2ବିବେକ ଏକ୍ସପ୍ରେସ୍ ଟ୍ରେନର ଯାତ୍ରା ସାରଣୀ ଅନୁଯାୟୀ ଡିବ୍ରୁଗଡ଼ଠାରୁ ବିଭିନ୍ନ ଷ୍ଟେସନର ଦୂରତା ଦିଆଯାଇଛି: ଦିମାପୁର (୩୦୨ କି.ମି.), ଗୌହାଟି (୫୫୬ କି.ମି.), ଜଲପାଇଗୁଡ଼ି ରୋଡ଼ (୯୮୩ କି.ମି.), ଭୁବନେଶ୍ୱର (୨୦୦୭ କି.ମି.), ବିଶାଖାପାଟଣା (୨୪୪୦ କି.ମି.), ବିଜୟୱାଡ଼ା (୨୮୦୦ କି.ମି.), କୋଏମ୍ବାଟୁର (୩୭୭୫ କି.ମି.) ଏବଂ କନ୍ୟାକୁମାରୀ (୪୧୮୭ କି.ମି.)। ଏହି ତଥ୍ୟ ଆଧାରରେ ନିମ୍ନ ପ୍ରଶ୍ନଗୁଡ଼ିକର ସମାଧାନ କର:
(କ) ଡିବ୍ରୁଗଡ଼ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରାସ୍ତାର ମୋଟ ଦୂରତା କେତେ?
(ଖ) ବିଜୟୱାଡ଼ାରୁ ଜଲପାଇଗୁଡ଼ି ରୋଡ଼ ପର୍ଯ୍ୟନ୍ତ ରାସ୍ତାର ଦୂରତା କେତେ?
(ଗ) ବିଜୟୱାଡ଼ାଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ରାସ୍ତାର ଦୂରତା କେତେ?
(ଘ) ଗୌହାଟି ଏବଂ ଦିମାପୁର ମଧ୍ୟରେ ଦୂରତା ଅଧିକ ନା ଭୁବନେଶ୍ୱର ଏବଂ ଜଲପାଇଗୁଡ଼ି ରୋଡ଼ ମଧ୍ୟରେ ଦୂରତା ଅଧିକ?
(ଙ) ଗୌହାଟି ଏବଂ କୋଏମ୍ବାଟୁର ଜଙ୍କସନ ମଧ୍ୟରେ ଦୂରତା ନିର୍ଣ୍ଣୟ କର।