ଡୁମପଡ଼ା ଗାଁଟି ରାଜ୍ୟ ସରକାରଙ୍କଠାରୁ ଏକ ଆଦର୍ଶ ନିଶାମୁକ୍ତ ଗ୍ରାମ ଭାବେ ପୁରସ୍କୃତ ହୋଇଥିଲା ।
ରାଜ୍ୟରେ ପ୍ରଜା ଅନ୍ନ ବିନା କଷ୍ଟ ପାଉଥିବାରୁ ରାଜା ରଣଜିତ୍ ସିଂହ ନିଜକୁ ସବୁଠାରୁ ବଡ଼ ଅପରାଧୀ ବୋଲି ମନେ କରିଥିଲେ ।
ସୈନ୍ୟମାନେ ଅସହାୟ ନାରୀଟିକୁ ନଈକୂଳରୁ ଧରି ରାଜାଙ୍କ ନିକଟକୁ ଆଣିଥିଲେ ।
ସରୋଜଙ୍କ ପୁଅ ସୌରଭ ନିଜ କଠିନ ପରିଶ୍ରମ ବଳରେ ବ୍ଲକ୍ର ନୂଆ କଲ୍ୟାଣ ଅଧିକାରୀ ହୋଇପାରିଥିଲେ ।
ଜମିଦାର ପରେଶ ବାବୁଙ୍କ ଏକମାତ୍ର ପୁଅର ନାମ ଥିଲା ସୌରଭ ।
‘ଦେଲୁ ମୋତେ ମହାଶିକ୍ଷା’ କବିତାଟିର ରଚୟିତା ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ।
ରାଜା ନିଜ ରାଜ୍ୟରେ କେହି ଅନାହାରରେ ଅଛନ୍ତି କି ନାହିଁ, ତୁରନ୍ତ ଖବର ନେବାକୁ ମନ୍ତ୍ରୀଙ୍କୁ କହିଥିଲେ ।
‘ରୁଧିର’ ଶବ୍ଦର ଏକ ଅର୍ଥ ହେଉଛି ‘ପାଣି’ ।
‘ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ ଦୋଷୀ ହୁଏ ନରପତି’ – ଏହି କଥାଟି ମନ୍ତ୍ରୀ ଭାବିଥିଲେ ।
ରାଜା ରଣଜିତ୍ ସିଂହ ନିଜ କପାଳର ରକ୍ତଗାରକୁ ମଥାର ଟିକା ବୋଲି କହିଥିଲେ ।
କପାଳରେ ଢେଲା ବାଜିବା ପରେ ରାଜା ରଣଜିତ୍ ସିଂହ କ୍ରୋଧିତ ହୋଇ ନାରୀଟିକୁ କାରାଗାରରେ ବନ୍ଦୀ କରିବାକୁ ଆଦେଶ ଦେଲେ ।
ନାରୀଟିର ପିଲାମାନେ ତିନିଦିନ ଧରି ଉପାସରେ କତରା ଉପରେ ଗଡ଼ୁଥିଲେ ।
ନାରୀଟି ରାଜାଙ୍କୁ ଆଘାତ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଢେଲା ଫିଙ୍ଗିଥିଲା ।
ଢେଲାଟି ବାଜିବା ଦ୍ୱାରା ରାଜା ରଣଜିତ୍ ସିଂହଙ୍କ କପାଳରୁ ରକ୍ତ ବହିବାକୁ ଲାଗିଲା ।
କବିତା ଅନୁସାରେ ପଞ୍ଜାବକେଶରୀ ରଣଜିତ୍ ସିଂହ ହାତୀ ପିଠିରେ ବସି ଯାଉଥିଲେ ।