବିଭାଗ କରିବେ।
ବର୍ତମାନ ପ୍ରଚଳିତ ମୁଦ୍ରା, ପ୍ରତିଛବି, କୀର୍ତି, ସଂଗ୍ରହାଳୟ ଏବଂ ବୟସ୍କମାନଙ୍କ ସହ ଆଲୋଚନା ଇତ୍ୟାଦି ମାଧ୍ୟମରେ ପୁରାତନ ଯୁଗର ପ୍ରଥା, ଅଭ୍ୟାସ ଓ କୌଶଳର ପରିବର୍ତ୍ତନକୁ ଚିହ୍ନଟ କରିବେ। (ଉଦାହରଣସ୍ବରୂପ-ଚାଷ, ସଂରକ୍ଷଣ, ପର୍ବପର୍ବାଣୀ, ପୋଷାକ, ପରିବହନ, ସାମଗ୍ରୀ ଓ ଉପକରଣ, ବୃତ୍ତି, ଘରପ୍ରଥା ଓ ବିଭିନ୍ନ କାର୍ଯ୍ୟ ଯଥା, ରୋଷେଇ, ଖାଦ୍ୟଗ୍ରହଣ, କାର୍ଯ୍ୟ ପ୍ରଣାଳୀ ଇତ୍ୟାଦି)
ଘଟଣା ଅବସ୍ଥା ଓ ଗୁଣ ଅନୁମାନ କରିବେ। ବିଭିନ୍ନ ସ୍ଥାନ ସମ୍ବନ୍ଧୀୟ ପରିମାଣ (ଦୂରତା, କ୍ଷେତ୍ରଫଳ, ଆୟତନ, ଓଜନ ଇତ୍ୟାଦି ଏବଂ ସମୟର ସାଧାରଣ ମାନଦଣ୍ଡର ଏକକ ନିରୂପଣ କରିବେ, ସରଳ ସାଧନ ବ୍ୟବହାର କରି ଭାସିବା/ ବୁଡିବା/ ମିଶିବା/ ବାଷ୍ପୀକରଣ/ ନଷ୍ଟ ହେବା/ ଶ୍ବାସକ୍ରିୟା/ ସ୍ବାଦ ଇତ୍ୟାଦି କାର୍ଯ୍ୟଗୁଡିକୁ ପରୀକ୍ଷା କରିବେ।
ପର୍ଯ୍ୟବେକ୍ଷଣ, ଅଭିଜ୍ଞତା ଓ ତଥ୍ୟଗୁଡିକୁ ଉପଯୁକ୍ତ ଢଙ୍ଗରେ (ସାରଣୀ/ ଚିତ୍ର/ ସ୍ତମ୍ଭଲେଖ/ ବୃତ୍ତ ଲେଖ ମାଧ୍ଯମରେ) ସଜ୍ଜୀକରଣ କରି ଲିପିବଦ୍ଧ କରିବେ। ବିଭିନ୍ନ କାର୍ଯ୍ୟ ଓ ଘଟଣା ଯଥା (ଭାସିବା, ବୁଡିବା, ମିଶିବା, ବାଷ୍ପୀଭବନ, ଅଙ୍କୁରୋଦ୍ଗମ, ନଷ୍ଟ ହୋଇଯିବା) ର ସଂରଚନା ଆଧାରରେ କାରଣ ଓ ପ୍ରଭାବ ମଧ୍ୟରେ ସମ୍ପର୍କ ସ୍ଥାପନକୁ ଆକଳନ କରିବେ।
ମାନଚିତ୍ରରେ ବିଭିନ୍ନ ବସ୍ତୁ / ଆଞ୍ଚଳିକ ଭୂଚିହ୍ନ (Land Mark) ଓ ଭ୍ରମଣ କରିଥିବା ସ୍ଥାନର ଅବସ୍ଥିତି, ଦିଗ ଓ ସଙ୍କେତ ଚିହ୍ନଟ କରିବେ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ଅବସ୍ଥିତି ଅନୁଯାୟୀ ବିଭିନ୍ନ ଦିଗକୁ ଅନୁମାନ କରିବେ।
କବିତା/ ସ୍ଲୋଗାନ/ ଭ୍ରମଣ ସାହିତ୍ୟ ଆଦି ଲେଖା ମାଧ୍ୟମରେ ପୋଷ୍ଟର, ଡିଜାଇନ, ମଡେଲ, ସ୍ଥାନୀୟ, ନକ୍ସା, ମାନଚିତ୍ର (ଆଖପାଖ ଅଞ୍ଚଳରେ ଥିବା ସ୍ଥାନ/ ଭ୍ରମଣ କରିଥିବା ବିଭିନ୍ନ ସ୍ଥାନ) ତିଆରି କରିବେ।
ବିଭିନ୍ନ ଆଞ୍ଚଳିକ/ ବର୍ଜ୍ୟବସ୍ତୁର ବ୍ୟବହାର ଓ ସମାଜରେ ଦେଖୁଥିବା, ଅଙ୍ଗେନିଭାଇ ଥିବା ଜଟିଳ ସମସ୍ୟା ସମ୍ପର୍କିତ ପ୍ରଥା ଓ ଘଟଣା (ପକ୍ଷପାତିତା / ବାସଚ୍ୟୁତି, ବହିଷ୍କାର, ଶିଶୁ ଅଧିକାର) ସମ୍ପର୍କରେ ମତାମତ ପ୍ରକାଶ କରିବେ।
ସ୍ବାସ୍ଥ୍ୟ ଓ ବର୍ଜ୍ୟବସ୍ତୁର ପରିଚାଳନା, ଆକସ୍ମିକ ବିପତ୍ତି/ ଜରୁରୀକାଳୀନ ଅବସ୍ଥା ଏବଂ ଭୂମି, ଜାଳେଣୀ, ଜଙ୍ଗଲ ପରି ବିଭିନ୍ନ ସମ୍ବଳର ସୁରକ୍ଷା ନିମନ୍ତେ ବିଭିନ୍ନ ଉପାୟର ସୂଚନା ଦେବା ସହ ପ୍ରତିକୂଳ ଅବସ୍ଥା/ ଅଭାବଗ୍ରସ୍ଥ ଅବସ୍ଥା ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରିବେ।