ଗଣିତ ମେଳା · Code MATH
Learning outcomes for ଗଣିତ ମେଳା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
15 learning outcomes for this subject.
ନିଜ ପରିବେଶରେ ବ୍ୟବହାର ହେଉଥିବା ୧୦୦୦ରୁ ଅଧିକ ବଡ ସଂଖ୍ୟାକୁ ପଢିବେ ଓ ଲେଖିବେ ( ଏକ ଲକ୍ଷ ପର୍ଯ୍ୟନ୍ତ)।
୧୦୦୦ରୁ ବଡ ସଂଖ୍ୟାରେ ଚାରି ମୌଳିକ ଗାଣିତିକ ପ୍ରକ୍ରିୟା ସଂପାଦନ କରିବେ, ଯେଉଁଥିରେ ସ୍ଥାନୀୟମାନ ଧାରଣାର ବ୍ୟବହାର ହେଉଥିବ (ଯୋଗ ଓ ବିୟୋଗ କ୍ଷେତ୍ରରେ)।
ମାନକ କଳନବିଧି ବ୍ୟବହାର କରି ଗୋଟିଏ ସଂଖ୍ୟାରେ ଆଉ ଗୋଟିଏ ସଂଖ୍ୟାକୁ ଭାଗ କରିବେ।
ସଂଖ୍ୟାରେ ଯୋଗ, ଫେଡାଣ, ଗୁଣନ ଓ ଭାଗଫଳକୁ ଆକଳନ (ଅନୁମାନ) କରିବେ ଏବଂ ସାଧାରଣ କଳନବିଧି ବ୍ୟବହାର କରି ବା ସଂଖ୍ୟାକୁ ଭାଙ୍ଗି ବା ଗାଣିତିକ ପ୍ରକ୍ରିୟା ଭଳି ବିଭିନ୍ନ ଉପାୟ ଅବଲମ୍ବନ କରି ପ୍ରକୃତ ଉତ୍ତର ନିର୍ଣ୍ଣୟ କରିବେ।
ଭଗ୍ନାଂଶ ଓ ଭଗ୍ନସଂଖ୍ୟା ସମ୍ବନ୍ଧରେ ଧାରଣା ଆହରଣ କରିବେ ଏବଂ ଏକ ସମୂହର ଅଂଶକୁ ଭଗ୍ନସଂଖ୍ୟାରେ ପ୍ରକାଶ କରିବେ।
ଏକ ଦତ୍ତ ଭଗ୍ନସଂଖ୍ୟାର ସମ ଭଗ୍ନସଂଖ୍ୟାଗୁଡିକୁ ନିର୍ଣ୍ଣୟ କରିବେ।
ଦିଆଯାଇଥିବା ଭଗ୍ନ ସଂଖ୍ୟାକୁ (୧/୨, ୧/୪, ୧/୫) ଦଶମିକ ସଂଖ୍ୟା ରୂପରେ ଲେଖିବେ ଉଦାହରଣ ସ୍ବରୂପ – ଟଙ୍କାରେ ଏକକ ବ୍ୟବହାରରେ ୧୦ଟଙ୍କାର ଅଧା ହେଉଛି ୫ ଟଙ୍କା।
ଭଗ୍ନସଂଖ୍ୟାକୁ ଦଶମିକ ସଂଖ୍ୟା ଓ ଦଶମିକ ସଂଖ୍ୟାକୁ ଭଗ୍ନସଂଖ୍ୟାରେ ପରିଣତ କରିବେ।
କୋଣ ଓ ଆକୃତିର ଧାରଣାକୁ ବୁଝିବେ। କୋଣଗୁଡିକୁ ସମକୋଣ, ସୂକ୍ଷ୍ମକୋଣ, ସ୍ଥୁଳକୋଣରେ ବର୍ଗୀକରଣ କରିବେ ଓ କୋଣକୁ ଡ୍ରଇଁ କାଗଜରେ ଆଙ୍କି ଦର୍ଶାଇବେ।
ନିକଟ ପରିବେଶରୁ ଦ୍ବି-ମାତ୍ରିକ ଆକୃତି ଗୁଡିକ ଚିହ୍ନଟ କରିବେ ଯେଉଁଥିରେ ପ୍ରତିଫଳନ ପ୍ରତିସମତା ଓ ଘୂର୍ଣ୍ଣନ ପ୍ରତିସମତା ଥିବ (ଯଥା ଇଂରାଜୀ ଅକ୍ଷର ଓ ଆକୃତି) ତାଲିକା ନେଇ ସମଘନ, ସିଲିଣ୍ଡର ଓ କୋନ୍ ପ୍ରସ୍ତୁତ କରିବେ।
ଦୈର୍ଘ୍ୟ, ଓଜନ ଓ ଆୟତନକୁ ପ୍ରକାଶ କରିବା ପାଇଁ ଛୋଟ ଓ ବଡ ଏକକଗୁଡିକୁ ସଂପର୍କିତ କରିବେ, ବଡ ଏକକରେ ଥିବା ମାପକୁ ଛୋଟ ଏକକରେ ପ୍ରକାଶ କରିବେ (ବିପରୀତ କ୍ରମେ ଏହି କାର୍ଯ୍ୟ କରାଯିବ)।
କଠିନଘନବସ୍ତୁର ଆୟତନକୁ ପରିଚିତ ଏକକରେ ପ୍ରକାଶ କରିବେ ( ଅନୁମାନ କରି)। ଯେପରି ଗୋଟିଏ ବାଲଟିର ଆୟତନ ଗୋଟିଏ ମଗ ପାଣିର ଆୟତନର 20 ଗୁଣ ସହ ସମାନ।
ଚାରି ଗାଣିତିକ ପ୍ରକ୍ରିୟାର ବ୍ୟବହାର କରି ଟଙ୍କାପଇସା, ଦୈର୍ଘ୍ୟ, ଓଜନ, ଧାରକତ୍ଵ ସମୟ ଅବଧିର ମାପ ସଂକ୍ରାନ୍ତୀୟ ସମସ୍ୟାର ସମାଧାନ କରିବେ ( ଦୈର୍ଘ୍ୟ, ଓଜନ ଓ ଧାରକତ୍ବର)।
ତ୍ରିଭୁଜାକାର ସଂଖ୍ୟା ଓ ବର୍ଗ ସଂଖ୍ୟାରେ ଥିବା ସଂରଚନାକୁ ଚିହ୍ନଟ କରିବେ।
ଦୈନନ୍ଦିନ ଜୀବନର ଘଟଣାବଳୀରୁ ତଥ୍ୟ ସଂଗ୍ରହ କରିବେ, ସେସବୁକୁ ସାରଣୀ ଓ ସ୍ତମ୍ଭ ଲେଖରେ ଉପସ୍ଥାପନ କରିବେ ଓ ତାହାକୁ ବିଶ୍ଳେଷଣ କରିବେ।