ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଥିବା ହିମାଳୟର ଗଙ୍ଗୋତ୍ରୀ ହିମବାହରୁ ଗଙ୍ଗାନଦୀ ଜନ୍ମଗ୍ରହଣ କରିଛି।
ଗଙ୍ଗାନଦୀ ଯେଉଁ ସ୍ଥାନରୁ ଜନ୍ମ ହୋଇଛି, ସେହି ସ୍ଥାନକୁ ‘ଗୋମୁଖ’ ବୋଲି କୁହାଯାଏ।
ରାଜା ଭଗୀରଥ ଗଙ୍ଗାକୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିଥିବାରୁ ତାଙ୍କର ଅନ୍ୟ ଏକ ନାମ ‘ଭାଗୀରଥୀ’।
ଦେବପ୍ରୟାଗଠାରେ ଅଳକାନନ୍ଦା ନଦୀ ଆସି ଗଙ୍ଗା ନଦୀ ସହିତ ମିଳିତ ହୋଇଛି।
ଋଷିକେଶରେ ପହଞ୍ଚିବା ପରେ ଗଙ୍ଗାନଦୀ ପାହାଡ଼ିଆ ଅଞ୍ଚଳ ଛାଡ଼ି ସମତଳ ଭୂମିକୁ ଓହ୍ଲାଇଛି।
ଗଙ୍ଗାନଦୀ କୂଳରେ ଋଷିକେଶ ଓ ହରିଦ୍ୱାର ଭଳି ଦୁଇଟି ପ୍ରସିଦ୍ଧ ତୀର୍ଥସ୍ଥାନ ଅବସ୍ଥିତ।
ହରିଦ୍ୱାର ଏବଂ ପ୍ରୟାଗରାଜଠାରେ ପ୍ରତି ବାର ବର୍ଷରେ ଥରେ ପବିତ୍ର କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ।
ହରିଦ୍ୱାରରୁ ବାହାରିଥିବା ‘ଗଙ୍ଗା ନହର’ କାନପୁରର ଲକ୍ଷ ଲକ୍ଷ ଏକର ଜମିକୁ ଜଳସେଚନ କରିଥାଏ।
ଶିଳ୍ପ ସମୃଦ୍ଧ ସହର କାନପୁରର କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ ଗଙ୍ଗା ନଦୀକୁ ପ୍ରଦୂଷିତ କରୁଛି।
ପ୍ରୟାଗରାଜଠାରେ ଗଙ୍ଗା ଓ ଯମୁନା ନଦୀର ପବିତ୍ର ମହାସଙ୍ଗମ ଘଟିଛି।
ଗଙ୍ଗା କୂଳରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାରାଣାସୀକୁ ଲୋକମାନେ କାଶୀ ବୋଲି କହନ୍ତି।
ପଶ୍ଚିମବଙ୍ଗରେ ଗଙ୍ଗାନଦୀ ଦୁଇଟି ଧାରାରେ ବିଭକ୍ତ ହୋଇ ଗୋଟିଏ ବାଂଲାଦେଶ ଓ ଅନ୍ୟଟି କଲିକତା ଆଡ଼କୁ ଯାଇଛି।
ବାଂଲାଦେଶରେ ଗଙ୍ଗାନଦୀକୁ ‘ପଦ୍ମା’ ଏବଂ କଲିକତାରେ ‘ହୁଗୁଳି’ ବୋଲି କୁହାଯାଏ।
ଗଙ୍ଗାନଦୀ ନିଜର ଦୀର୍ଘ ଯାତ୍ରା ଶେଷ କରି ସୁନ୍ଦରବନଠାରେ ବଙ୍ଗୋପସାଗରରେ ମିଶିଯାଇଛି।
ଗଙ୍ଗାଜଳକୁ ପୁନର୍ବାର ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ବର୍ତ୍ତମାନ ବିଭିନ୍ନ ଉଦ୍ୟମ ଆରମ୍ଭ ହୋଇଛି।