2ଗ୍ରାମ୍ୟ କ୍ରୀଡ଼ା ସଂଘ ଦ୍ୱାରା ଏକ ମହିଳା ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଂଘ ପ୍ରତି ଟିକେଟ୍ ଟ. ୧୧୫ ହିସାବରେ ୫୨ ଟି ଟିକେଟ୍ ବିକ୍ରି କଲା ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୩ ଟି ଦଳରୁ ପ୍ରତ୍ୟେକଙ୍କ ଠାରୁ ଟ. ୧,୫୯୯ ଲେଖାଏଁ ପ୍ରବେଶ ଦେୟ ସଂଗ୍ରହ କଲା । ଏହି ଖେଳ ପାଇଁ ସଂଘ ପଡ଼ିଆ ଭଡ଼ା ବାବଦରେ ଟ. ୧,୨୫୦ ଏବଂ ଖାଦ୍ୟ ଓ ପାନୀୟ ବାବଦରେ ଟ. ୧,୧୨୯ ଖର୍ଚ୍ଚ କଲା ।
(କ) ଟିକେଟ୍ ବିକ୍ରିରୁ ସଂଘ କେତେ ଆୟ କଲା ?
(ଖ) ଦଳଗୁଡ଼ିକ ଠାରୁ ମୋଟ କେତେ ପ୍ରବେଶ ଦେୟ ମିଳିଲା ?
(ଗ) ସଂଘର ମୋଟ ଆୟ କେତେ ହେଲା ?
(ଘ) ପ୍ରତିଯୋଗିତା ପାଇଁ ସଂଘର ମୋଟ ଖର୍ଚ୍ଚ କେତେ ଥିଲା ?
(ଙ) ଏହି ଆୟୋଜନରୁ ସଂଘର କେତେ ଟଙ୍କା ଲାଭ ବା ବଳକା ରହିଲା ?