Tap an option to check your answer instantly.
କୌଣସି ସଂଖ୍ୟାକୁ ୧୦୦ ଦ୍ୱାରା ଗୁଣନ କଲେ ସଂଖ୍ୟାର ପ୍ରତ୍ୟେକ ଅଙ୍କ ସ୍ଥାନୀୟ ମୂଲ୍ୟରେ କେଉଁ ଆଡ଼କୁ କେତେ ଘର ଘୁଞ୍ଚିଥାଏ ?
ସଂରଚନା ଅନୁସାରେ ୧୫ × ୧୫ = ୨୨୫, ୨୫ × ୨୫ = ୬୨୫, ୩୫ × ୩୫ = ୧୨୨୫ ହେଲେ ୪୫ × ୪୫ ର ମୂଲ୍ୟ କେତେ ହେବ ?
ସଂରଚନା ଅନୁସାରେ: ୧ × ୧ = ୧, ୧୧ × ୧୧ = ୧୨୧, ୧୧୧ × ୧୧୧ = ୧୨୩୨୧ ହେଲେ ୧୧୧୧ × ୧୧୧୧ ର ମୂଲ୍ୟ କେତେ ?
ଯଦି ୯୯ × ୧୦୦ = ୯,୯୦୦ ହୁଏ, ତେବେ ଗୁଣନ ନ କରି ୯୯ × ୯୯ ର ମୂଲ୍ୟ କେତେ ହେବ ?
ଅଧା ଓ ଦୁଇଗୁଣ ପଦ୍ଧତି ପ୍ରୟୋଗ କରି ୧୪ × ୩ ର ମୂଲ୍ୟ କେଉଁଟି ସହ ସମାନ ହେବ ?
ନିକଟତମ ଗୁଣିତକ ନିୟମ ଅନୁସାରେ ୧୪ × ୨୧ ର ସଠିକ୍ ଗାଣିତିକ ରୂପ କେଉଁଟି ?
ନିକଟତମ ଗୁଣିତକ ନିୟମ ଅନୁସାରେ ୪ × ୧୯ ର ମୂଲ୍ୟ ନିମ୍ନୋକ୍ତ କେଉଁଟି ସହିତ ସମାନ ?
ପଡ଼ିଆରେ ମୋଟ ୩୦ ଟି ଧାଡ଼ି ଅଛି ଏବଂ ପ୍ରତି ଧାଡ଼ିରେ ୪୧ ଜଣ ଲେଖାଏଁ ପିଲା ଥିଲେ ମୋଟ ପିଲା ସଂଖ୍ୟା କେତେ ?
ମିନତୀର ଡାହାଣ ପଟେ ୧୮ ଜଣ ଏବଂ ବାମ ପଟେ ୨୨ ଜଣ ପିଲା ବସିଛନ୍ତି । ତେବେ ସେହି ଧାଡ଼ିରେ ସମୁଦାୟ କେତେଜଣ ପିଲା ଅଛନ୍ତି ?
ମିନତୀ ଆଗରେ ୧୨ ଧାଡ଼ି ଓ ପଛରେ ୧୭ ଧାଡ଼ିରେ ପିଲା ବସିଛନ୍ତି । ମିନତୀର ଧାଡ଼ିକୁ ମିଶାଇ ମୋଟ କେତୋଟି ଧାଡ଼ି ହେବ ?
ଫୁଟବଲ ପଡ଼ିଆ ଭଡ଼ା ବାବଦକୁ ୧,୨୫୦ ଟଙ୍କା ଏବଂ ଖାଦ୍ୟ ଓ ପାଣି ବାବଦକୁ ୧,୧୨୯ ଟଙ୍କା ଖର୍ଚ୍ଚ ହେଲେ ମୋଟ ଖର୍ଚ୍ଚ କେତେ ?
୩ ଟି ଦଳ ପ୍ରତ୍ୟେକ ୧,୫୯୯ ଟଙ୍କା ଲେଖାଏଁ ଅଂଶଗ୍ରହଣ ଦେୟ ଦେଲେ ସଂଘ ଦଳଗୁଡ଼ିକଠାରୁ ମୋଟ କେତେ ଟଙ୍କା ପାଇଲା ?
ଏକ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତି ଟିକେଟ୍ ୧୧୫ ଟଙ୍କା ଦରରେ ୫୨ ଟି ଟିକେଟ୍ ବିକ୍ରି ହେଲେ ଟିକେଟ୍ ବିକ୍ରିରୁ କେତେ ଆୟ ହେଲା ?
ମାଳା ୧୫୦ ଟଙ୍କାରେ ୩ ଟି ଲେଖାଏଁ ହିସାବରେ ୧୮ ଟି ବହି କିଣିଲା ଏବଂ ତା' ପାଖରେ ଆହୁରି ୨୦ ଟଙ୍କା ବଳକା ରହିଲା । ସେ ଘରୁ କେତେ ଟଙ୍କା ନେଇଥିଲା ?
