‘ଯେ ଥାଏ ପର ଉପକାରେ’ ପ୍ରସଙ୍ଗଟି ଗୁଜୁରାଟ ରାଜ୍ୟର କଚ୍ଛ ଅଞ୍ଚଳର ଏକ ଲୋକକଥା ଉପରେ ଆଧାରିତ ।
କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ସାଧୁ ମେକରଣ ଗୁରୁ ଦତ୍ତାତ୍ରେୟଙ୍କର ଜଣେ ଶିଷ୍ୟ ଥିଲେ ।
ସାଧୁ ମେକରଣ ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ବାର ବର୍ଷ ଧରି କଠୋର ତପସ୍ୟା କରିଥିଲେ ।
ଗୁରୁ ଦତ୍ତାତ୍ରେୟ ମେକରଣଙ୍କୁ ଦୁଇଟି ତୁମ୍ବୀ ଦେଇ ମରୁଭୂମିର ତୃଷାର୍ତ୍ତ ଯାତ୍ରୀମାନଙ୍କୁ ପାଣି ପିଆଇବାକୁ ଉପଦେଶ ଦେଇଥିଲେ ।
ମେକରଣ କଚ୍ଛଭୂମିରେ ଏକ କୁଡ଼ିଆ ତିଆରି କରି ପ୍ରତିଦିନ ଭାରରେ ପାଣି ବୋହି ପଥକମାନଙ୍କ ତୃଷା ନିବାରଣ କରୁଥିଲେ ।
ବାର୍ଦ୍ଧକ୍ୟ ଅବସ୍ଥାରେ ସାଧୁ ମେକରଣ ନିଜ ସେବାକାର୍ଯ୍ୟ ଚାଲୁ ରଖିବା ପାଇଁ ଗୋଟିଏ ଗଧ ଓ ଗୋଟିଏ କୁକୁର ପାଳିଥିଲେ ।
ସାଧୁ ମେକରଣ ପାଳିଥିବା କୁକୁରଟିର ନାମ ‘ମୋତି’ ଏବଂ ଗଧଟିର ନାମ ‘ଲାଲା’ ରଖିଥିଲେ ।
ଲାଲା ପିଠିରେ ପାଣିଭର୍ତ୍ତି ତୁମ୍ବୀ ବନ୍ଧା ହେଉଥିଲା ଏବଂ ମୋତି ଆଗେ ଆଗେ ଯାଇ ଶୋଷିଲା ଲୋକଙ୍କୁ ଖୋଜି ବାହାର କରୁଥିଲା ।
ମରୁଭୂମିରେ ପାଣି ବିନା ଛଟପଟ ହେଉଥିବା ପଥକମାନେ ତୁମ୍ବୀରୁ ପାଣି ପିଇ ନିଜର ଜୀବନ ବଞ୍ଚାଉଥିଲେ ।
ମେକରଣ ଭିକ୍ଷାଲବ୍ଧ ଖାଦ୍ୟରୁ ଦୁଇ ଭାଗ ମୋତି ଓ ଲାଲାଙ୍କୁ ଦେଇ ଅବଶିଷ୍ଟ ଏକ ଭାଗ ନିଜେ ଖାଉଥିଲେ ।
କୁକୁର ବେକରେ ଚିଠି ଓ ଗଧ ବେକରେ ମୁଣା ବାନ୍ଧି ସାଧୁ ଗାଁ ଦୋକାନରୁ ଆବଶ୍ୟକୀୟ ଜିନିଷ ମଗାଉଥିଲେ ।
କଚ୍ଛର ରାଜା ଶିକାର କରିବାକୁ ଆସି ମରୁଭୂମିରେ ଗଧ ଓ କୁକୁରକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।
ରାଜା ଉପହାର ଦେଇଥିବା ମଣିମୁକ୍ତା ଖଚିତ ଚଦରକୁ ମେକରଣ ଜଣେ ଦୁଃଖୀ ଲୋକଙ୍କୁ ଦାନ କରିବା ପାଇଁ ଫେରାଇ ଦେଇଥିଲେ ।
ସାଧୁ ମେକରଣଙ୍କ ଅନୁରୋଧକ୍ରମେ ରାଜା କଚ୍ଛ ଅଞ୍ଚଳରେ ସବୁଦିନ ପାଇଁ ବନ୍ୟପ୍ରାଣୀ ଶିକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।
ଜୀବଜନ୍ତୁ ଓ ମଣିଷଙ୍କ ନିଃସ୍ୱାର୍ଥପର ସେବା ହିଁ ମହତ୍ କାର୍ଯ୍ୟ ବୋଲି ଏହି କାହାଣୀରୁ ଶିକ୍ଷା ମିଳେ ।