‘ଗଛ କାହାଣୀ’ କବିତାର ରଚୟିତା ହେଉଛନ୍ତି ବିଶିଷ୍ଟ କବି ଡକ୍ଟର ରାମଚନ୍ଦ୍ର ନାୟକ ।
ମଣିଷ ଫଳ ଖାଇବାରେ ଗଛର କୌଣସି ଆପତ୍ତି ନ ଥିଲେ ମଧ୍ୟ ଡାଳ ଭାଙ୍ଗିଲେ ତା’ର ପରାଣ ଦୁଃଖରେ ଜଳିଉଠେ ।
ଗଛ ଦେହରୁ ବାହାରୁଥିବା କ୍ଷୀର ବା ରସ ପ୍ରକୃତରେ ତାହାର ଦୁଃଖ ଭରା ଆଖିର ଲୋତକ ଧାରା ଅଟେ ।
ଗଛ ଜନ୍ମକାଳରୁ ଖରା, କାକର, ବର୍ଷା ଓ ଝଡ଼ ପରି ଅନେକ ଯାତନା ସହି ନିଜକୁ ଯତ୍ନରେ ବଢ଼ାଇଥାଏ ।
ଗଛରେ ଫଳୁଥିବା ମାଳମାଳ ମିଠା ଫଳ ହେଉଛି ତାହାର ବହୁ ଦିନର କଠିନ ସାଧନାର ପରିଣାମ ।
ଗଛ କର୍ମକୁ ନିଜର ମୂଳମନ୍ତ୍ର କରି ଚେରଠାରୁ ଫୁଲଫଳ ଯାଏଁ ସବୁକିଛି ଦ୍ୱାରା ଅନ୍ୟର ଉପକାର କରେ ।
ଗଛ ନିଜ ହୃଦୟକୁ ଚିରି ସମସ୍ତ ମଣିଷ ତଥା ଜୀବଜନ୍ତୁମାନଙ୍କୁ ଶୀତଳ ଛାଇରେ ଆଶ୍ରୟ ପ୍ରଦାନ କରିଥାଏ ।
ସାରା ଜୀବନ କର୍ମପଥରେ କେବେ ହେଳା ନ କରିବା ପାଇଁ ଗଛ ମଣିଷ ଆଗରେ ଶପଥ କରାଇଛି ।
ଜଗତର ହିତ ସାଧନ ପାଇଁ ବୃକ୍ଷରୋପଣ କଲେ ଚାରିଆଡ଼େ ସବୁଜିମା ଭରିଯିବା ସହ ପରିବେଶ ସୁନ୍ଦର ରହିବ ।
ଧରଣୀ ହସିଲେ ଏବଂ ଗଛଲତା ସୁରକ୍ଷିତ ରହିଲେ ଆମ ସୁନ୍ଦର ପରିବେଶ କେବେ ହେଲେ ହତଶ୍ରୀ ହେବ ନାହିଁ ।
ମମିତା ତା’ର ସହପାଠିନୀ ନମିତା ସହିତ ଅନାଥାଶ୍ରମରେ ନିଜର ଜନ୍ମଦିନ ପାଳନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା ।
ଜନ୍ମଦିନରେ କେକ୍ କାଟିବା କିମ୍ବା ମହମବତୀ ଲିଭାଇବା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅଂଶ ନୁହେଁ ।
ମମିତା ବୃଦ୍ଧାଶ୍ରମରେ ବୃଦ୍ଧବୃଦ୍ଧାମାନଙ୍କୁ ପ୍ରଣାମ କରି ସେମାନଙ୍କୁ ପିଠାପଣା ଓ ଫଳ ବାଣ୍ଟି ଆଶୀର୍ବାଦ ଗ୍ରହଣ କରିଥିଲା ।
ମନ୍ଦିର ନିକଟରେ ମମିତା ନିର୍ଜୀବ ମୂର୍ତ୍ତି ବଦଳରେ ଜୀବନ୍ତ ଠାକୁର ସଦୃଶ ବୃଷଭଟିକୁ ଫଳ ଖାଇବାକୁ ଦେଇଥିଲା ।
ଅସହାୟ ଦିବ୍ୟାଙ୍ଗ ଓ ପଶୁପକ୍ଷୀଙ୍କ ପ୍ରତି ଦୟାଭାବ ଦେଖାଇବାରୁ ଗୁରୁଜୀ ମମିତାକୁ ‘କୋଟିକରେ ଗୋଟିଏ’ ବୋଲି ପ୍ରଶଂସା କରିଥିଲେ ।