ସମବାୟ ସମିତି ପ୍ରତି କିଲୋଗ୍ରାମ ଘିଅ ୫୨୪ ଟଙ୍କାରେ ବିକ୍ରି କରେ । ସେମାନେ ୧୨୫ କିଲୋଗ୍ରାମ ଘିଅ ବିକ୍ରି କରି କେତେ ଟଙ୍କା ରୋଜଗାର କରିବେ ?
ଏକ ଗ୍ରାମରେ ୪୫୩ ଟି ଗିର୍ ଗାଈ ଅଛନ୍ତି । ପ୍ରତ୍ୟେକ ଗାଈ ଦୈନିକ ୧୩ ଲିଟର ଲେଖାଏଁ କ୍ଷୀର ଦେଲେ ପ୍ରତିଦିନ ମୋଟ କେତେ ଲିଟର କ୍ଷୀର ମିଳିବ ?
ଦୁଗ୍ଧ ସମବାୟ ସମିତିକୁ ୨୬୮ ଜଣ ଗ୍ରାମବାସୀ କ୍ଷୀର ଦିଅନ୍ତି ଏବଂ ପ୍ରତ୍ୟେକଙ୍କର ଅତିକମରେ ୪ ଟି ଗାଈ ଅଛି । ତେବେ ସର୍ବନିମ୍ନ କେତୋଟି ଗାଈର କ୍ଷୀର ସଂଗ୍ରହ ହୁଏ ?
ଏକ ପାଠାଗାରରେ ୮ ଟି ଥାକ ଅଛି ଏବଂ ପ୍ରତ୍ୟେକ ଥାକରେ ୧୨୨ ଖଣ୍ଡ ଲେଖାଏଁ ବହି ଥିଲେ ମୋଟ ବହି ସଂଖ୍ୟା କେତେ ?
ଜଣେ ଦୋକାନୀ ୨୮ ବସ୍ତା ଚାଉଳ ପ୍ରତି ବସ୍ତାକୁ ୩୫୦ ଟଙ୍କା ଦରରେ ବିକ୍ରି କଲେ ମୋଟ କେତେ ଟଙ୍କା ପାଇବେ ?
ମୀତା ୨୫ ଟଙ୍କା ଲେଖାଏଁ ଦରରେ ୧୫ ଟି ବଲ୍ବ ଏବଂ ୩୪ ଟଙ୍କା ଲେଖାଏଁ ଦରରେ ୧୨ ଟି ଟ୍ୟୁବ୍ ଲାଇଟ୍ କିଣିଲେ ସମୁଦାୟ କେତେ ଟଙ୍କା ଦେବେ ?
ଏକ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ୨୪ ଟି ଚୌକା (୪) ଏବଂ ୮ ଟି ଛକା (୬) ମାରିଥିଲେ । କେବଳ ଚୌକା ଓ ଛକା ମାଧ୍ୟମରେ ସମୁଦାୟ କେତେ ରନ୍ ହୋଇଥିଲା ?
ଗୋଟିଏ ସିନେମା ହଲରେ ୮ ଟି ଧାଡ଼ି ଏବଂ ପ୍ରତ୍ୟେକ ଧାଡ଼ିରେ ୧୨ ଟି ଲେଖାଏଁ ଚୌକି ଅଛି । ଯଦି ଅଧା ଚୌକିରେ ଲୋକ ବସିଥାନ୍ତି, ତେବେ କେତେଜଣ ସିନେମା ଦେଖୁଛନ୍ତି ?
୧ କିଲୋଗ୍ରାମ ଜୈବିକ ଖତର ମୂଲ୍ୟ ୨୪ ଟଙ୍କା ହେଲେ, ୧୫୦ କିଲୋଗ୍ରାମ ଜୈବିକ ଖତର ମୂଲ୍ୟ କେତେ ହେବ ?
ଏକ ପରିବାରର ରୋଷେଇଘରୁ ମାସକୁ ପ୍ରାୟ ୩୫ କିଲୋଗ୍ରାମ ଆବର୍ଜନା ବାହାରେ । ତେବେ ୧ ବର୍ଷ ବା ୧୨ ମାସରେ ମୋଟ କେତେ ପରିମାଣର ଆବର୍ଜନା ବାହାରିବ ?
ଗୋଟିଏ ଗୋଶାଳାରେ ୨୯୬ ଟି ଗାଈ ଅଛନ୍ତି । ପ୍ରତ୍ୟେକ ଗାଈ ପାଇଁ ଦିନକୁ ୧୮ କିଲୋଗ୍ରାମ ଗୋଖାଦ୍ୟ ଆବଶ୍ୟକ ହେଲେ ଦୈନିକ ସମୁଦାୟ କେତେ ଗୋଖାଦ୍ୟ ଆବଶ୍ୟକ ?