ଫକୀର ମୋହନ ସେନାପତି ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ବାଲେଶ୍ୱରର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଏବଂ ମାତାଙ୍କ ନାମ ତୁଳସୀ ଦେଈ ଥିଲା।
ଯମ ଦାଉରୁ ପିଲାକୁ ରକ୍ଷା କରିବା ପାଇଁ ପ୍ରଚଳିତ ବିଶ୍ୱାସ ଅନୁସାରେ ତାଙ୍କ ଡେବିରି କାନ ଫୋଡ଼ାଇ ସୁନା ଫାଶିଆ ପିନ୍ଧାଇ ଦିଆଯାଇଥିଲା।
ଫକୀର ମୋହନଙ୍କୁ ମାତ୍ର ଏକ ବର୍ଷ ପାଞ୍ଚ ମାସ ହୋଇଥିବା ବେଳେ ତାଙ୍କ ପିତା ବିନ୍ଦୁସାଗର ଘାଟରେ ଓଲାଉଠା ରୋଗରେ ପ୍ରାଣତ୍ୟାଗ କରିଥିଲେ।
ପିତାଙ୍କ ମୃତ୍ୟୁ ଶୋକରେ ତାଙ୍କ ପୋଷା କୁକୁରଟି ଆଠ ଦିନ କାଳ ଅନାହାରରେ ରହି ପ୍ରାଣ ହରାଇଥିଲା।
ସ୍ୱାମୀଙ୍କ ବିୟୋଗର ଚଉଦ ମାସ ପରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହି ଲେଖକଙ୍କ ମାଆ ମଧ୍ୟ ମୃତ୍ୟୁବରଣ କଲେ।
ପିତାମାତାଙ୍କ ମୃତ୍ୟୁ ପରେ ପିତାମହୀ କୁଚିଳା ଦେଈ ଲେଖକଙ୍କୁ ଅତ୍ୟନ୍ତ ସ୍ନେହ ଓ ଯତ୍ନ ସହକାରେ ଲାଳନପାଳନ କରିଥିଲେ।
ବାଲ୍ୟକାଳରେ ଭୟଙ୍କର ରୋଗରୁ ମୁକ୍ତି ପାଇବା ପାଇଁ ଠାକୁରମା ବାଲେଶ୍ୱରର ଦୁଇ ପୀରଙ୍କ ପାଖରେ ମାନସିକ କରିଥିଲେ।
ପୀରଙ୍କ କୃପାରୁ ଆରୋଗ୍ୟ ଲାଭ କରିବା ପରେ ଠାକୁରମା ତାଙ୍କର ପ୍ରକୃତ ନାମ ବ୍ରଜମୋହନ ବଦଳରେ ‘ଫକୀର’ ନାମ ରଖିଥିଲେ।
ପୀରଙ୍କ ମାନତା ଅନୁସାରେ ପ୍ରତିବର୍ଷ ମହରମ ସମୟରେ ଲେଖକ ଆଠ ଦିନ ପାଇଁ ଫକୀରୀ ପୋଷାକ ପିନ୍ଧି ଭିକ୍ଷା କରୁଥିଲେ।
ପ୍ରାୟ ନଅ ବର୍ଷ ବୟସରେ ଲେଖକ କଟକ ଜିଲ୍ଲାର ଅବଧାନ ବୈଷ୍ଣବ ମାହାନ୍ତିଙ୍କ ଚାହାଳୀରେ ପାଠ ପଢ଼ିବା ଆରମ୍ଭ କରିଥିଲେ।
ଚାହାଳୀ ଛୁଟି ବେଳେ ପ୍ରଥମେ ଆସିଥିବା ଚାଟକୁ ବେତ ଅଗ ଛୁଆଁଇ ‘ଶୂନଚାଟି’ ଏବଂ ଡେରିରେ ଆସୁଥିବା ପିଲାଙ୍କୁ ବେତ ମାଡ଼ ଦିଆଯାଉଥିଲା।
କୌଣସି ପିଲା ବେଶି ବେଳଯାଏ ଶୋଇ ମାଡ଼ ଡରରେ ହାଣ୍ଡିଶାଳରେ ଲୁଚିଲେ ମଧ୍ୟ ସାଙ୍ଗମାନେ ତାକୁ ଟେକି ଚାହାଳୀକୁ ନେଉଥିଲେ।
ନଣ୍ଡା ଗୋସାଇଁ ମଠ ଚାହାଳୀରେ ପ୍ରତିପଦ, ଅଷ୍ଟମୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ତିଥିରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହୁଥିଲା।
ବାଲେଶ୍ୱରର ପାର୍ଶି ସ୍କୁଲରେ ଓଡ଼ିଆ ପଣ୍ଡିତ ବନମାଳି ବାଚସ୍ପତି ପିଲାମାନଙ୍କୁ ଚିଠି ଓ ଦରଖାସ୍ତ ଲେଖିବା ଶିଖାଉଥିଲେ।