‘ଯେ ଥାଏ ପର ଉପକାରେ’ କାହାଣୀଟି ଗୁଜୁରାଟର କଚ୍ଛ ଉପକୂଳ ଅଞ୍ଚଳର ଏକ ଲୋକକଥା ଅଟେ ।
ଗୁରୁ ଦତ୍ତାତ୍ରେୟ ଶିଷ୍ୟ ମେକରଣଙ୍କୁ ପ୍ରଚୁର ଧନସମ୍ପତ୍ତି ଦେଇ ସାଂସାରିକ ଜୀବନ ବିତାଇବାକୁ ପରାମର୍ଶ ଦେଇଥିଲେ ।
ମରୁଭୂମିରେ ପାଣି ଅଭାବରୁ ଅନେକ ପଥିକ ତୃଷାରେ କାତର ହୋଇ ମୃତ୍ୟୁମୁଖରେ ପଡ଼ୁଥିଲେ ।
ରାଜା ସନ୍ନ୍ୟାସୀଙ୍କ କଥା ନ ମାନି ପରବର୍ତ୍ତୀ ସମୟରେ ସେଠାରେ ବନ୍ୟପ୍ରାଣୀ ଶିକାର ଜାରି ରଖିଲେ ।
ସନ୍ନ୍ୟାସୀ ମେକରଣ ରାଜାଙ୍କୁ କଚ୍ଛଭୂମିରେ ଆଉ କେବେ ଶିକାର ନ କରିବା ପାଇଁ ମାଗିଥିଲେ ।
ରାଜାଙ୍କ ଦ୍ୱାରା ଉପହାର ଦିଆଯାଇଥିବା ମଣିମୁକ୍ତା ଖଚିତ ଚଦରକୁ ମେକରଣ ନିଜ ବ୍ୟବହାର ପାଇଁ ରଖିନେଲେ ।
ସାଧୁ ମେକରଣ ଦରକାରୀ ଜିନିଷ ଆଣିବା ପାଇଁ କୁକୁରକୁ ଚିଠି ଏବଂ ଗଧ ବେକରେ ମୁଣା ଝୁଲାଇ ଦୋକାନକୁ ପଠାଉଥିଲେ ।
ମରୁଭୂମିରେ ଥିବା ହିଂସ୍ରଜନ୍ତୁମାନେ ମୋତି ଓ ଲାଲାଙ୍କର ବହୁତ କ୍ଷତି କରୁଥିଲେ ।
କଚ୍ଛ ରାଜ୍ୟର ରାଜା ସେହି ମରୁଭୂମି ଅଞ୍ଚଳକୁ ଶିକାର କରିବାକୁ ଆସିଥିଲେ ।
ଭିକ୍ଷାରୁ ମିଳୁଥିବା ଖାଦ୍ୟରୁ ମେକରଣ ଦୁଇଭାଗ ନିଜେ ଖାଉଥିଲେ ଓ ଗୋଟିଏ ଭାଗ ମୋତି ଏବଂ ଲାଲାକୁ ଦେଉଥିଲେ ।
ବାର୍ଦ୍ଧକ୍ୟ ଅବସ୍ଥାରେ ମେକରଣ ଗଧ ପିଠିରେ ପାଣିତୁମ୍ବୀ ଓହଳାଇ ଶୋଷିଲା ଲୋକଙ୍କ ପାଖକୁ ପାଣି ପଠାଉଥିଲେ ।
ମେକରଣ ପାଳିଥିବା କୁକୁରଟିର ନାଁ ଲାଲା ଏବଂ ଗଧଟିର ନାଁ ମୋତି ଥିଲା ।
ଗୁରୁ ଦତ୍ତାତ୍ରେୟ ମେକରଣଙ୍କୁ ଦୁଇଟି ତୁମ୍ବୀ ଦେଇ ପଥିକମାନଙ୍କୁ ଜଳଦାନ କରିବା ପାଇଁ ଉପଦେଶ ଦେଇଥିଲେ ।
ମେକରଣ ହିମାଳୟ ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ବାରବର୍ଷ ତପସ୍ୟା କରିଥିଲେ ।
ସାଧୁ ମେକରଣ ଗୁଜୁରାଟ ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।